www.samajalive.in
Friday, December 12, 2025
14.1 C
Bhubaneswar

ବୋମା ଭିଡ଼ିବା ବେଳେ ଅଘଟଣ: ବିସ୍ଫୋରଣରେ ଜଣେ ମୃତ, ଦୁଇ ଗୁରୁତର

ସୋରଡା: ଗଞ୍ଜାମ ଜିଲାର ସୋରଡ଼ା ବ୍ଳକ୍‍ ତଥା ବଡ଼ଗଡ଼ ଥାନା ଅନ୍ତର୍ଗତ କେ.ଭୀମପୁର ଗ୍ରାମରେ ବୋମା ବିସ୍ଫୋରଣ ହେବାରୁ ଜଣକର ମୃତ୍ୟୁ ହୋଇଛି ଓ ଅନ୍ୟ ୨ଜଣ ଗୁରୁତର ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ଜଣକ ହେଲେ ସେହି ଗ୍ରାମର ପ୍ରଶାନ୍ତ କୁମାର ମଲ୍ଲିକ ଓରଫ୍‍ ବୁଲୁ ଓ ଆହତ ଦୁଇଜଣ ହେଲେ ନିକଟସ୍ଥ ବାଟଶାସନ ଗ୍ରାମର ନନ୍ଦିଆ ନାୟକ ଓ ପ୍ରକାଶ ମାଝି।
ସୂଚନା ମୁତାବକ ବଡଗଡ ଥାନା ଅନ୍ତର୍ଗତ କେ.ଭୀମପୁର ଗ୍ରାମର ଲିଙ୍ଗା ମଳିକଙ୍କ ପୁଅ ପ୍ରଶାନ୍ତ ମଳିକ ବାସ କରନ୍ତି। ଗ୍ରାମର ସମସ୍ତେ ଆଦିବାସୀ ସମ୍ପ୍ରଦାୟର। ପ୍ରଶାନ୍ତ ରାଜମିସ୍ତ୍ରୀ ଭାବେ ସ୍ଥାନୀୟ ଅଞ୍ଚଳରେ କାମ କରୁଥିଲେ। ଗତ ଦଶହରାଠାରୁ କାମକୁ ନଯାଇ ଗ୍ରାମରେ ରହୁଥିଲେ। ଗୁରୁବାର ସକାଳୁ ଦୁଇଜଣ ସାଙ୍ଗ ନିକଟସ୍ଥ ବାଟଶାସନ ଗ୍ରାମର ନନ୍ଦିଆ ନାୟକ ଓ ପ୍ରକାଶ ମାଝି ସହ ମିଶି ପ୍ରଶାନ୍ତ ନିଜ ଘରର ଛାତ ଉପରେ ଦେଶୀ ବୋମା ଭିଡୁଥିଲେ। ବିଭିନ୍ନ ବିସ୍ଫୋରକ ଦ୍ରବ୍ୟ ଜରିଆରେ ବୋମା ଭିଡୁଥିବା ବେଳେ ଅସାବଧାନବଶତଃ ବୋମାଟି ଫୁଟି ଯାଇଥିଲା। ଘଟଣାସ୍ଥଳରେ ହିଁ ପ୍ରଶାନ୍ତଙ୍କ ମୃତ୍ୟୁ ହୋଇଥିଲା ଓ ଦୁଇ ସାଙ୍ଗ ଗୁରୁତର ଆହତ ହୋଇଥିଲେ।
ସୋରଡ଼ାରୁ ଆମ୍ବୁଲାନ୍ସ ଆସି ଆହତ ୨ ଜଣଙ୍କୁ ଶେରଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ଖବର ପାଇ ବଡଗଡ ଥାନା ଅଧିକାରୀ ପି.ସି.ତ୍ରିପାଠୀ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ଘରୁ ୨ ଗୋଟି ଜୀବନ୍ତ ବୋମା ଉଦ୍ଧାର କରିବା ସହ ଘଟଣାର ତଦନ୍ତ କରିଥିଲେ। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ମୃତ ପ୍ରଶାନ୍ତଙ୍କ ଶରୀରର ରକ୍ତଛିଟା ଢେର ଦୂର ଯାଏଁ ପଡ଼ିଥିଲା। ଜଙ୍ଗଲ ନିକଟ ଗ୍ରାମ ହୋଇଥିବା ଯୋଗୁ ବାରାହା ଶୀକାର ନିମନ୍ତେ ବୋମା ତିଆରି କରୁଥିବା କିମ୍ବା ଅନ୍ୟ କୌଣସି ଅସାମାଜିକ କାର୍ୟ୍ୟ ନିମନ୍ତେ ବୋମା ପ୍ରସ୍ତୁତ କରୁଥିଲେ ତାହା ବର୍ତ୍ତମାନ ଯାଏଁ ସ୍ପଷ୍ଟ ହୋଇନାହିଁ। ଆସିକା ଏସ୍‍ଡିପିଓ ସୂର୍ୟ୍ୟମଣି ପ୍ରଧାନ, ଆସିକା ଥାନାରେ କାର୍ୟ୍ୟରତ ପ୍ରୋବେସନାରୀ ଆଇ.ପି.ଏସ୍‍. ଅଧିକାରୀ ଜି.ଆର ରାଘବେନ୍ଦ୍ର, ଆସିକା ଥାନା ଅଧିକାରୀ ପ୍ରଶାନ୍ତ ସାହୁ, ସୋରଡ଼ା ଥାନା ଅଧିକାରୀ ରମେଶକୁମାର ପ୍ରଧାନ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ। ସାଇଣ୍ଟିଫିକ୍‍ ଟିମ୍‍ ଘଟଣାର ତଦନ୍ତ ଚଳାଇଛି। ଯଥାଶୀଘ୍ର କାରଣ ସ୍ପଷ୍ଟ ହେବ ବୋଲି ଆସିକା ଏସ୍‍.ଡି.ପି.ଓ. ଜଣାଇଛନ୍ତି। ଘଟଣା ପରେ ଗ୍ରାମ ସମ୍ପୁର୍ଣ୍ଣ ପୁରୁଷ ଶୂନ୍ୟ ହୋଇଯାଇଛି। ଶବ ବ୍ୟବଚ୍ଛେଦ ନିମନ୍ତେ ଆସିକା ପଠାଯାଇଛି।

Hot this week

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

Related Articles

Popular Categories