www.samajalive.in
Tuesday, December 9, 2025
16.1 C
Bhubaneswar

ଆଖୁ ରସରୁ ଉତ୍ପାଦନ ହେଉଥିବା ଇଥାନଲର ମୂଲ୍ୟ ବୃଦ୍ଧି ଆଖୁ ଚାଷୀଙ୍କ ଆୟକୁ ବଢେଇବା ଦିଗରେ ଏକ ବଡ ପଦକ୍ଷେପ : ଧର୍ମେନ୍ଦ୍ର ପ୍ରଧାନ 

ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‍ ବୈଠକରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ପେଟ୍ରୋଲରେ ଇଥାନଲ ମିଶ୍ରଣ ପାଇଁ ବିଭିନ୍ନ ଗ୍ରେଡରୁ ଉତ୍ପନ୍ନ ଇଥାନଲର କ୍ରୟ ମୂଲ୍ୟ ବୃଦ୍ଧି କରିବା ନିଷ୍ପତିକୁ ସ୍ୱାଗତ କରିବା ସହ ଏହି ନିଷ୍ପତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଖୁ ଚାଷୀଙ୍କ ଆୟକୁ ବୃଦ୍ଧି କରିବା ଦିଗରେ ଏହା ବଡ ପଦକ୍ଷେପ ବୋଲି ସେ କହିଛନ୍ତି।

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି କ୍ୟାବିନେଟର ଆର୍ଥିକ ମାମଲାର କମିଟି ବୈଠକରେ ନିଆଯାଇଥିବା ନିଷ୍ପତି ଅନୁଯାୟୀ ଆଖୁ ରସରୁ ଉତ୍ପାଦନ ହେଉଥିବା ଇଥାନଲର ମୂଲ୍ୟ ଯଥାକ୍ରମେ ଲିଟର ପ୍ରତି ୬୨.୬୫ ଟଙ୍କା ବୃଦ୍ଧି କରାଯାଇଛି। ସେହିପରି ବି-ହେଭି ମୋଲାସେସ ଇଥାନଲର ବୃଦ୍ଧି ଲିଟର ପ୍ରତି ୫୭.୬୧ଟଙ୍କା ଏବଂ ସି-ହେଭି ମୋଲାସେସ ଇଥାନଲ ଲିଟର ପ୍ରତି ୪୫.୬୯ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହାଦ୍ୱାରା ଆଖୁଚାଷୀମାନେ ଉପକୃତ ହେବେ। ଏହି ନିଷ୍ପତି ଫଳରେ ଆଖୁ ମିଲର ନଗଦ ପାଣ୍ଠିକୁ ବୃଦ୍ଧି କରାଯିବ। ଏହାସହ ଜାତୀୟ ଜୈବ ଇନ୍ଧନ ନୀତି ଅନୁଯାୟୀ ଲକ୍ଷ୍ୟ ହାସଲରେ ଇଥାନଲର ଉପଲବ୍ଧିକୁ ବୃଦ୍ଧି କରାଯିବ। ପେଟ୍ରୋଲରେ ଇଥାନଲ ମିଶ୍ରଣ କରିବାର ଅନେକ ଲାଭ ରହିଛି। ଏହା ଦ୍ୱାରା ପେଟ୍ରୋଲିୟମ ଉତ୍ପାଦ ଆମଦାନୀ ଉପରେ ନିର୍ଭରତା କମିବା ସହ ପ୍ରଦୂଷଣ କମିବ ଓ ଚାଷୀ ମାନଙ୍କୁ ଲାଭ ହେବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories