www.samajalive.in
Monday, December 8, 2025
16.1 C
Bhubaneswar

ବିଦ୍ୟୁତ୍‍ ଚାଳିତ ମୋଟର ପମ୍ପ ଚୋରି ; ୫ଅଭିଯୁକ୍ତ କୋର୍ଟ ଚାଲାଣ

ରେଙ୍ଗାଲି: କତରବଗା ଥାନା ର ଲଇଡା ଫାଣ୍ଡି ଅଧିନସ୍ଥ କିନାଲୋଇ ଗ୍ରାମ ର ମନୋଜ ନାଏକଙ୍କ ବାଡିପଟେ ଥିବା କୁଅ ରେ ଲାଗିଥିବା ବିଦ୍ୟୁତ୍‍ ଚାଳିତ ମୋଟର ପମ୍ପ ଗତ ଗତ ୨୮ ତାରିଖ ଦିନ ଚୋରି ହୋଇଥିଲା। ଏସଂକ୍ରାନ୍ତରେ ଥାନା ରେ ଅଭିଯୋଗ ହେଲାପରେ ପୁଳିସ ଏହାର ତଦନ୍ତ କରି ମୋଟର ପମ୍ପ ଚୋରି କରିଥିବା ୪ଜଣ ଅଭିଯୁକ୍ତ ଏବଂ ଚୋରି ମୋଟର ପମ୍ପ କିଣିଥିବା ଜଣେ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ର ଜଣା ପଡିଛି। କତରବଗା ଆଇଆଇସି ଅଜୟ କୁମାର ଜେନା ଏବଂ ଲଇଡା ଫାଣ୍ଡିଅଧିକାରୀ ରବୀନ୍ଦ୍ର କୁମାର ପ୍ରଧାନଙ୍କ ସୁତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ ମୋଟର ଚୋରି କରିଥିବା ଆସାମୀ ମାନେ ହେଲେ କିନାଲୋଇ ଗ୍ରାମ ର ନରେଶ ପଟ୍ଟା((୩୩),ଧରଣୀଧର ବେହେରା ଓରଫ ରବି,ଦୀପକ ମାକର(୩୨) ଏବଂ କୋଲାବିରା ଥାନା ଅନ୍ତର୍ଗତ ସୋଢାମାଲ ଗ୍ରାମର କୃଷ୍ନ ବଗାର (୩୩)। ଏହି ୪ଜଣ ଚୋର ମନୋଜ ନଏକ ଙ୍କ କୂଅରୁ ମୋଟର ପମ୍ପ ଚୋରୀ କରି ଜୁନାଡିହି ଗ୍ରାମ ର ରବିନ୍ଦ୍ର ସେଉଲ ଙ୍କ ଠାରେ ବିକ୍ରି କରିଥିଲେ। ପୁଳିସ ତଦନ୍ତ ଏବଂ ଖାନାତଳାସ ସମୟ ରେ ରବିନ୍ଦ୍ର ସେରଲ ଙ୍କ ଘରୁ ଚୋରୀ ହୋଇଥିବା ମୋଟର ପମ୍ପ ଉଦ୍ଧାର କରାଯାଇଥିଲା। କେସ୍‍ ନଂ ୧୫୫ ରେ ମାମଲା ରୁଜ୍ଜୁ କରାଯାଇ ମୋଟର ପମ୍ପ କିଣିଥିବା ରବିନ୍ଦ୍ର ସେଉଲ ସମେତ ୪ଜଣ ଚୋର ଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories