କରୱାଚୌଥ ବିଶେଷ : ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ନଭେମ୍ବରରର ପ୍ରଥମ ସପ୍ତାହରେ କରୱାଚୌଥ ପାଳନ କରାଯିବ। ଏହି ଦିନ ସଧବା ମହିଳାମାନେ ସ୍ୱାମୀଙ୍କ ଦୀର୍ଘାୟୁ ଓ ସୁଖମୟ ଦାମ୍ପତ୍ୟ ଜୀବନ ପାଇଁ ନିର୍ଜଳା ବ୍ରତ ପାଳନ କରିଥାଆନ୍ତି। ଏହି ଦିନ ମହିଳାମାନେ ଚନ୍ଦ୍ରମାଙ୍କୁ ପୂଜାର୍ଚ୍ଚନା କରି ସୁଖମୟ ବୈବାହିକ ଜୀବନ ପାଇଁ କାମନା କରିଥାଆନ୍ତି। ଚନ୍ଦ୍ରମାଙ୍କୁ ପୂଜା କରିବା ଦ୍ୱାରା ମହିଳାଙ୍କ ସ୍ୱାମୀ ଦୀର୍ଘାୟୁ ହେବା ସହ ଶାନ୍ତି ଜୀବନର ଆଶୀର୍ବାଦ ମିଳିଥାଏ। ରାତିରେ ଚାନ୍ଦ ଦେଖିବା ପରେ ନିଜ ସ୍ୱାମୀଙ୍କ ହସ୍ତରୁ ଜଳ ପିଇ ବ୍ରତ ପୂରଣ କରିଥାଆନ୍ତି। ସଧବା ମହିଳାମାନେ ସ୍ୱାମୀଙ୍କ ଦୀର୍ଘାୟୁ ଓ କୁମାରୀ କନ୍ୟାମାନେ ଉତ୍ତମ ଜୀବନ ସାଥି ପାଇଁ ଏହି ବ୍ରତ ପାଳନ କରନ୍ତି। କରୱାଚୌଥର ପୂଜା ପାଇଁ ପୂର୍ବ ପ୍ରସ୍ତୁତି କିଛି ଦିନ ପୂର୍ବରୁ ମହିଳା ମାନେ କରିଥାଆନ୍ତି। ତେବେ ଏହି ଦିନ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ …..
ସ୍ୱାମୀଙ୍କ ସହ କଳହ କରନ୍ତୁ ନାହିଁ –
ଶାସ୍ତ୍ର ଅନୁଯାୟୀ ଏହି ଦିନ ମହିଳାମାନେ ସ୍ୱାମୀଙ୍କ ସହ କଳହ କରିବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ବ୍ରତର ସଠିକ ଫଳ ମିଳିପାରି ନଥାଏ।
ନିଜ ଶୃଙ୍ଗାର ଦ୍ରବ୍ୟ କାହାକୁ ଦିଅନ୍ତୁ ନାହିଁ –
ଏହି ଦିନ ମହିଳାମାନେ ନିଜ ଶୃଙ୍ଗାର ଦ୍ରବ୍ୟ ଅନ୍ୟ କାହାସହ ଭାଗବାଣ୍ଟ କରନ୍ତୁ ନାହିଁ। ଏପରି କରିବା ଦ୍ୱାରା ଅଶୁଭ ହେବା ସହ ବ୍ରତର ସଠିକ ଫଳ ମିଳିନଥାଏ।
ବିଳମ୍ବ ଯାଏଁ ଶୁଅନ୍ତୁ ନାହିଁ –
ଏହି ଦିନ ଅଧିକ ବିଳମ୍ବ ଯାଏଁ ଶୁଅନ୍ତୁ ନାହିଁ। ସୂର୍ୟ୍ୟୋଦୟ ପୂର୍ବରୁ ଉଠି ପ୍ରାତଃ ସମୟରେ ସ୍ନାନ କରି ବ୍ରତ ପାଳନ କରନ୍ତୁ।
କଳା ରଙ୍ଗର ପୋଷାକ ପିନ୍ଧନ୍ତୁ ନାହିଁ –
ଏହି ଦିନ କଳା ରଙ୍ଗର ପୋଷାକ ଆଦୌ ପିନ୍ଧନ୍ତୁ ନାହିଁ। ପୂଜା-ପାଠରେ ସାଧାରଣତଃ ଲାଲ ରଙ୍ଗ ପୋଷାକ ପିନ୍ଧିବା ଶୁଭ ବୋଲି କୁହାଯାଏ। ଏହି ରଙ୍ଗ ମଧ୍ୟ ଭଲ ପାଇବାର ପ୍ରତୀକ ତେଣୁ କରୱାଚୌଥରେ ଲାଲ ରଙ୍ଗର ପୋଷାକ ପିନ୍ଧନ୍ତୁ।
ସମୟ ନଷ୍ଟ କରନ୍ତୁ ନାହିଁ –
ଏହି ଦିନ ଅଧିକ ସମୟ ଭଜନକୀର୍ତ୍ତନ କରନ୍ତୁ। ଅଯଥା କାର୍ୟ୍ୟରେ ସମୟ ନଷ୍ଟ କରନ୍ତୁ ନାହିଁ।
ଶୟନ କରୁଥିବା ଲୋକଙ୍କୁ ଉଠାନ୍ତୁ ନାହିଁ –
ଧାର୍ମିକ ଶାସ୍ତ୍ର ଅନୁଯାୟୀ, ଏହି ଦିନ ନିଦରେ ଶୋଇଥିବା ବ୍ୟକ୍ତିଙ୍କୁ ଉଠାନ୍ତୁ ନାହିଁ। ଏପରି କରିବା ଅଶୁଭ ହୋଇଥାଏ।
କଳହ କରନ୍ତୁ ନାହିଁ –
କରୱାଚୌଥ ଦିନ ମହିଳାମାନେ କାହାର ଅପମାନ କରିବା ଉଚିତ ନୁହେଁ। କାହା ସହ କଳହ ମଧ୍ୟ କରନ୍ତୁ ନାହିଁ।
ଦିନରେ ଶୁଅନ୍ତୁ ନାହିଁ –
କରୱାଚୌଥରେ ଦିନରେ ଶୁଅନ୍ତୁ ନାହିଁ । ଏହି ଦିନ ଦିନରେ ଶେଇବା ଉଚିତ ନୁହେଁ। ଶାସ୍ତ୍ର ଅନୁଯାୟୀ ଦିନ ସମୟରେ ଭଜନ କରିବା ଉଚିତ।
ଧବଳ ଦ୍ରବ୍ୟ ଦାନ କରନ୍ତୁ ନାହିଁ –
କରୱାଚୌଥ ଦିନ ଧବଳ ଦ୍ରବ୍ୟ ଦାନ କରନ୍ତୁ ନାହିଁ । ଯେପରି ଧଳା ପୋଷାକ, କ୍ଷୀର, ଚାଉଳ, ଦହି, ଧଳା ମିଠାର ଦାନ କରନ୍ତୁ ନାହିଁ।
ସିଲେଇ କାର୍ଯ୍ୟ କରନ୍ତୁ ନାହିଁ –
ଏହି ଦିନ କୌଣସି ପ୍ରକାର ସିଲେଇ କାର୍ଯ୍ୟ ମଧ୍ୟ କରିବା ଉଚିତ ନୁହେଁ।

courtesy : newsstark
ପୂଜା ଥାଳିରେ ଆବଶ୍ୟକ ସାମଗ୍ରୀ
୧ – ଚାଲୁଣି
୨ – ରଙ୍ଗବେରଙ୍ଗର ଢାଙ୍କୁଣୀ ଥିବା ମାଟି କଳସ
୩ – ଦୀପ
୪ – ସିନ୍ଦୂର
୫ – ଫୁଲ
୬ – ଫଳ
୭ – ଖୁଆ
୮ – ତୁଳାର ସଳିତା
୯ – କଂସା ଧାତୁରେ ନିର୍ମିତ ଦିଆସିଲି କାଠି ଆକାରର କଣ୍ଟା
୧୦ – ନମକିନ ଓ ମିଠାଳିଆ ମଇଦାରେ ପ୍ରସ୍ତୁତ ଛଣା ଦ୍ରବ୍ୟ (ମଠ୍‍ଠିୟାଁ)
୧୧ – ମିଠା
୧୨ – ଲାଲ ରଙ୍ଗର ସୂତା, ଅକ୍ଷତ (ଚାଉଳ )
୧୩ – ଅଟାରେ ପ୍ରସ୍ତୁତ ଦୀପ
୧୪ – ଧୂପ ବା ଅଗରବତୀ
୧୫ – ତମ୍ବାରେ ଲୋଟାରେ ଜଳ
୧୬ – ୮ଟି ପୁରି ଓ ହାଲୱା

Comments are closed.