www.samajalive.in
Tuesday, December 9, 2025
23.1 C
Bhubaneswar

ନିର୍ଝରଣୀର ପୁସ୍ତକ ଲୋକାର୍ପଣ ଉତ୍ସବ, ଚାରି ଖଣ୍ଡ କୋଶଲି ବହି ଉନ୍ମୋଚିତ

କଣ୍ଟାବାଞ୍ଜି: ଦୀର୍ଘ ମାସର ବ୍ୟବଧାନରେ କରୋନା କଟକଣାକୁ ନଜରରେ ରଖି ମାସ୍କ ପରିଧାନ, ସାନିଟାଇଜର ଓ ସାମାଜିକ ଦୂରତା ବଜାୟ ରଖି ବିଜୟା ଦଶମୀ ଅବସରରେ ନିର୍ଝରଣୀ ସାହିତ୍ୟ, କଳା ଓ ସଂସ୍କୃତି ପରିଷଦ, କଣ୍ଟାବାଞ୍ଜି ଆନୁକୂଲ୍ୟରେ ରାମଚନ୍ଦ୍ର ସାହୁଙ୍କ ପଂଚବଟୀ ଭବନରେ ପୁସ୍ତକ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସର୍ବ ପ୍ରଥମେ ପରିଷଦର ପ୍ରତିଷ୍ଠାତା ସଭାପତି ସ୍ୱର୍ଗତ ରାମ ପ୍ରସାଦ ପୁରୋହିତ ଓ ସକ୍ରିୟ ସଭ୍ୟ ସ୍ୱର୍ଗତ ସମ୍ବାରୁ ସାହୁଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ପରିଷଦର ସୁପରିଚାଳନା ପାଇଁ ରାମଚନ୍ଦ୍ର ସାହୁଙ୍କୁ ସାଭପତି ଭାବେ ସର୍ବସମ୍ମତିରେ ଚୟନ କରାଯାଇଥିଲା। ପରିଷଦର ନୂତନ ସଭାପତି ରାମଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାଭାରେ ଅଧ୍ୟାପକ ସତ୍ୟବ୍ରତ ମିଶ୍ର ମୁଖ୍ୟ ଅତିଥି, ଡ.ଯୁଗଲ କିଶୋର ଷଡଙ୍ଗୀ ମୁଖ୍ୟ ବକ୍ତା, ବ୍ରତତୀର ସମ୍ପାଦକ ନରଞ୍ଜନ ବେହେରା ସମ୍ମାନିତ ଅତିଥି ଓ ପରିଷଦର ସମ୍ପାଦକ ବିରଞ୍ଚି ନାରାୟଣ ଦାଶ ଉପସ୍ଥିତ ଥିଲେ। ବିଭୁଦତ୍ତ ସାହୁ ମଂଚ ପରିଚାଳନା ଓ ବିରଞ୍ଜି ନାରାୟଣ ଦାଶ ସ୍ୱାଗତ ଭାଷଣ ଦେଇଥିଲେ। ଡ. ଯୁଗଲ କିଶୋର ଷଡଙ୍ଗୀଙ୍କ ଆକାଶର କାନ୍ଦନା, ଝରନାର ବନ୍ଦନା, ଧିରାମଣୀ ଦାସଙ୍କ “ଭାବର ବଏଠ”, ରମେଶ ବାରିକଙ୍କ “ଚାଷୀ” ଓ ଉମେଶ ବେହେରାଙ୍କ ସମ୍ପାଦିତ କୋଶଲି ପତ୍ରିକା “ପ୍ରାୟସ” ଅତିଥିମାନଙ୍କ କରକମଳରେ ଉନ୍ମୋଚିତ ହୋଇଥିଲା। ପ୍ରଥମ ଥର ପାଇଁ କୋଶଲି ଭାଷାରେ ଚାରିଖଣ୍ଡ ପୁସ୍ତକ ଏକସଙ୍ଗରେ ଉନ୍ମୋଚିତ ହୋଇଥିବାରୁ କୋସଲି ପ୍ରେମୀଙ୍କ ମନରେ ଆନନ୍ଦର ଲହରୀ ଖେଳିବା ସହିତ ରେକର୍ଡ ସୃଷ୍ଟି ହୋଇଛି। ଉପସ୍ଥିତ କବି ଓ କବୟତ୍ରୀ ରବିନନାରାୟଣ ତ୍ରିପାଠୀ, ସୁଦୀପ୍ତ ରଞ୍ଜନ ସାହୁ ଆଦି ଅନେକ ସ୍ୱରଚିତ କବିତା ପାଠ କରିଥିଲେ। ପରିଶେଷରେ ବିଭୁଦତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାର୍ଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

Related Articles

Popular Categories