www.samajalive.in
Sunday, December 7, 2025
13.1 C
Bhubaneswar

ଶରତ ପୂର୍ଣ୍ଣିମାର ମହତ୍ତ୍ୱ : ଚାନ୍ଦି ପାତ୍ରରେ ଚନ୍ଦ୍ରମାଙ୍କୁ ଅର୍ପଣ କରନ୍ତୁ ଖିରୀ

ଶନିବାର କୁମାର ପୂର୍ଣ୍ଣିମା। ଶରତ ଋତୁରେ ଏହା ପଡୁଥିବାରୁ ଏହାକୁ ଶରତ ପୂର୍ଣ୍ଣିମା ମଧ୍ୟ କୁହାଯାଏ। ।ଏହିଦିନରେ ମନ୍ଦିରମାନଙ୍କରେ ବିଶେଷ ପୂଜାର୍ଚ୍ଚନା କରାଯାଏ। ଏହି ଦିନ ଗଜଲକ୍ଷ୍ମୀ ପୂଜା ଆରମ୍ଭ ହୋଇଥାଏ ଓ ଦେବତାଙ୍କ ବିଶେଷ କୃପା ମିଳିବା ସହ ସ୍ୱର୍ଗରୁ ଅମୃତ ବର୍ଷା ହୋଇଥାଏ। ମା’ଲକ୍ଷ୍ମୀଙ୍କ ମଧ୍ୟ କୃପା ଓ ଆଶୀର୍ବାଦ ମିଳିଥାଏ।
ଶରତ ପୂର୍ଣ୍ଣିମାର ମହତ୍ତ୍ୱ –
ଏହି ଦିନ ସକାଳୁ ସ୍ନାନ କରି ବ୍ରତ ରଖି ରଖାଯାଏ। ନିଜ ସନ୍ତାନ ମାନଙ୍କ ମଙ୍ଗଳ କାମନା କରି ଦେବୀଦେବତାଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଏ।
ଏହି ପୂର୍ଣ୍ଣିମା ଦିନ ଚନ୍ଦ୍ରମା ପୃଥିବୀର ଖୁବ ନିକଟତର ହୋଇଥାଆନ୍ତି। ଏହିଦିନ ଶରୀରରେ ଚନ୍ଦ୍ରମାଙ୍କ କିରଣ ପଡ଼ିଲେ ଏହାକୁ ଖୁବ ଶଭୁଫଳ ପ୍ରଦାନ କରିଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି।
ଏହି ଦିନ ଗାଈ କ୍ଷୀରରେ ଚିନି ମିଶାଇ ଖିରୀ ପ୍ରସ୍ତୁତ କରନ୍ତୁ। ଘରେ ଭଗବାନଙ୍କ ନିକଟରେ କିଛି ଖିରୀ ଭୋଗ କରନ୍ତୁ। ପରେ ଆକାଶରେ ଚନ୍ଦ୍ରମା ମଧ୍ୟ ସ୍ଥାନରେ ଥିବା ଅବସ୍ଥାରେ ଖିରୀକୁ ଏକ ଚାନ୍ଦି ପାତ୍ରରେ ନେଇ ଚନ୍ଦ୍ରମାଙ୍କୁ ଅର୍ପଣ କରନ୍ତୁ। ଅର୍ପଣ କରିବା ପରେ ସେହି ଖିରୀକୁ ଚନ୍ଦ୍ର କିରଣରେ ଅର୍ଥାତ୍ ଛାତ ଉପରେ ରଖି ଦେଇ ଯାଆନ୍ତୁ। ତା’ପର ଦିନ ସକାଳେ ଏହି ଖିରୀକୁ ଗ୍ରହଣ କରନ୍ତୁ।
ଏହି ଶରତ ପୂର୍ଣ୍ଣିମା ଦିନ ଭଗବାନ ଶିବଶଙ୍କର ମା’ପାର୍ବତୀ, କାର୍ତ୍ତିକେୟ, ତୁଳସୀ ଚଉରା, ମା’ ଗଜଲକ୍ଷ୍ମୀଙ୍କୁ ବିଶେଷ ଭାବେ ପୂଜାର୍ଚ୍ଚନା କରାଯାଏ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories