ପାଟଣା : ପାଟଣା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୋଷ୍ଠୀ ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ଅମାନ୍ତଙ୍କ ଆବାହକତ୍ୱରେ ଜାଗରୁକତା ସଚେତନତା ସପ୍ତାହ ପାଳନ ଅବସରରେ ସମୂହ ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର କିରାଣୀ ଦୂର୍ଯ୍ୟୋଧନ ସାହୁ, ଦୂର୍ଯ୍ୟୋଧନ ମହାନ୍ତ, ବ୍ରଜବନ୍ଧୁ ମହାନ୍ତ, କଳ୍ପତରୁ ମିଶ୍ର, ଜତିନ କବି, ଜନ୍ମେଜୟ ଦାଶ, ସତ୍ୟସୁନ୍ଦର ପୃଷ୍ଟି ଅନ୍ୟ କର୍ମଚାରୀ ମାନଙ୍କ ସହ ଶିକ୍ଷକ ସଂଘ ସମ୍ପାଦକ କମଳାକାନ୍ତ ପତି, କ୍ଲଷ୍ଟର ସଂଯୋଜକ ସନ୍ତୋଷ କୁମାର ନାଏକ, ପ୍ରମୋଦ କୁମାର ମହାନ୍ତ, ଶ୍ରୀକାନ୍ତ ବିଶ୍ୱାଳ, ଶିକ୍ଷକ ପାର୍ଥସାରଥି ବେଜ, କୃପାସିନ୍ଧୁ ସାହୁ, ଭବାନୀଶଙ୍କର ମହାନ୍ତ ପ୍ରମୁଖ ଯୋଗ ଦେଇ ନିଜ ନିଜ ସ୍ତରରେ ସମସ୍ତଙ୍କୁ ସତର୍କ ଓ ଜାଗରୁକ କରାଇବା ପାଇଁ ମିଳିତ ଶପଥ ନେଇଥିଲେ ।
Popular Categories



