www.samajalive.in
Saturday, December 13, 2025
23.1 C
Bhubaneswar

ଫିରିଙ୍ଗିଆ ମୋବାଇଲ ନେଟ୍‍ୱାର୍କକୁ ନେଇ ଅସନ୍ତୋଷ

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ୨ୟ ବୃହତ୍ତମ ବ୍ଳକ ଭାବେ ପରିଚିତ ଫିରିଙ୍ଗିଆ ବ୍ଳକରେ ମୋବାଇଲ୍‍ ନେଟ୍‍ୱାର୍କକୁ ନେଇ ଦିନକୁ ଦିନ ବଢିଛି ଅସନ୍ତୋଷ।ତେବେ ବ୍ଳକର ବିଭିନ୍ନ ଅଞ୍ଚଳରେ ବର୍ତ୍ତମାନ ପର୍ଯ୍ୟନ୍ତ ନେଟୱାର୍କର କୌଣସି ପ୍ରକାର ବ୍ୟବସ୍ଥା ନଥିବା ବେଳେ ଯେଉଁ କେତେକ ଅଞ୍ଚଳରେ ନେଟୱାର୍କ ଅଛି ତାହା ମଧ୍ୟ ଠିକ୍‍ ଭାବେ କାର୍ଯ୍ୟ କରୁନାହିଁ। ବର୍ତ୍ତମାନ ନେଟୱାର୍କ ଏବେ ବଡ଼ ସମସ୍ୟା ସୃଷ୍ଟି କରିଛି ବ୍ଳକରେ। ମୋବାଇଲ୍‍ ନେଟୱାର୍କ ନ ଥିବାରୁ ଅନେକ ଜରୁରି କାଯ୍ୟର୍ଞ ବିିଭିନ୍ନ ସମୟରେ ବାଧାପ୍ରାପ୍ତ ହେଉଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ନେଟୱାର୍କ ନଥିବାରୁ ଅନେକ ଜରୁରି କାମ ମଧ୍ୟ ବାଧାପ୍ରାପ୍ତ ହେଉଛି। ତେକେ କିଛିମାସ ହେଲା ଏହି ସମସ୍ୟା ଉଗ୍ରରୂପ ଧାରଣ କରିଛି ଖୋଦ୍‍ ଫିରିଙ୍ଗିଆ ସଦର ମହକୁମାରେ। ସଦରମହକୁମାରେ କେବଳ ୨ଟି ନେଟୱାର୍କ ଥିବାବେଳେ ଏହି ୨ଟି ଉପରେ ଫିରିଙ୍ଗିଆ ସହର ସମେତ ଆଖ ପାଖରେ ପ୍ରାୟ ୨୦ଟି ଗ୍ରାମର ଅଧିବାସୀ ମାନେ ନିର୍ଭର କରିଥାନ୍ତି। ସହରର ଥିବା ସମସ୍ତ ପ୍ରାୟ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସହିତ ବ୍ୟାଙ୍କ ଓ ପୋଷ୍ଟ ଅଫିସ୍‍ ସମୂହ ମଧ୍ୟ ସଂପୂର୍ଣ୍ଣଭାବେ ନିର୍ଭର କରୁଥିବା ବେଳେ ବାରମ୍ବାର ବିଭ୍ରାଟ ଯୋଗୁଁ ସାଧାରଣ ଗ୍ରାହକମାନେ ମଧ୍ୟ ନାହିଁ ନଥିବା ପରିସ୍ଥିତିର ସମ୍ମୁଖୀନ ହୋଇଥାନ୍ତି। ତେବେ କରୋନା କଟକଣା ଯୋଗୁଁ ବର୍ତ୍ତମାନ ସ୍କୁଲ କଲେଜ ସବୁ ଦୀର୍ଗ ୬ ମାସ ଧରି ବନ୍ଦ ଥିବା ବେଳେ ଅନ୍‍ ଲାଇନ୍‍ ଦ୍ୱାରା ଚାଲିଥିବା ପାଠପଢା ସଂପୂର୍ଣ୍ଣଭାବେ ଠପ୍‍ ହୋଇଯାଇଛି। ଅଭିଭାବକ ମାନେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଖର୍ଚ୍ଚ କରୁଥିବା ହଜାର ହଜାର ଟଙ୍କା ପାଣିରେ ପଡ଼ିଛି ବୋଳି କହିଛନ୍ତି ବହୁ ଅଭିଭାବକ। ନେଟୱାର୍କ ସମସ୍ୟା ଯୋଗୁ ବହୁ ବ୍ୟବସାୟୀଙ୍କୁ କ୍ଷତି ସହିବାକୁ ପଡୁଛି ବୋଲି ମଧ୍ୟ ପ୍ରକ।ଶ କରିଛନ୍ତି। ତେବେ ଉଭୟ ଟାୱାର ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ଏ ନେଇ ଅଞ୍ଚଳବାସୀ ଅଭିଯୋଗ କଲେ ଆମେ କଣ କରିବୁ ବୋଲି କହି ନୀରବ ରହୁଥିବା ବେଳେ ଉପରିସ୍ଥ ଅଧିକାରୀମାନେ ମଧ୍ୟ ଏନେଇ କୌଣସି ପ୍ରକାର ଦୃଷ୍ଟି ଦେଉନାହାନ୍ତି ବୋଲି ଅଭିଯୋଗ ହୋଇଛି। ଏହି ନେଟୱାର୍କ ସମସ୍ୟାକୁ ନେଇ କେତେବେଳେ ମଧ୍ୟ କଣ ପରିସ୍ଥିତି ଉପୁଜିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ପାରେନା।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories