ଚିତ୍ରକୋଣ୍ଡା: ଚିତ୍ରକୋଣ୍ଡାସ୍ଥିତ ମିତଲ ନିପଲ ଷ୍ଟିଲ ଇଣ୍ଡିଆ ଲିମିଟେଡ଼ କମ୍ପାନୀର ପାଇପ ମଧ୍ୟରେ ଲୁହା ତରଳ ଗୁଣ୍ଡ ଯାଉଥିଲା। କମ୍ପାନୀର ଲୁହା ତରଳ ଗୁଣ୍ଡ ଯାଉଥିବବେଳେ ଚିତ୍ରକୋଣ୍ଡା ଯାନବାଇ ସ୍ଥିତ ଆଞ୍ଜେରିଆ ଗୁଡ଼ା ଗ୍ରାମ ନିକଟରେ ଆରସେଲ ପାଇପ୍ ଲାଇନଟି ଫାଟି ଯାଇଥିଲା। ଏହାଦ୍ବାରା ଯାଉଥିବା ଲୌହ ତରଳ ପଦାର୍ଥ ଗୁଡିକ ବିଭିନ୍ନ ଚାଷ ଜମିକୁ ମାଡି ଯାଇଥିଲା। ଫଳରେ ବହୁ ଚାଷ ଜମି ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି, ଉକ୍ତ ନଷ୍ଟ ହୋଇଥିବା ଚାଷ ଜମିର ଭରଣା କମ୍ପାନୀ କରିବା ପାଇଁ ଗ୍ରାମବାସୀମାନେ ଦାବି କରିଥିବା ଜଣାପଡ଼ିଛି।
Popular Categories



