www.samajalive.in
Monday, December 8, 2025
24.1 C
Bhubaneswar

ଡିସେମ୍ବର ୩୧ ଯାଏଁ ବଢ଼ିଲା ଆୟକର ଟିକସ ରିଟର୍ଣ୍ଣ ଦାଖଲ ଅବଧି

ଟିକସଦାତାମାନଙ୍କୁ ଆୟକର ଟିକସ ରିଟର୍ଣ୍ଣ ଦାଖଲ କରିବା ପାଇଁ ଅଧିକ ସମୟ ଦେବା ଲକ୍ଷ୍ୟରେ ସରକାର ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ଣ୍ଣ ଦାଖଲ ସମୟସୀମାକୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିଛନ୍ତି। ପୂର୍ବରୁ ଏଥିପାଇଁ ନଭେମ୍ବର ୩୦ତାରିଖ ଶେଷ ଦିନ ଥିଲା। ଅର୍ଥ ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି କହିଛି, ଯେଉଁ ଟିକସଦାତାମାନଙ୍କର ଆକାଉଣ୍ଟ ଅଡିଟ୍‍ କରାଯିବାକୁ ଆବଶ୍ୟକ ପଡ଼ୁଛି ସେମାନଙ୍କ ପାଇଁ ଆୟକର ରିଟର୍ଣ୍ଣ ଦାଖଲର ସମୟସୀମା ଆସନ୍ତାବର୍ଷ ଜାନୁଆରୀ ମାସ ୩୧ ତାରିଖ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି। ଯେଉଁ ଟିକସଦାତାମାନେ ଆନ୍ତର୍ଜାତିକ ଓ କିଛି ନିର୍ଦ୍ଦିଷ୍ଟ ଧରଣର ଦେଶୀୟ କାରବାର ସହ ସମ୍ପୃକ୍ତ ସେମାନଙ୍କ ପାଇଁ ଆୟକର ରିଟର୍ଣ୍ଣ ଦାଖଲ କରିବାର ସମୟସୀମାକୁ ମଧ୍ୟ ଆସନ୍ତାବର୍ଷ ଜାନୁଆରୀ ମାସ ୩୧ ତାରିଖ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି।

ଟିକସ ଅଡିଟ୍‍ ରିପୋର୍ଟ ଓ ଆନ୍ତର୍ଜାତିକ ଏବଂ କିଛି ନିର୍ଦ୍ଦିଷ୍ଟ ଦେଶୀୟ କାରବାର ସମ୍ବନ୍ଧୀୟ ରିପୋର୍ଟ ସମେତ ବିଭିନ୍ନ ଅଡିଟ୍‍ ରିପୋର୍ଟ ଦାଖଲ ସମୟସୀମାକୁ ମଧ୍ୟ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି। ଏହାଛଡ଼ା ସେଲ୍‌ଫ ଆସେସ୍‍ମେଣ୍ଟ ଟିକସ ଦାଖଲ ପାଇଁ ଧାର୍ଯ୍ୟ ସମୟସୀମାକୁ ମଧ୍ୟ ସମ୍ପ୍ରସାରଣ କରାଯାଇଛି। କ୍ଷୁଦ୍ର ଓ ମଧ୍ୟମ ଟିକସଦାତାମାନଙ୍କୁ ରିହାତି ପ୍ରଦାନ ଲକ୍ଷ୍ୟରେ ଦ୍ୱିତୀୟ ଥର ପାଇଁ ଏହି ସମୟସୀମା ସମ୍ପ୍ରସାରଣ କରାଯାଇଛି। ମନ୍ତ୍ରଣାଳୟ କହିଛି, ଯେଉଁ ଟିକସ ଦାତାମାନଙ୍କର ସେଲ୍‌ଫ ଆସେସ୍‍ମେଣ୍ଟ ଟିକସ ଦେୟ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି ସେମାନଙ୍କ ପାଇଁ ସେଲ୍‌ଫ ଆସେସ୍‍ମେଣ୍ଟ ଟିକସ ଦାଖଲର ସମୟସୀମା ଆସନ୍ତା ବର୍ଷ ଜାନୁଆରୀ ମାସ ୩୧ ତାରିଖ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories