www.samajalive.in
Sunday, December 7, 2025
23.1 C
Bhubaneswar

ଦଶହରାରେ କେଉଁ କାରଣରୁ ସଜାଯାଏ ଗେଣ୍ଡୁଫୁଲ : ଜାଣନ୍ତୁ ଧାର୍ମିକ ମହତ୍ତ୍ୱ

ଦଶହରା ପର୍ବ ବିଜୟର ପ୍ରତୀକ। ଏହି ଦିନରେ ପ୍ରକୃତି ବେଶ ଶସ୍ୟଶ୍ୟାମଳା ରହିଥାଏ। ତେବେ ଆପଣ ଜାଣନ୍ତି କି, ଏହି ଦଶହରା ପର୍ବରେ ଗେଣ୍ଡୁଫୁଲ ସଜାଇବାର କାରଣ କ’ଣ ? ବାସ୍ତବରେ ଏହି ସମୟରେ ଗେଣ୍ଡୁଫୁଲ ଉପଲବ୍ଧ ଓ ଏହାର ଧାର୍ମିକ ମହତ୍ତ୍ୱ ମଧ୍ୟ ରହିଛି।
୧- ଗେଣ୍ଡୁଫୁଲର ରଙ୍ଗ କେଶରୀ ସହ ଅନ୍ୟ ରଙ୍ଗର ମଧ୍ୟ ରହିଛି। ମାତ୍ର କେଶରୀ ରଙ୍ଗ (ଗାଢ ପିତ) ରଙ୍ଗ ବିଜୟ, ହର୍ଷ, ଉଲ୍ଲାସର ପ୍ରତିନିଧିତ୍ୱ କରିଥାଏ। ଏହି ଫୁଲର ଧାର୍ମିକ ମହତ୍ତ୍ୱ ଅନ୍ୟ ଫୁଲ ତୁଳନାରେ ଅଧିକ ବୋଲି କୁହାଯାଏ। ଏହାର ରଙ୍ଗ ମନକୁ ବେଶ ପ୍ରଫୁଲ୍ଲିତ କରିଥାଏ। ଏହି ଫୁଲକୁ ଶୁଭତ୍ୱର ପ୍ରତୀକ ବୋଲି କୁହାଯାଏ। କେଶରୀ ମିଶ୍ରିତ ହଳଦିଆ ରଙ୍ଗ ଓ କେଶରୀ ମିଶ୍ରିତ ଲାଲ ରଙ୍ଗ ଗେଣ୍ଡୁଫୁଲ ହିଁ ପୂଜା ପାଇଁ ସର୍ବଶ୍ରେଷ୍ଠ ବୋଲି କୁହାଯାଏ। ପ୍ରକୃତି ଦ୍ୱାରା ଏହା ପର୍ବ ପାଇଁ ଉପହାର ସଦୃଶ ହେବା ସହ ପ୍ରକୃତି ପର୍ବ ପ୍ରତି ନିଜର ସ୍ନେହ, ସମ୍ମାନ ଓ ପ୍ରସନ୍ନତା ଏହା ମାଧ୍ୟମରେ ଦର୍ଶାଇଥାଏ।
ଏହାର ସ୍ୱତନ୍ତ୍ର ଧାର୍ମିକ ମହତ୍ତ୍ୱ ଅନୁଯାୟୀ, ବିଜୟ ପର୍ବରେ ଗେଣ୍ଡୁଫୁଲ ସଜାଇବା ଓ ପୂଜାରେ ଅର୍ପଣ କରିବାର ମହତ୍ତ୍ୱ ରହିଛି। ଏହାକୁ ସୂର୍ଯ୍ୟଙ୍କ ପ୍ରତୀକ ମଧ୍ୟ କୁହାଯାଏ। ପ୍ରାଚୀନ ଗ୍ରନ୍ଥରେ ଏହି ଫୁଲ ସୁନ୍ଦରତା ଓ ଶକ୍ତିର ପ୍ରତୀକ ବୋଲି କୁହାଯାଏ। ଏହି ଫୁଲ ବିନା ଶବ୍ଦରେ ବିଜୟର ପର୍ବ ପ୍ରତି ନିଜର ପ୍ରସନ୍ନତା ପ୍ରକାଶ କରିଥାଏ।
ଏହା ଦିବ୍ୟ ଶକ୍ତିଙ୍କ ସହ ସତ୍ୟର ପ୍ରତୀକ ବୋଲି କୁହାଯାଏ। ଏହାର ଲାଲ ମିଶ୍ରିତ ହଳଦିଆ ରଙ୍ଗ ଭଗବାନଙ୍କ ପ୍ରତି ସମର୍ପଣର ପ୍ରତୀକ ବୋଲି କୁହାଯାଏ। ଏହାର ବାସ୍ନା ସମସ୍ତ ନକରାତ୍ମକ ଶକ୍ତିର ନାଶ କରିଥାଏ। ଏହା ମାନସିକ ଦୁଶ୍ଚିତା ଦୂର କରିଥାଏ। ସମଗ୍ର ବାତାବରଣକୁ ମଧ୍ୟ ଶୁଦ୍ଧ ଓ ଶାନ୍ତି ପ୍ରଦାନ କରିଥାଏ।
ଏହି ଫୁଲ ପ୍ରାକୃତିକ ରୂପରେ ବିଭିନ୍ନ କୀଟ ପତଙ୍ଗକୁ ପରିବେଶରୁ ଦୂରେଇ ରଖେ। ଦଶହରାରୁ ଦୀପାବଳୀ ଯାଏଁ ଏହି ଫୁଲକୁ ପୂଜାରେ ବହୁଳ ପରିମାଣରେ ବ୍ୟବହାର କରାଯାଏ।

 

- Advertisement -

 

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories