ଦେଶବ୍ୟାପୀ ଟ୍ରକ ଧର୍ମଘଟ: ଓଡ଼ିଶାରୁ ଗଡ଼ିଲାନି ୨ ଲକ୍ଷ ଟ୍ରକ

0

ଭୁବନେଶ୍ବର: ଛଅ ଦଫା ଦାବି ନେଇ ଆଜିଠାରୁ ଦେଶବ୍ୟାପୀ ଆରମ୍ଭ ହୋଇଛି ଟ୍ରକ ଧର୍ମଘଟ ା ଅଖିଳ ଭାରତୀୟ ​‌େମ​‌ାଟର ପରିବହନ କଂଗ୍ରେସ (ଏଆଇଏମ୍‌ଟିସି) ପକ୍ଷରୁ ‘ଚକା ଜାମ୍‌’ ନାମରେ ଡାକରା ଦିଆଯାଇଥିବା ଏହି ଧର୍ମଘଟ​‌ ଯୋଗୁ ଆଜି ସମଗ୍ର ଦେଶ​‌େ​‌ର ଟ୍ରକ୍ ଚଳାଚଳ ବନ୍ଦ ରହିଥିଲା ା​‌ କେବଳ ବ୍ୟବସାୟିକ ସଂସ୍ଥା କାହିଁକି କାରଖାନା, ବନ୍ଦର ଏବଂ ରେଳ ​‌​‌​‌େ​‌ଷ୍ଟଶନଗୁଡିକ ନିକଟରେ ରହିଥିବା ଲୋଡିଂ ପଏଣ୍ଟରେ ଏଥିଯୋଗୁ କାର୍ଯ୍ୟ ବନ୍ଦ ରହିଥିଲା ା ଏ ସମ୍ପର୍କରେ ଏଆଇଏମ୍‌ଟିସି ​‌େକ​‌ାର କମିଟିର ଅଧ୍ୟକ୍ଷ ବାଲ୍‌ ମଲ୍‌କିଟ୍‌ ସିଂ କୁହନ୍ତି, ଦେଶରେ ଚଳାଚଳ କରୁଥିବା ୯୩ ଲକ୍ଷ ଟ୍ରକ ମଧ୍ୟରୁ ପାଖାପାଖି ୫୦%-୬୦% ଟ୍ରକର ଚଳାଚଳ ଆଜି ବନ୍ଦ ରହିଥିଲା ା ଧର୍ମଘଟ ଅବଧି ବଢିଲେ ଆଉ ଅଧିକ ଟ୍ରକ ଏଥିରେ ସାମିଲ ହେବେ ​‌େବ​‌ାଲି ସେ କହିଛନ୍ତି।
ଅନିର୍ଦ୍ଦିଷ୍ଟକାଳ ଡାକରା ଦିଆଯାଇଥିବା ଏହି ଧର୍ମଘଟର ପ୍ରଭାବ ଓଡ଼ିଶାରେ ଅନୁଭୂତ ହୋଇଥିଲା ା ଏହି ଟ୍ରକ ଧର୍ମଘଟକୁ ରାଜ୍ୟ ଟ୍ରକ ମାଲିକ ମହାସଂଘର ସମର୍ଥନ ରହିଥିବା ଯୋଗୁ ରାଜ୍ୟ​‌େ​‌ର ଏଥିଯୋଗୁ ଟ୍ରକ ଚଳାଚଳ ବନ୍ଦ ରହିଥିଲା।  ଫଳରେ ଆଜି ରାଜ୍ୟରୁ ବାହାରକୁ କିମ୍ବା ବାହାର ରାଜ୍ୟରୁ ରାଜ୍ୟ ମଧ୍ୟକୁ ଟ୍ରକ ଚଳାଚଳ କରି ନ ଥିଲା ା ବାହାର ରାଜ୍ୟରୁ ଶୁକ୍ରବାର ସକାଳ ୬ ପୂର୍ବରୁ ପ୍ରବେଶ କରିଥିବା ଟ୍ରକଗୁଡିକ ବିଭିନ୍ନ ସ୍ଥାନରେ ଅଟକି ରହିଥିଲା।  ଧର୍ମଘଟ ପ୍ରଭାବରେ କଟକ ଏବଂ ଭୁବନେଶ୍ବର ବ୍ୟତୀତ ଅନୁଗୋଳ, ପାରାଦ୍ବୀପ, ସମ୍ବଲପୁର ଏବଂ ରାଉରକେଲା ସ୍ଥାନରେ ଆଜି ଟ୍ରକ ଚଳାଚଳ ବନ୍ଦ ରହିଥିଲା ା ଭୁବନେଶ୍ବରର ରସୁଲଗଡ, କଟକର ଜଗତ୍‌ପୁର ଏବଂ ଚଣ୍ଡିଖୋଲଠାରେ ଶହ ଶହ ସଂଖ୍ୟାରେ ଟ୍ରକ ଜମା ହୋଇ ରହିଥିଲା। ସେହିଭଳି ଧର୍ମଘଟ ଯୋଗୁ ରାଜ୍ୟକୁ ବାହାର ରାଜ୍ୟରୁ ଆସୁଥିବା ଆଳୁ, ପିଆଜ, ମାଛ, ଅଣ୍ଡା ଏବଂ ଫଳ ପରିବହନ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ରାଜ୍ୟରେ ପ୍ରାୟ ୨ ଲକ୍ଷ ଟ୍ରକ ଏହି ଧର୍ମଘଟରେ ସାମିଲ ହୋଇଥିବା ରାଜ୍ୟ ଟ୍ରକ ମାଲିକ ମହାସଂଘର ସାଧାରଣ ସମ୍ପାଦକ ରବି ନାରାୟଣ ଶତପଥୀ କହିଛନ୍ତି। ଯଦି କେନ୍ଦ୍ର ସରକାର ସଂଘର ଦାବି ପୂରଣ ନ କରନ୍ତି ତେବେ ଆଗକୁ ଏହି ଧର୍ମଘଟକୁ ଜୋରଦାର କରାଯିବ ବୋଲି ଶ୍ରୀ ଶତପଥୀ କହିଛନ୍ତି।

Leave A Reply