www.samajalive.in
Sunday, December 7, 2025
14.1 C
Bhubaneswar

ଜିଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ସମ୍ମିଳନୀ, କରୋନା ସଂକ୍ରମଣରୁ ସୁରକ୍ଷିତ ରଖିବାକୁ ଶୃଙ୍ଖଳିତ ଜୀବନଚର୍ଯ୍ୟାର ଅନୁପାଳନ ଉପରେ ଗୁରୁତ୍ବ

ଭୁବନେଶ୍ୱର: ନ୍ୟାୟାଳୟ ଓ ସରକାରଙ୍କ ଦ୍ୱାରା ଜାରି ଉପଦେଶାବଳୀର ଉପଯୁକ୍ତ ପାଳନ ଦ୍ୱାରା ଶିଶୁଯତ୍ନ ଅନୁଷ୍ଠାନର ଶିଶୁମାନେ କୋଭିଡ୍‌-୧୯କୁ ପ୍ରତିହତ କରିବାରେ ସକ୍ଷମ ହୋଇପାରିଛନ୍ତି ବୋଲି ଜିଲା ଶିଶୁ ସୁରକ୍ଷା ଅଧିକାରୀମାନଙ୍କ ସମ୍ମିଳନୀରେ ମତ ପ୍ରକାଶ ପାଇଛି । ଏହି ସମ୍ମିଳନୀରେ ଯୋଗଦେଇ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ଶିଶୁଯତ୍ନ ଅନୁଷ୍ଠାନର ଶିଶୁମାନଙ୍କ ନିମନ୍ତେ କରୋନା କାଳର ପଞ୍ଜିକା ଉନ୍ମୋଚନ କରିବା ସହିତ ସମଗ୍ର ଶିଶୁ ସୁରକ୍ଷା ବ୍ୟବସ୍ଥାର ଅଂଶୀଦାରମାନେ ଏପରି ପ୍ରଚେଷ୍ଟା ଜାରି ରଖିବା ପାଇଁ ଆହ୍ୱାନ ଦେଇଥିଲେ । କରୋନା ସମୟରେ ସପ୍ତାହର ୭ ଦିନଯାକ ପ୍ରଦତ୍ତ କାର୍ଯ୍ୟସୂଚୀ ଅନୁସାରେ ଶିଶୁଯତ୍ନ ଅନୁଷ୍ଠାନଗୁଡ଼ିକର ଶିଶୁମାନେ କିଭଳି ଶୃଙ୍ଖଳିତ ଜୀବନଚର୍ଯ୍ୟାର ଅନୁପାଳନ କରି ସଂକ୍ରମଣରୁ ନିଜକୁ ସୁରକ୍ଷିତ ରଖିପାରିବେ ତାହା ଏହି ଚିତ୍ରଭିତ୍ତିକ ପଞ୍ଜିକାରେ ସୁନ୍ଦର ଭାବେ ପ୍ରଦର୍ଶିତ ହୋଇଛି ।
ଏଠାରେ ସୂଚନାଯୋଗ୍ୟ ରାଜ୍ୟର ୨୪୧ ଗୋଟି ପଞ୍ଜୀକୃତ ଶିଶୁଯତ୍ନ ଅନୁଷ୍ଠାନରେ ୮୪୯୯ ଜଣ ଶିଶୁଙ୍କୁ ଯତ୍ନ ଓ ସୁରକ୍ଷା ପ୍ରଦାନ କରାଯାଉଛି । ଉକ୍ତ ଅନୁଷ୍ଠାନଗୁଡ଼ିକରୁ ୩୧ ଜଣ ଶିଶୁ ଚଳିତ ବର୍ଷ ଆଦର୍ଶ ବିଦ୍ୟାଳୟରେ ନାମ ଲେଖାଇଛନ୍ତି । ସେହିପରି ଚଳିତ ବର୍ଷ ଦଶମ ବୋର୍ଡ ପରୀକ୍ଷାରେ ୮୪ ପ୍ରତିଶତ ଶିଶୁ କୃତକାର୍ଯ୍ୟ ହୋଇଛନ୍ତି। ନିକଟରେ ଏହି ଶିଶୁମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ସରକାର ବିବିଧ ନିୟମାବଳୀର ପ୍ରଣୟନ କରିବା ସହିତ ଉକ୍ତ ଅନୁଷ୍ଠାନଗୁଡ଼ିକ ପାଇଁ ରିହାତି ଦରରେ ଚାଉଳ ଯୋଗାଣର ବ୍ୟବସ୍ଥା କରିଛନ୍ତି। ବିଭାଗର ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲ ଶିଶୁ ସୁରକ୍ଷା ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟକ୍ରମର ସବିଶେଷ ସମୀକ୍ଷା କରିବା ସହିତ ଗ୍ରାମ ପଞ୍ଚାୟତ, ବ୍ଲକ୍‌ ଓ ଜିଲ୍ଲାସ୍ତରୀୟ ଶିଶୁ ସୁରକ୍ଷା କମିଟିଗୁଡ଼ିକୁ ଅଧିକ କ୍ରିୟାଶୀଳ କରିବା ସହିତ ସମସ୍ତ କାର୍ଯ୍ୟର ବିବରଣୀ ପ୍ରଦାନ ସଂପର୍କରେ ଗୁରୁତ୍ୱାରୋପ କରିଥିଲେ। ଉକ୍ତ ଅନ୍‌ଲାଇନ୍‌ ସମ୍ମିଳନୀରେ ବିଭାଗର ଯୁଗ୍ମ ସଚିବ ଗୀତାରାଣୀ ପଟ୍ଟନାୟକ ଉପସ୍ଥିତ ଥିଲେ। ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ ପ୍ରବନ୍ଧକ ପ୍ରୀତିକାନ୍ତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories