www.samajalive.in
Sunday, December 7, 2025
26.1 C
Bhubaneswar

ଆଉ ଲାଉ ତୁମ୍ବି ଅଣ୍ଟାରେ ବାନ୍ଧି କରି ନୁହେଁ ବୋଟ୍‌ରେ ନଦୀ ପାରହେବେ ମାଲକାନଗିରି ଚିତ୍ରକୋଣ୍ଡାର ଅଙ୍ଗନୱାଡି କର୍ମୀ

ମାଲକାନଗିରି : ଲାଉ ତୁମ୍ବି ଅଣ୍ଟାରେ ବାନ୍ଧି ଜୀବନକୁ ପାଣି ଛଡାଇ ଭରା ନଈରେ ଆଉ ନଦୀ ପାର ହେବେନେ ମାଲକାନଗିରି ଚିତ୍ରକୋଣ୍ଡା ରାଲେଗଡା ପଞ୍ଚାୟତର ଅଙ୍ଗନୱାଡି କର୍ମୀ। କାରଣ ମାଲକାନଗିରିର ଅଙ୍ଗନୱାଡି କର୍ମୀଙ୍କ ଏହି ଦୁଃଖ ଲାଘବ କରିବେ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା। ଗଣମାଧ୍ୟମ ଏବଂ ସୋସିଆଲ ମିଡିଆରୁ ଘଟଣା ସମ୍ପର୍କରେ ଜାଣିବା ପରେ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଏକ ବୋଟ୍‌ ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। କର୍ତ୍ତବ୍ୟ ଆଗରେ ଜୀବନକୁ ପାଣି ଛଡାଇ ଭରା ନଇକୁ ଲାଉ ତୁମ୍ବି ସହାୟତାରେ ପାର ହେଉଥିବା ରାଲେଗଡା ପଂଚାୟତର ଦୁଇ ଅଙ୍ଗନୱାଡି କର୍ମୀ ପ୍ରମିଳା ପାନେଲ ଓ ହେମଲତା ଶିଶାଙ୍କ ଭିଡିଓ ଦେଖିବା ପରେ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ବୋଟ୍ ଦେବା ପାଇଁ କହିଛନ୍ତି। ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଟ୍ବିଟରେ ଅଙ୍ଗନୱାଡି କର୍ମୀ ଭରା ନଇ ପାର ହେଉଥିବାର ଭିଡିଓ ଟ୍ବିଟ କରି ଲେଖିଛନ୍ତି ଖୁବ୍‌ଶିଘ୍ର ତାଙ୍କ ମହିନ୍ଦ୍ରା କମ୍ପାନୀର ଅଧିକାରୀ ଏକ ବୋଟ୍ ନେଇ ସେହି ଅଞ୍ଚଳରେ ପାହଞ୍ଚାଇବେ। ଆଉ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଏହି ଟ୍ବିଟ କରିବା ପରେ ରାଲେଗଡା ପଞ୍ଚାୟତ ଅଧିବାସୀମାନେ ବେଶ ଖୁସି ହୋଇଛନ୍ତି।


ସୂଚନାଅନୁସାରେ ମାଲକନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ରାଲେଗଡା ପଞ୍ଚାୟତର ଦୁଇ ଅଙ୍ଗନୱାଡି କର୍ମୀ ପ୍ରମିଳା ପାନେଲ ଓ ହେମଲତା ଶିଶା ସବୁ ଦିନ ନଦୀ ପାର ହୋଇ ଆରପଟରେ ଥିବା ଗାଁ ସୁଆପାଲି ଓ ନେରୁଡ଼ିକୁ ଯାଇଥାନ୍ତି। କାରଣ ଏହି ଗାଁକୁ ଯିବା ପାଇଁ ଯେଉଁରାସ୍ତା ରହିଛି ତାହା ପ୍ରାୟ ୧୫ ରୁ ଅଧିକ କିଲୋମିଟର ବୁଲାଣି ହୋଇଥାଏ। ଯେତେବେଳେ ବର୍ଷା ନହୁଏ ସେତେବେଳେ ନଦୀରେ ଥିବା ଜଳ ଅତି କମରେ ଅଣ୍ଟା ଗଭୀର ଯୋଗୁ ସେମାନେ ସହଜରେ ନଦୀପାର ହୋଇଯାଆନ୍ତି କିନ୍ତୁ ବର୍ଷା ଦିନ ଆସିଲେ ନଦୀର ଜଳସ୍ତର ବଢିଯାଏ । ନଦୀର ଜଳସ୍ତର ବଢିଯିବା ଫଳରେ ଅଙ୍ଗନୱାଡି କର୍ମୀ ଦୁଇ ଜଣଙ୍କୁ ସେହି ଗାଁରେ ପହଞ୍ଚିବାକୁ ଲାଉ ତୁମ୍ବି ଅଣ୍ଟାରେ ବାନ୍ଧି ନଦୀ ପାର ହେବାକୁ ପଡେ। ପାଖ ଗାଁରେ କାହା ପାଖରେ ଡଙ୍ଗା ନଥିବା କାରଣରୁ ସେମାନେ ଭରା ନଦୀରେ ପଶି ଆରପାଟକୁ ଯାଆନ୍ତି ବୋଲି ଅଙ୍ଗନୱାଡି କର୍ମୀ ଦ୍ବୟ କହିଛନ୍ତି।

- Advertisement -

ଅଙ୍ଗନୱାଡି କର୍ମୀ ପ୍ରମିଳା ପାନେଲ କହିଛନ୍ତି ଯେ ପ୍ରାୟ ୯ ବର୍ଷ ହେବ ସେ ସମାନ ଅସୁବିଧାର ସମ୍ମୁଖୀନ ହୋଇ ନଦୀ ପାର ହୁଅନ୍ତି। କରୋନା ସମୟରେ ପ୍ରତିଦିନ ତାଙ୍କୁ ଏପରି ନଦୀ ପାର ହୋଇ ଗାଁକୁ ଯିବାକୁ ପଡେ କାରଣ କରୋନା ସମୟରେ ଲୋକଙ୍କ ସ୍ବାସ୍ଥ୍ୟ ପ୍ରତି ଯତ୍ନନେବା ସହ ପ୍ରତିଦିନର ରିପୋର୍ଟ ଦେବାକୁ ପଡେ। ଲୋକଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରିବା ପାଇଁ ତାଙ୍କୁ ପ୍ରତିଦିନ ଏପରି ଭାବେ ନଦୀ ପାରହେବାକୁ ପଡେ । ନଦୀ ପାର ହେବାବେଳେ ଏକ ପ୍ଲାଷ୍ଟିକ ବ୍ୟାଗରେ ଶୁଖିଲା ପୋଷକ ରଖି ନଦୀ ପାରହେଲା ପରେ ଶୁଖିଲା ପୋଷାକ ପିନ୍ଧିବାକୁ ପଡେ ବୋଲି ପ୍ରମିଳା ପାନେଲ କହିଛନ୍ତି।

ଅନ୍ୟପଟେ ଘଟଣା ସମ୍ପର୍କରେ ବ୍ଲକର ଅଙ୍ଗନୱାଡି କର୍ମଚାରୀଙ୍କ ସଂଯୋଜକ ସଞ୍ଜୁକ୍ତା ସାହୁଙ୍କୁ ଘଟଣା ସମ୍ପର୍କରେ ପଚରାଯିବାରୁ ସେ କହିଛନ୍ତି ଯେ ଘଟଣା ସମ୍ପର୍କରେ ବାରମ୍ବାର ପ୍ରଶାସନକୁ ଅବଗତ କରାଯାଇଥିଲେ ମଧ୍ୟ ଫଳାଫଳ ମିଳିପାରି ନାହିଁ। ଉନ୍ନତ ସୁବିଧା ଖୋଜୁଥିବା ଆମେ ଉପସ୍ଥାପନା କରିଛୁ କିନ୍ତୁ ବ୍ୟବସ୍ଥା ନହେବା ପର୍ଯ୍ୟନ୍ତ ଆମକୁ ଏହା ଜାରି ରଖିବାକୁ ପଡ଼ିବ ବୋଲି ସେ କହିଛନ୍ତି। ଅଗଷ୍ଟ ମାସରେ ଜିଲ୍ଲା ପ୍ରଶାସନ ନଦୀ ଉପରେ ଏକ ସେତୁ ନିର୍ମାଣ ପାଇଁ ପ୍ରସ୍ତାବ ଦେଇଥିଲା କିନ୍ତୁ ଏହା ରାଜ୍ୟ ସରକାରଙ୍କ ଅନୁମୋଦନକୁ ଅପେକ୍ଷା କରିଛି। ସେତୁ ଯୋଜନା ଅଧୀନରେ ଆମେ ଏକ ସେତୁ ପାଇଁ ଏକ ପ୍ରସ୍ତାବ ଦାଖଲ କରିସାରିଛୁ ଏବଂ ସରକାରଙ୍କ ସହ ଅନୁସରଣ କରୁଛୁ ବୋଲି ମାଲକାନଗିରି ଜିଲ୍ଲାପାଳ ଜିଲ୍ଲାପାଳ ମନୀଷ ଅଗ୍ରୱାଲ କହିଛନ୍ତି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories