ଭାରତରେ ୮୦ ଲକ୍ଷ ଗୋତି ଶ୍ରମିକ

0

ନୂଆଦିଲ୍ଲୀ: ଭାରତରେ ପ୍ରାୟ ୮୦ ଲକ୍ଷ ଲୋକ ଗୋତି ଶ୍ରମିକ ଭାବେ ଜୀବନ ନିର୍ବାହ କରୁଛନ୍ତି। ପ୍ରତି ୧୦୦୦ରେ ହାରାହାରି ୬ ଜଣ ଲେଖାଏଁ ଗୋତି ଶ୍ରମିକ ରହିଛନ୍ତି। ଗ୍ଲୋବାଲ୍‍ ସ୍ଲାଭେରି ଇଣ୍ଡେକ୍ସରୁ ଏହା ଜଣାପଡ଼ିଛି। ତାଲିକାରେ ଏହାକୁ ମଡର୍ଣ୍ଣ ସ୍ଲାଭେରି ବୋଲି କୁହାଯାଇଛି।
ତାଲିକାରେ ଭାରତ ୫୩ତମ ସ୍ଥାନରେ ଥିବା ବେଳେ ପ୍ରଥମ ସ୍ଥାନରେ ରହିଛି ଉତ୍ତର କୋରିଆ। ସେଠାରେ ପ୍ରତି ୧୦୦୦ ଜଣରେ ୧୦୪ ଜଣ ଲେଖାଏଁ ଗୋତି ଶ୍ରମିକ ରହିଛନ୍ତି। ଜାପାନ୍‍ରେ ସବୁଠାରୁ କମ୍‍ ଗୋତି ଶ୍ରମିକ ରହିଛନ୍ତି। ସେଠାରେ ଗୋତି ଶ୍ରମିକ ଅନୁପାତ ହେଲା ପ୍ରତି ହଜାରେରେ ୦.୩। ଗୋତି ଶ୍ରମିକ ତାଲିକାରେ ଚୀନ୍‍ ୧୧୧ତମ ସ୍ଥାନରେ ରହିଛି। ବାଧ୍ୟତାମୂଳକ ବିବାହ, ମାନବ ଚାଲାଣ, ଋଣ ଭାର ଜନିତ ଚାପ ଯୋଗୁଁ ବାଧ୍ୟବାଧକତାରେ କାମ କରିବା ଆଦିକୁ ମଡର୍ଣ୍ଣ ସ୍ଲାଭେରି ଅନ୍ତର୍ଭୁକ୍ତ କରାଯାଇଛି।

Leave A Reply