ପୁଣି ଥରେ କେନ୍ଦ୍ର ସରକାର ଫେରାଇ ଦେଲେ କଲେଜିୟମ ସୁପାରିସ

0

ନୂଆଦିଲ୍ଲୀ: ଦିଲ୍ଳୀ ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତି ପାଇଁ ସୁପିି୍ରମକୋର୍ଟ କଲେଜିୟମ କରିଥିବା ସୁପାରିସକୁ କେନ୍ଦ୍ର ସରକାର ପୁଣି ଥରେ ପ୍ରତ୍ୟାଖ୍ୟାନ କରିଛନ୍ତି। କାଲକାଟା ହାଇକୋର୍ଟ ବିଚାରପତି ଅନିରୁଦ୍ଧ ବୋଷ୍‍ଙ୍କୁ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଁ କଲେଜିୟମ ଛଅ ମାସ ପୂର୍ବେ ସୁପାରିସ କରିଥିଲେ। ସୁପାରିସର ପୁନର୍ବିଚାର ପାଇଁ କଲେଜିୟମକୁ କେନ୍ଦ୍ର ସରକାର କହିଛନ୍ତି।
ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ଜଣେ ଅଧିକାରୀ କହିଛନ୍ତି ଯେ କଲେଜିୟମର ସୁପାରିସକୁ ନେଇ କୌଣସି ବିବାଦ ନାହିଁ କିମ୍ବା କୌଣସି ଆପତ୍ତି ନାହିଁ। ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତି ଏକ ସମ୍ବେଦନଶୀଳ ପଦବୀ ହୋଇଥିବାରୁ ଏହି ପଦବୀରେ ନିଯୁକ୍ତି ପୂର୍ବରୁ ବିସ୍ତୃତ ଭାବେ ଚିନ୍ତା କରିବା ଆବଶ୍ୟକ ବୋଲି କଲେଜିୟମକୁ କେନ୍ଦ୍ର ସରକାର କହିଛନ୍ତି।
ଏହାପୂର୍ବରୁ ଉତ୍ତରାଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି କେ ଏମ ଜୋସେଫ୍‍ଙ୍କୁ ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତି ପାଇଁ କଲେଜିୟମ ଦେଇଥିବା ସୁପାରିସକୁ କେନ୍ଦ୍ର ସରକାର ଅଗ୍ରାହ୍ୟ କରିବା ପରେ ବିବାଦ ସୃଷ୍ଟି ହୋଇଥିଲା। ଏହାପରେ ପୁଣି ଥରେ ଜୋସେଫ୍‍ଙ୍କ ନାମକୁ କଲେଜିୟମ ସୁପାରିସ କରିଥିଲେ।

Leave A Reply