ଭୁବନେଶ୍ବର : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଫାଶିଗୁଡା ଗ୍ରାମପଞ୍ଚାୟତର ୩୦ ନଜ ଗ୍ରାମ ପଞ୍ଚୟତର ସମସ୍ୟା ନେଇ ବାଚସ୍ପତି ଡ.ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ଭେଟିଛନ୍ତି। ବିଧାନସଭାର ନୂତନ ସମ୍ମିଳନୀ କକ୍ଷରେ ବାଚସ୍ପତି ଫାଶିଗୁଡା ପଞ୍ଚାୟତର ଚାଷୀମାନଙ୍କୁ ସାକ୍ଷାତ କରିଥିଲେ। ସାକ୍ଷାତ ଆଲୋଚନା ସମୟରେ ଚାଷୀମାନେ ଅଭାବ ଅସୁବିଧା ସହ ନିଜ ଗ୍ରାମ ପଞ୍ଚାୟତର ଉନ୍ନୟନମୂଳକ କାର୍ଯ୍ୟ ସଂପର୍କରେ ବିସ୍ତୃତଭାବେ ବାଚସ୍ପତିଙ୍କୁ ଜଣାଇଥିଲେ। ଚାଷୀମାନଙ୍କ ସମସ୍ୟା ଶୁଣିବା ପରେ ଯଥାଶିଘ୍ର ସମସ୍ୟା ସମାଧାନ ସହିତ ଉନ୍ନୟନମୂଳକ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ବାଚସ୍ପତି ଡ.ସୂର୍ଯ୍ୟ ନାରାୟଣ ପାତ୍ର ପ୍ରତିଶୃତି ଦେଇଛନ୍ତି। ଏଥି ସହିତ ବାଚସ୍ପତି ଫାଶିଗୁଡା ଚାଷୀ ମାନଙ୍କ ସମସ୍ୟା ଓ ପଞ୍ଚାୟତର ସମସ୍ୟାକୁ ଉପରେ ବିହିତ ପଦକ୍ଷେପ ନେବାକୁ ଗଞ୍ଜମ ଜିଲାର ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ।
ପଞ୍ଚାୟତର ସମସ୍ୟା ନେଇ ବାଚସ୍ପତିଙ୍କୁ ସାକ୍ଷାତ କଲେ ଗଞ୍ଜାମ ଜିଲା ଫାଶିଗୁଡା ଗ୍ରାମପଞ୍ଚାୟତର ଚାଷୀ
Popular Categories



