www.samajalive.in
Saturday, December 13, 2025
23.1 C
Bhubaneswar

ଶିଳ୍ପର ସହର ଲାଞ୍ଜିଗଡ଼ରେ ଅଭାବନୀୟ ଘଟଣା, ରାସ୍ତା ନଥିବାରୁ ଖଟିଆରେ ବୁହାହେଲେ ଗର୍ଭବତୀ ମହିଳା

ଲାଞ୍ଜିଗଡ଼ : ଶିଳ୍ପର ସହର ଲାଞ୍ଜିଗଡ଼ରେ ଆଜି ରାସ୍ତା ଅଭାବରୁ ଆମ୍ବୁଲାନ୍ସ ଯାଇନପାରିବା ଓ ଜଣେ ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୋହି ନଦୀ ପାର କରାଇବା ଭଳି ଏକ ଅଭାବନୀୟ ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି। ଶିଳ୍ପ ସମୃଦ୍ଧ ଲାଞ୍ଜିଗଡ ପାଇଁ ଏହି ଘଟଣାଟି ଏକ ପ୍ରକାର ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି କରିଛି। ସୂଚନାନୁଯାୟୀ, ଲାଞ୍ଜିଗଡ ସହର ବିଭିନ୍ନ ପଡାରେ ବିଭକ୍ତ ହୋଇଥିବାବେଳେ ଏହାର ସର୍ବାଧିକ ଜନବହୁଳ ପଡା କହିଲେ ବଡପଡାକୁ ବୁଝାଏ। ବଂଶଧାରା ନଦୀ ଏହି ପଡାକୁ ଦୁଇଭାଗରେ ବିଭକ୍ତ କରିଥିବାବେଳେ ନଦୀ ଆରପାରିର ପଡାକୁ ବଡପଡା (ଘଡ଼େଇତୋଟା ପଡ଼ା) କୁହାଯାଇଥାଏ। ତେବେ ଘଡେଇତୋଟା ପଡାର ଦୁଃଖ କହିଲେ ଏହି ବଂଶଧାରା ନଦୀ। ଏହି ନଦୀ ଯୋଗୁଁ ପଡାବାସିନ୍ଦା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ଆଜି ନଦୀ ଯୋଗୁଁ ପଡାକୁ ଆମ୍ବୁଲାନ୍ସ ଆସିନପାରିବାରୁ ଜଣେ ଗର୍ଭ ବେଦନା ପାଉଥିବା ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୋହି ନଦୀ ପାର କରାଯାଇ ହସ୍ପିଟାଲ ନିଆଯାଇଥିବା ଅଭିଯୋଗ ହୋଇଛି।

ଏହି ପଡାର ଲିଟୁ ହରିଜନଙ୍କ ସ୍ତ୍ରୀ ବାସନ୍ତୀ ହରିଜନ(୧୯) ସକାଳୁ ଗର୍ଭକଷ୍ଟ ହେବାରୁ ତାଙ୍କୁ ହସ୍ପିଟାଲ ନେବାକୁ ସ୍ଥାନୀୟ ଆଶା କର୍ମୀଙ୍କ ସହାୟତାରେ ଆମ୍ବୁଲାନ୍ସ ଡକାଯାଇଥିଲା। ତେବେ ନଦୀ ଯୋଗୁଁ ଆମ୍ବୁଲାନ୍ସ ପଡାକୁ ଯାଇପାରିନଥିଲା। ଫଳରେ ଲିଟୁ ତାଙ୍କ ସାନଭାଇ ପିଣ୍ଟୁ ହରିଜନ, ଜ୍ୱାଇଁ ସ୍ୱୟଂ ନାଏକ ପ୍ରମୁଖ ତାଙ୍କୁ ଏକ ଖଟିଆରେ ବୋହି ନଦୀ ପାର କରାଇ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେଇଥିଲେ। ସେଠାରୁ ତାଙ୍କୁ ଲାଞ୍ଜିଗଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିବାବେଳେ ସେଠାରେ ତୁରନ୍ତ ଚିକିତ୍ସା ଆରମ୍ଭ କରାଯିବା ପରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିବା ସୂଚନା ମିଳିଛି। ନଦୀ ଯୋଗୁଁ ଆଜି ଜଣେ ଗର୍ଭବତୀ ମହିଳା ହଇରାଣ ହୋଇଥିବାବେଳେ ଗତବର୍ଷ ଜଣେ ବ୍ୟକ୍ତି ନଦୀ ପାର ହେବାବେଳେ ପ୍ରଖର ସ୍ରୋତରେ ଭାସିଯାଇ ଜୀବନ ହାରିଥିଲେ।

- Advertisement -

ଏପରିକି ଗତ ପନ୍ଦର ଦିନ ତଳେ ଦୁଇଜଣ ନାବାଳକ ଲାଞ୍ଜିଗଡ ବସ୍ତିରୁ ସଉଦା କିଣୀ ଘରକୁ ଫେରୁଥିବାବେଳେ ନଦୀର ପ୍ରଖର ସ୍ରୋତରେ ଭାସିଯିବାବେଳେ ପଡାବାସିନ୍ଦା ସେମାନଙ୍କୁ ଉଦ୍ଧାର କରିଥିବା ସୁଶାନ୍ତ ବିଭାର, ହିମାଂଶୁ ସେନାପତି, ଗିରିଶତୁଳା ମାଝୀ, ରତ୍ନୀ ମାଝୀ, ଶାନ୍ତି ମାଝୀ ପ୍ରମୁଖ ପ୍ରକାଶ କରିଛନ୍ତି। ଆଜି ଏ ନେଇ ସୁକନ୍ୟା ଶକ୍ତି ସଂଗଠନ ନାମକ ସ୍ୱେଚ୍ଛାସେବୀ ସଂସ୍ଥାର କର୍ମକର୍ତ୍ତାମାନେ ବ୍ଲକ ଅଧ୍ୟକ୍ଷ ଇଂ ଫକୀରମୋହନ ମାଝୀ ଓ ବିଡିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କୁ ସାକ୍ଷାତ କରି ନଦୀରେ ପୋଲ ନିର୍ମାଣ ପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ତେବେ ଲାଞ୍ଜିଗଡ ଭଳି ସହରାଞ୍ଚଳର ନାକତଳେ ଏଭଳି ଘଟଣା ଘଟିଥିବାବେଳେ ବ୍ଲକର ଦୁର୍ଗମ ଅଞ୍ଚଳରେ ଅବସ୍ଥା କେମିତି ଥିବ ବୋଲି ବିଜେପି ଦଳର କର୍ମକର୍ତ୍ତାମାନେ ଅଭିଯୋଗ କରିବା ସହିତ ନଦୀରେ ତୁରନ୍ତ ପୋଲ ନିର୍ମାଣ ପାଇଁ ଦାବି ଜଣାଇଛନ୍ତି।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories