www.samajalive.in
Saturday, December 13, 2025
23.1 C
Bhubaneswar

ବିଜୁଳି ଶୁଳ୍କ ବୃଦ୍ଧିକୁ ବିରୋଧ: ପନ୍ଦର ମିନିଟ ଲାଗି ବିଜୁଳିବତୀ ଲିଭାଇବାକୁ ଉପଭୋକ୍ତା ମହାସଂଘର ଆହ୍ବାନ

ରାଜ୍ୟରେ ବିଜୁଳି ଶୁଳ୍କ ବୃଦ୍ଧିକୁ ବିରୋଧ କରିଛି ବିଦ୍ୟୁତ୍ ଉପଭୋକ୍ତା ମହାସଂଘ । ବୁଧବାର ସନ୍ଧ୍ୟାରେ ସଂଘ ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ​‌ରେ ଏକ ପ୍ରତିବାଦ ସଭା କରାଯିବା ସହ ଆସନ୍ତାକାଲି ଅର୍ଥାତ୍ ଗୁରୁବାର ସନ୍ଧ୍ୟା ୬ରେ ୧୫ ମିନିଟ ବିଜୁଳି ଲିଭାଇବାକୁ ଉପଭୋକ୍ତାଙ୍କୁ ଆହ୍ବାନ ଦିଆଯାଇଛି । ଏହି ଘଣ୍ଟିକିଆ ପ୍ରତିବାଦ ସଭାରେ  କଂଗ୍ରେସ, ସି.ପି.ଆଇ(ଏମ୍‍) ସି.ପି.ଆଇ, ସମାଜବାଦୀ ପାର୍ଟି ଫରୱାର୍ଡ଼ ବ୍ଲକ୍‍, ସିି.ପି.ଆଇ. ଏମ୍‍.ଏଲ୍‍. (ଲିବରେସନ୍‍), ସି.ପି.ଆଇ.ଏମ୍‍.(ରେଡ଼୍‍ଷ୍ଟାର), ଆର୍‍.ଜେ.ଡି, ଏନ୍‍.ସି.ପି. ପ୍ରଭୃତି ୯ଟି ପାର୍ଟିର ନେତାମାନେ ଯୋଗ ଦେଇଥିଲେ।

ବକ୍ତାମାନେ ବାକି ପଡ଼ିଥିବା ହଜାର ହଜାର କୋଟି ଟଙ୍କା ବଡ଼ ବଡ଼ କମ୍ପାନୀ ଠାରୁ ଆଦାୟ ନ କରି କରୋନା ମହାମାରୀ ସମୟରେ ସାଧାରଣ ଉପଭୋକ୍ତାଙ୍କ ଉପରେ ଦରବୃଦ୍ଧିକୁ କଡ଼ା ସମାଲୋଚନା କରିଥିଲେ। ବିଦ୍ୟୁତ୍‍ ସଂସ୍କାରବେଳେ ନିରବଚ୍ଛିନ୍ନ ବିଦ୍ୟୁତ୍‍ ଯୋଗାଇଦେବା, ବିଦ୍ୟୁତ୍‍ ଲୋକସାନ କମାଯିବା ଓ ବାଧିଲା ଭଳି ଦରବୃଦ୍ଧି ନକରିବା ଆଦି ପ୍ରତିଶ୍ରୁତି ଦିଆଯାଇଥିଲା। ନବୀନ ବାବୁଙ୍କ ୨୨ବର୍ଷର ଶାସନ କାଳରେ ଏବେବି ଅନେକ ସମୟରେ ଅଘୋଷିତ ବିଦ୍ୟୁତ୍‍ କାଟ୍‍ ହେଉଛି। ଲୋକେ ମଧ୍ୟ ଅନ୍ଧକାରରେ ରହୁଛନ୍ତି। ପରିବହନ ଜନିତ ଲୋକସାନ ଏବେ ବହୁତ ଅଧିକ ଅଛି। ତଥାପି ସରକାରଙ୍କ ପ୍ରୋତ୍ସାହନରେ ବିଦ୍ୟୁତ୍‍ ନିୟାମକ ଆୟୋଗ ବିଦ୍ୟୁତ୍‍ ୟୁନିଟ୍‍ ପିଛା ୨୦ପଇସା କରି ଏ ମାସରୁ ବଢ଼ାଇ ଦେଇଛନ୍ତି। ଏକଥା ସରକାରଙ୍କ ଜ୍ଞାତସାରରେ ହୋଇଛି। ଉପଭୋକ୍ତାମାନଙ୍କ ଉପରେ ପଡ଼ିଥିବା ଦରବୃଦ୍ଧି  ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରାଯାଇଥିଲା। ଏହି ସଭାରେ ପ୍ରମୁଖ କୃଷକ ସଂଗଠନ ଓ ଶ୍ରମିକ ସଂଗଠନର ନେତାମାନେ ଯୋଗଦେଇ ୨୨ ତାରିଖ ସନ୍ଧ୍ୟାରେ ବିଦ୍ୟୁତ୍‍ କାଟି ପ୍ରତିବାଦ ଜଣାଇବା ପ୍ରସ୍ତାବକୁ ସମର୍ଥନ ଜଣାଇଥିଲେ। ସରକାର ଏପରି ଦରବୃଦ୍ଧି ନ ହଟାଇଲେ ଆଗାମୀ ଦିନରେ ପ୍ରବଳ ଜନବିରୋଧ ହେବ ବୋଲି ନେତାମାନେ ଚେତାବନୀ ଶୁଣାଇଥିଲେ। ଉପଭୋକ୍ତା ମହାସଂଘର ବିଭିନ୍ନ ବକ୍ତା ସରକାରଙ୍କର ଏପରି ଖାଉଟୀ ମାରଣ ବ୍ୟବସ୍ଥାକୁ ତୀବ୍ର ସମାଲୋଚନା  କରିଥିଲେ। ଉପଭୋକ୍ତା ମହାସଂଘର ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ରବି ଦାସ ଆହ୍ୱାନ ଦେଇ କହିଥିଲେ ଯେ, ଏହି ଦର ବୃଦ୍ଧି ସରକାରରେ ଥିବା ବିଜୁ ଜନତା ଦଳ ଓ ବିଜେପି ସମର୍ଥକ ମାନଙ୍କୁ ମଧ୍ୟ ବାଧିବ। ସେମାନେ ନିଜର ପ୍ରତିବାଦ ସ୍ୱରକୁ ଉପଭୋକ୍ତା ମହାସଂଘର ଡାକରା ସହିତ ସାମିଲ କରିବେ ବୋଲି ଆଶା କରାଯାଏ।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories