www.samajalive.in
Sunday, December 7, 2025
26.1 C
Bhubaneswar

ଶହୀଦ ଦିବସ ଅବସରରେ ସ୍ୱେଛାକୃତ ରକ୍ତଦାନ ଶିବିର, ୪୪ ୟୁନିଟ ରକ୍ତ ସଂଗୃହିତ

ଫୁଲବାଣୀ: ଫୁଲବାଣୀ ମାଦିକୁନ୍ଦା ପୁଲିସ ପଡିଆଠାରେ ଆଜି ୬୧ତମ ପୁଲିସ ଶହୀଦ ସ୍ମୃତି ଦିବସ ପାଳନ ଅବସରରେ କନ୍ଧମାଳ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ବେଳେ ଶହୀଦ ହୋଇଥିବା ପୁଲିସ ଯବାନମାନଙ୍କ ସ୍ମୃତିରେ ପୁଲିସ ହସପିଟାଲ ପରିସରରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ କନ୍ଧମାଳ ଆରକ୍ଷୀ ଅଧିକ୍ଷକ ଭିନିତ ଅଗ୍ରୱାଲ ପ୍ରଥମେ ରକ୍ତଦାନ କରି ଶିବିରର ଶୁଭାରମ୍ଭ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କନ୍ଧମାଳ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିପିନବିହାରୀ ବେହେରା, ଆଇପିଏସ୍‍ ପ୍ରେବେସନାଲ ଅଭିନଭ ସୋଙ୍କାର, ଡ଼େପୁଟି କମାଣ୍ଟେଟ୍‍ ସନ୍ତୋଷ କୁମାର ଦଣ୍ଡସେନା, ଡ଼ିଏସ୍‍ପି ଏ.କେରେକେଟା, ସଦର ଏସ୍‍ଡ଼ିପିଓ ମହୋନ୍ଦ୍ରନାଥ ମୁର୍ମୁ ପ୍ରମୁଖ ଉପସ୍ଥିତ ରକ୍ତଦାନ ମାନଙ୍କୁ ଉତ୍ସାହିତ କରିଥିବା ବେଳେ ପୁଲିସ ଆରଆଇ ଧର୍ମେନ୍ଦ୍ର ପ୍ରଧାନ, ସର୍ଜେଣ୍ଟ ସରୋଜ କୁମାର ବେହେରା, କନ୍ଧମାଳ ପୁଲିସ୍‍ କନେଷ୍ଟବଲ ସଭାପତି ପ୍ରଦୀପ କୁମାର ମହାନ୍ତି, ସଂପାଦକ ସୁନିଲ୍‍ ପରିଡ଼ା ଓ ଅନ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ। ଶିବିରରେ ଫୁଲବାଣୀ ରକ୍ତ ଭଣ୍ଡାର ଅଧିକାରୀ ଡା. ଜୟଦୀପ ଘୋଷଙ୍କ ପରିଚାଳନାରେ ଏଲ.ଟି ଶରତଚନ୍ଦ୍ର ଭଟ୍ଟ, ଦିନକୃଷ୍ଣ ମହନ୍ତ, ସୁଜିତ କୁମାର ସାହୁ ଏବଂ ବରୁଣ ବେହେରା ରକ୍ତ ସଂଗ୍ରହ କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ଫୁଲବାଣୀର ରକ୍ତଭଣ୍ଡାର ପରିଚାଳନା କମିଟି ସଦସ୍ୟ ପ୍ରଶାନ୍ତ କୁମାର ବେହେରା ଓ ଅଭିସିତ୍‍ ଦିଗାଲ, ଅରବିନ୍ଦ ଦିଗାଲ, ଦେବଜ୍ୟୋତି ପାତାଳସିଂ ଏବଂ ଭାବଗ୍ରାହୀ ସାହାଣୀଙ୍କ ସମେତ ଅନେକ ପୁଲିସ କର୍ମଚାରୀମାନେ ଏଥିରେ ସହାୟତା କରିଥିଲେ। ଆଜିର ଏହି ଶିବିରରେ ମୋଟ ୪୪ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories