ବୟସ ଜାଲିଆତି ମାମଲାରେ କ୍ରିିକେଟ୍‍ରଙ୍କୁ କଠିନ ଦଣ୍ଡ

0

ନୂଆଦିଲ୍ଲୀ: ବୟସ ଜାଲିଆତି ମାମଲାରେ କ୍ରିକେଟ୍‍ରଙ୍କୁ କଠୋର ଦଣ୍ଡ ଦିଆଯିବ ବୋଲି କ୍ରିକେଟ୍‍ ପ୍ରଶାସକ କମିଟି (ସିଓଏ) ନିଷ୍ପତ୍ତି ନେଇଛି। ଦିଲ୍ଲୀରେ ଆୟୋଜିତ ସିଓଏ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ବିସିସିଆଇ ଟୁର୍ଣ୍ଣାମେଣ୍ଟରେ ଖେଳିବା ନିମନ୍ତେ ଯେଉଁ ଖେଳାଳି ଜାଲ୍‍ ବୟସ ପ୍ରମାଣପତ୍ର ପ୍ରଦାନ କରିଥିବେ ସେମାନଙ୍କୁ ୨ଟି ସିିଜିନ୍‍ରୁ ବାଦ୍‍ ଦିଆଯିବ। ଏଥିସହ ସଂପୃକ୍ତ ଖେଳାଳିଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରାଯିବ।
ସୂଚନାଥାଉକି ଭାରତୀୟ ଘରୋଇ କ୍ରିକେଟ୍‍ ଟୁର୍ଣ୍ଣାମେଣ୍ଟରେ ବୟସ ଜାଲିଆତି ବ୍ୟାପକ ପରିମାଣରେ ହେଉଥିବା ଅଭିଯୋଗ ହୋଇଆସୁଛି। ଏପରିକି ପ୍ରଶିକ୍ଷକ ଓ କ୍ରିକେଟ୍‍ରଙ୍କ ଅଭିଭାବକ ବୟସ ଜାଲିଆତିକୁ ପ୍ରୋତ୍ସାହନ ଦେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ବୟସ ଜାଲିଆତି କରୁଥିବା ଖେଳାଳିଙ୍କୁ ୨ ବର୍ଷ ବାସନ୍ଦ କରିବା ସହ ଅପରାଧିକ ମାମଲା ରୁଜୁ କରାଯିବା ଦ୍ୱାରା ଏପରି ଘଟଣା ବନ୍ଦ ହେବ ବୋଲି ଆଶା କରିଛି ସିଓଏ। ୧୯ ବର୍ଷରୁ କମ୍‍ ଭାରତୀୟ ଦଳ ଓ ଭାରତ ଏ’ ଦଳର ପ୍ରଶିକ୍ଷକ ରାହୁଲ ଦ୍ରାବିଡ୍‍ କ୍ରିକେଟ୍‍ରେ ବୟସ ଜାଲିଆତି ରୋକାଯିବାକୁ ପଦକ୍ଷେପ ନିଆଯିବା ଉଚିତ୍‍ ବୋଲି ମତ ଦେଇଥିଲେ।

Leave A Reply