www.samajalive.in
Sunday, December 14, 2025
26.1 C
Bhubaneswar

ସଫଳତା ଗୋଟିଏ ଦିନରେ ମିଳିନଥାଏ : ପ୍ରାଚୀ

ଯେ କୌଣସି କମ୍ପାନୀ ଅବା ବ୍ୟବସାୟ, ଯେଉଁଠାକୁ ଗଲେ ଆଜିର ସମୟରେ ମହିଳା କର୍ମଚାରୀଙ୍କୁ ଦେଖିବାକୁ ମିଳୁଛି। ଭାରତୀୟଙ୍କ ଚିନ୍ତାଧାରା ଯେ ପରିବର୍ତ୍ତିତ ହେଉଛି, ଏହାକୁ ଇଉରୋପୀୟ ଓ ଆମେରିକୀୟ ଲୋକ ମଧ୍ୟ ସ୍ବୀକାର କଲେଣି। ବର୍ତ୍ତମାନ ଘରେଘରେ ବାପା-ମା’ କନ୍ୟାମାନଙ୍କ ପାଠପଢ଼ାକୁ ନେଇ ଯତ୍ନବାନ୍ ହୋଇଛନ୍ତି। ପୂର୍ବେ କିନ୍ତୁ ଲୋକଙ୍କ ମାନସିକତା ଏଭଳି ନଥିଲା। ଦିଲ୍ଲୀ ନିବାସୀ ମଧ୍ୟବିତ୍ତ ପରିବାରର ଝିଅ ହେଲେ ପ୍ରାଚୀ ଭାଟିଆ। ଅନ୍-ଲାଇନ୍ କମ୍ପାନୀ ଆମାଜନ୍‌ରେ ପ୍ରାଚୀଙ୍କ କମ୍ପାନୀ ‘ଚୌଖଟ୍’ର ବ୍ୟବସାୟ ଚାଲିଛି। ମାତ୍ର ୨ ବର୍ଷରେ ସେ କମ୍ପାନୀକୁ ସମଗ୍ର ଭାରତରେ ପରିିଚିତ କରାଇପାରିଛନ୍ତି। ମେଧାବୀ ଛାତ୍ରୀ ପ୍ରାଚୀଙ୍କ ଜୀବନର ମୋଡ଼ ବଦଳିଲା, ଯେତେବେଳେ ୨୦୧୧ରେ ସେ ଏକ ତ୍ବଚା ରୋଗରେ ଆକ୍ରାନ୍ତ ହେଲେ। ମୁହଁ, ଓଠ, ହାତରେ ଧଳାଧଳା ଛାପ ହୋଇଗଲା। ସାଙ୍ଗସାଥି, ବନ୍ଧୁବାନ୍ଧବ ସମସ୍ତଙ୍କ ଦୃଷ୍ଟିରେ ପ୍ରାଚୀଙ୍କୁ ଭିନ୍ନ ଭାବେ ଚର୍ଚ୍ଚା କରାଗଲା। ମାନସିକ ଅବସାଦଗ୍ରସ୍ତ ହୋଇଗଲେ ସେ। ପ୍ରାଚୀଙ୍କ ମା’ ଏସବୁ ଲକ୍ଷ୍ୟ କରି ଝିଅକୁ ପରାମର୍ଶ ଦେଲେ, ତୁ ଏଭଳି କାମ କର ଯେଉଁଥିରେ ସଫଳତାର ଶୀର୍ଷରେ ପହଞ୍ଚିବୁ। ପରେ ଦେଖିବୁ ସମସ୍ତେ ତୋ’ର ଏଇ ତ୍ବଚା ରୋଗକୁ ଭୁଲିଯାଇଥିବେ। ଏଇ କଥା ପଦକ ହିଁ ତାଙ୍କୁ ଆଗକୁ ବଢ଼ିବାର ସ୍ଫୃହା ଦେଲା। ଷ୍ଟଡି ଲୋନ୍ କରି ସେ ପାଠ ପଢ଼ିଲେ। ଏକ ନାମୀ କମ୍ପାନୀରେ ଇଣ୍ଟର୍ଣ୍ଣସିପ୍‌ର ସୁଯୋଗ ମିଳିଲା ତାଙ୍କୁ, ଘର ସାଜସଜ୍ଜା ସାମଗ୍ରୀ ତିଆରି କରୁଥିବା ଏଇ କମ୍ପାନୀ କେବଳ ଇଉରୋପ ଓ ଆମେରିକାକୁ ସାମଗ୍ରୀ ରପ୍ତାନୀ କରୁଥିଲା। ଭାରତରେ ତିଆରି ହେବା ସତ୍ତ୍ବେ ଭାରତୀୟ ଲୋକ ଏସବୁ ସାମଗ୍ରୀ ପାଇପାରୁନଥିଲେ। ଆଶ୍ଚର୍ଯ୍ୟ ହେଲେ ପ୍ରାଚୀ, ଏଇ କ୍ଷେତ୍ରରେ କାମ କରିବାକୁ ଯୋଜନା କଲେ। ‘ଚୌଖଟ୍’ ଏହି ନାମ ଦେଇ ୨୦୧୮ରେ ସେ କମ୍ପାନୀର ଆରମ୍ଭ କଲେ। ୧ଲକ୍ଷ ଟଙ୍କା ପୁଞ୍ଜି ନିବେଶ କଲେ ଓ ତାଙ୍କ ଘର ତିଆରି ସାମଗ୍ରୀର ମୂଲ୍ୟ ୫୦୦-୩,୫୦୦ ଟଙ୍କାରେ ରହିଲା। ଆମାଜନ୍‌ ସହ ଚୁକ୍ତି କରି ସେଥିରେ ବ୍ୟବସାୟ ଚାଲିଲା। ଗତ ୨ ବର୍ଷରେ ୧୧ହଜାର ଗ୍ରାହକଙ୍କୁ ଭାରତରେ ସାମଗ୍ରୀ ଯୋଗାଇଥିବା ତାଙ୍କ କମ୍ପାନୀ ସଫଳତାର ପାହାଚ ଧୀରେଧୀରେ ଚଢ଼ୁଛି। ଆଜିର ସମୟରେ ସେ ନିଜ ଷ୍ଟଡି ଲୋନ୍ ସୁଝିବା ସହ ଘରଲୋକଙ୍କୁ ଆର୍ଥିକ ସହାୟତା କରିପାରୁଛନ୍ତି। ତେବେ ଏଇ ସଫଳତା ଗୋଟିଏ ଦିନର ନୁହେଁ ବୋଲି ହସିହସି କହିଛନ୍ତି ପ୍ରାଚୀ। ମା’ଙ୍କ କଥାର ସତ୍ୟତାକୁ ସେ ଭଲଭାବେ ହୃଦୟଙ୍ଗମ କରିପାରିଛନ୍ତି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories