www.samajalive.in
Saturday, December 6, 2025
15.1 C
Bhubaneswar

ରାଜ୍ୟରେ ଶିକ୍ଷାନୁଷ୍ଠାନ ଖୋଲାଯାଉ: ଏବିଭିପି

ଭୁବନେଶ୍ବର: ଉତ୍କଳ ବିଶ୍ୱବିଦ୍ୟାଳୟ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ସରକାର ଏବଂ କୁଳପତିଙ୍କୁ ଜଣାଇବାକୁ ଚାହୁଁଛୁ ଯେ ରାଜ୍ୟର ସମସ୍ତ ମଦ ଦୋକାନ, ଝଷକ୍ଟକ୍ଟ୍ରକ୍ଟ୍ରସଦ୍ଭଶ ଗବକ୍ଷକ୍ଷ, ନିର୍ବାଚନ ପାଇଁ ପ୍ରସ୍ତୁତି, ବିଭିନ୍ନ ରାଜନୈତିକ ଦଳର ସଭାକୁ ଅନୁମତି ମିଳିବା ବେଳେ ରାଜ୍ୟର ଶିକ୍ଷାନୁଷ୍ଠାନଗୁଡିକ ବନ୍ଦ ହୋଇ ରହିଛି କାହିଁକି ? ସରକାର କାହିଁକି ଶିକ୍ଷାନୁଷ୍ଠାନ ଗୁଡିକୁ ଖୋଲିବା ପାଇଁ କିଛି ପଦକ୍ଷେପ ନେଉନାହାନ୍ତି କାହିଁକି ? ଗୋଟେ ନିୟମିତ ଅଧ୍ୟୟନରତ ଥିବା ବିଦ୍ୟାର୍ଥୀ ଯେତେବେଳେ ଦୀର୍ଘ ୮ ମାସ ଘରେ ବନ୍ଦ ରହିବା ଦ୍ବାରା ତା’ର ମାନସିକ ସ୍ଥିତି ଖରାପ୍ ହୋଇ ଗଲାଣି । କିନ୍ତୁ ସରକାର ନିଜର ସ୍ବାର୍ଥ ଯେଉଁଠି ସେଠାରେ ହିଁ ଅଧିକ ପ୍ରୋତ୍ସାହନ ଦେଉଥିବା ଜଣାପଡିଛି। ବିଦ୍ୟାର୍ଥୀ ମାନଙ୍କୁ ପଙ୍ଗୁ କରିବା ପାଇଁ ସରକାର ଯେଉଁ ଚେଷ୍ଟା ଚଲେଇଛନ୍ତି ତାହା ତୁରନ୍ତ ବନ୍ଦ କରାଯାଉ। ଯଦି ରାଜ୍ୟର ସବୁ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ଖୋଲିବା ପାଇଁ ତୁରନ୍ତ ପଦକ୍ଷେପ ନ ନିଆଯାଏ ତେବେ ରାଜ୍ୟର ସମସ୍ତ ଛାତ୍ରସମାଜ ରାଜରାସ୍ତାକୁ ଓହ୍ଲାଇବେ। ତେଣୁ ତୁରନ୍ତ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଖୋଲାଯାଉ ବୋଲି ବାଣୀବିହାର ଛାତ୍ର ନେତା ଭବରଞ୍ଜନ୍ ବେହେରା କହିଛନ୍ତି।
ଏହି ଆନ୍ଦୋଳନରେ ବିଦ୍ୟାର୍ଥୀ ପରିଷଦ ତରଫରୁ ରାଷ୍ଟ୍ରୀୟ କାର୍ୟ୍ୟକାରିଣୀ ସଦସ୍ୟ ମାନସ କୁମାର ସାହୁ,ସଞ୍ଜୟ ମଲ୍ଲିକ,ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ରତନ କୁମାର ଦିଗଲ, ସ୍ଵୟଂଜିତ୍ ପଟ୍ଟନାୟକ, ରାଜେଶ୍ ପରିଡ଼ା, ଗୋପବନ୍ଧୁ ଜେନା, ସୁମନ୍ତ ବେହେରା, ଶିବଶକ୍ତି ଦିଗଲ, ସୁମନ୍ତ ନାୟକ ,ସୁଧାଂଶୁ ସାହୁ,ପ୍ରଦୀପ କୁମାର ସ୍ବାଇଁ ,ଆଶିଷ ରାଉତ , ବିନୟ ସାମଲ ଆଦି ଯୋଗ ଦେଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories