www.samajalive.in
Saturday, December 6, 2025
19.1 C
Bhubaneswar

ସ୍ବାବଲମ୍ବୀ କରୁଛି କନ୍ଧମାଳର ‘ମେହେରବାନ ’କଦଳୀ ଚାଷ

ଫୁଲବାଣୀ: ଏକ ସ୍ବତନ୍ତ୍ର ଧରଣର କଦଳୀ ଚାଷ କରି କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଳକ ଅନ୍ତର୍ଗତ ମୁଣ୍ଡିଗଡ ପଞ୍ଚାୟତର ୫୮ ପରିବାର ସ୍ବାବଲମ୍ବୀ ହୋଇଛନ୍ତି। ପୂର୍ବରୁ ଯେଉଁ ଜମିରେ ଚାଷ କରି ବାର୍ଷିକ ମାତ୍ର ୭ ରୁ ୮ ହଜାର ଟଙ୍କା ରୋଜଗାର କରୁଥିଲେ ବର୍ତ୍ତମାନ ସେହି ସମୟରେ କଦଳୀ ଚାଷ କରି ବାର୍ଷିକ ୮୦ ହଜାରୁ ଅଧିକ ଟଙ୍କା ରୋଜଗାର କରିପାରୁଛନ୍ତି। ମୁଣ୍ଡିଗଡ଼ ଓ ନୂଆସାହି କଦଳୀ ଚାଷୀଙ୍କ ମୁହଁରେ ଫୁଟିଛି ଅସରନ୍ତି ହସ। କେବଳ ଏତିକି ନୁହେଁ , କଦଳୀ ଚାଷ କରି ଚାଷୀମାନେ ସ୍ଥାୟୀ ରୋଜଗାର ଜୀବିକା ମଧ୍ୟ ସୃଷ୍ଟି ହୋଇ ପାରିଛନ୍ତି। କନ୍ଧମାଳ ଜିଲାପାଳ ଡ଼.ବୃନ୍ଦା.ଡ଼ି କଦଳୀ ଚାଷ କରିବା ଦିଗରେ ଚାଷୀଙ୍କୁ ଉତ୍ସାହିତ କରିଥିଲେ। ଅନୁନ୍ନତ ପ୍ରତ୍ୟେକ ଚାଷୀଙ୍କୁ ୩୦୦ ଚାରା ସହିତ ଯେଉଁ ଜମିରେ କଦଳୀ ଗଛ ଲଗାଇଥିଲେ ତାହାର ଚତୁଃପାର୍ଶ୍ବରେ ବାଡ଼ ମଧ୍ୟ ବିଭାଗ ପକ୍ଷରୁ ମାଗଣାରେ ନିର୍ମାଣ କରାଯାଇଥିଲା।
ବାଲିଗୁଡ଼ା ଆଇଟିଡ଼ିଏ ପକ୍ଷରୁ ତୁମୁଡ଼ିବନ୍ଧ ବ୍ଳକ ଅନ୍ତର୍ଗତ ମୁଣ୍ଡିଗଡ଼ ଗ୍ରାମର ୫୮ ଚାଷୀ ପରିବାରକୁ ସ୍ୱାବଲମ୍ବୀ କରିବାକୁ ଦୃଷ୍ଟିରେ ରଖି ପ୍ରାୟ ସାଢେ ୧୪ ଏକର ଜମିରେ ଜଣେ ଚାଷୀଙ୍କ ପିଛା ୩୦୦ ଟି ଲେଖାଏଁ କଦଳୀ ଚାରା ପ୍ରଦାନ କରାଯାଇଥିଲା। ଏକ ଏକରରେ ପ୍ରାୟ ୧୨୦୦ ଚାରା ରୋପଣ କରାଯାଇଥିଲା। ୧୪.୫ ଏକର ଜମିରେ ୧୭ ହଜାର ୪୦୦ ଚାରା ରୋପଣ କରାଯାଇଥିଲା। ଅଧିକ ଅମଳ ପାଇଁ ବିଭିନ୍ନ ସମୟରେ କ୍ଷେତ୍ର ପରିଦର୍ଶନ କରି ଅଧିକାରୀମାନେ ପରାମର୍ଶ ଦେଇଥିଲେ ବୋଲି ସୂଚାନ ଦେଇଛନ୍ତି ଜୀବିକା କାର୍ୟ୍ୟ ଦକ୍ଷକ ଶରତଚନ୍ଦ୍ର ସାହୁ। ଏହି ସବୁ ଚାଷୀମାନେ ‘ମେହେରାବାନ’ କଦଳୀ ଚାଷ କରିଥିଲେ। ବିଭିନ୍ନ ସମୟରେ ଉଦ୍ୟାନ ବିଭାଗ ଓ ବାଲିଗୁଡ଼ା ଆଇଟିଡ଼ିଏ ପକ୍ଷରୁ ଚାଷୀଙ୍କୁ ସଚେତନ କରାଯାଇଥିଲା ବୋଲି କହିଛନ୍ତି ବାଲିଗୁଡ଼ା ଆଇଟିଡ଼ିଏ ପ୍ରକଳ୍ପ ପ୍ରଶାସକ ସୁରେଶଚନ୍ଦ୍ର ପ୍ରଧାନ। ମୁଣ୍ଡିଗଡ ଚାଷୀ ସୁବଳ ପାତ୍ରଙ୍କ କହିବା ପ୍ରକାରେ , ପୂର୍ବରୁ ସେ ମକା ଓ ସୋରିଷ ଚାଷ କରି ଯେଉଁ ଜମିରେ ବର୍ଷକୁ ମାତ୍ର ୭ ରୁ ୮ ହଜାର ଟଙ୍କା ପାଉଥିଲେ ଏବେ ସେ କଦଳୀ ଚାଷ କରି ବେଶ ଲାଭବାନ ହୋଇ ପାରିଛନ୍ତି। ସେ ଲଗାଇଥିବା ୩୦୦ ଗୋଟି ଗଛରୁ ୩୦୦ ଟି କଦଳୀ ଖାନ୍ଦି ଅମଳ କରିଛନ୍ତି। ପ୍ରତ୍ୟେକ ଖାନ୍ଦିର ଓଜନ ପ୍ରାୟ ୨୭ ରୁ ୨୮ କେଜି। ତାହାକୁ ସେ କିଲୋ ପ୍ରତି ୧୦ ଟଙ୍କା ହିସାବରେ ବିକ୍ରି କରି ୮୧ ହଜାର ଟଙ୍କା ଉପାର୍ଜନ କରିପାରିଛନ୍ତି। ଅଞ୍ଚଳର ସୁବଳ ପାତ୍ର , ରବି ପାତ୍ର , ଗଣେଶ ପାତ୍ର , ବୃନ୍ଦାବନ ପାତ୍ରଙ୍କ ଭଳି ବହୁ ଚାଷୀ ଏହି ଧରଣର କଦଳୀ ଚାଷ କରି ବେଶ୍ ଲାଭବାନ ହୋଇ ପାରିଛନ୍ତି । ପ୍ରଥମ ପର୍ୟ୍ୟାୟରେ ଉକ୍ତ ୨ଟି ଗ୍ରାମରେ ଚାଷୀ କଦଳୀ ଚାଷ କରି ଲାଭବାନ ହେବା ପରେ ଏବେ ଖମନଖୋଲ ,ଶେଶରଗାଁ ,ଧୁଙ୍ଗିଆପଖାଳ ଭଳି ଅନେକ ଗ୍ରାମର ଚାଷୀ ଏହି ଚାଷକୁ ବେଶ୍‍ ଆଗ୍ରହ ସହକାରେ ଆପଣାଇଛନ୍ତି। ସ୍ଥାୟୀ ଜୀବିକା ପାଇବା ଆଶାରେ ଏବେ ସଂପୃକ୍ତ ଅଞ୍ଚଳରେ ମେହେରାବାନ୍‍ କଦଳୀ ଚାଷର ବେଶ୍‍ ଆଗ୍ରହ ବୃଦ୍ଧି ପାଇଛି।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories