www.samajalive.in
Saturday, December 6, 2025
15.1 C
Bhubaneswar

ଆନ୍ତର୍ଜାତୀୟ ଧଳାବାଡ଼ି ସପ୍ତାହ ତଥା ଚଳନ ଓ ନିରାପତ୍ତା ଦିବସ ପାଳନ

ଭୁବନେଶ୍ୱର : ଉତ୍କଳ ଦୃଷ୍ଟିହୀନ ସଂଘ, ଇନର ହ୍ୱିଲ୍ କ୍ଲବ, ଭୁବନେଶ୍ୱର ମେଟ୍ରୋ ଏବଂ ଇନରହ୍ୱିଲ୍ କ୍ଲବ, ଇନ୍ଫୋସିଟିର ମିଳିତ ଆନୁକୁଲ୍ୟରେ ଆନ୍ତର୍ଜାତୀୟ ଧଳାବାଡ଼ି ସପ୍ତାହ ତଥା ଚଳନ ଓ ନିରାପତ୍ତା ଦିବସ କୋଭିଡ୍-୧୯ ନିୟମ ଅନୁଯାୟୀ ପାଳିତ ହୋଇଯାଇଛି। ଇନରହ୍ୱିଲ୍ କ୍ଲବ ଅଫ୍ ଇନ୍ଫୋସିଟି ଉକ୍ତ ଦିବସଟିକୁ ଭିନ୍ନ ଭାବରେ ଉତ୍କଳ ଦୃଷ୍ଟିହୀନ ସଂଘ ପରିସରରେ ପାଳନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ପବନେଶ୍ୱର ରାଉତ, ସଂଘର ସଭାପତି ଶରତ କୁମାର ଦାଶ, ସାଧାରଣ ସମ୍ପାଦକ, ଇନରହ୍ୱିଲ୍ କ୍ଲବ ମେଟ୍ରୋର ସଭାନେତ୍ରୀ ସୁକୀର୍ତ୍ତି ପଟ୍ଟନାୟକ, ଇନରହ୍ୱିଲ୍ କ୍ଲବ ଅଫ୍ ଇନ୍ଫୋସିଟିର ସଭାନେତ୍ରୀ ସଙ୍ଗୀତା ଅଗ୍ରୱାଲ ଓ ଜିଲ୍ଲା ସଭାନେତ୍ରୀ ଇନା ପୁରୋହିତ, ଓଡ଼ିଶାର ପ୍ରଥମ ଦୃଷ୍ଟିହୀନ ପ୍ରଶାସନିକ ଅଧିକାରୀ ସନ୍ନ୍ୟାସ କୁମାର ବେହେରା, ଦାନ ଉତ୍ସବର ସଂଯୋଜକ ବିପନ ମହାନ୍ତି ଓ ପ୍ରକାଶ ଚନ୍ଦ୍ର ଦାଶ, କାର୍ଯ୍ୟାଳୟ ସମ୍ପାଦକ କପିଳ ସ୍ୱାଇଁ, ପ୍ରଧ୍ୟାପକ ସୁଧାଂଶୁ କୁମାର ବଳ ଏବଂ ଅଧ୍ୟାପକ ତଥା ସଂଘର କୋଷାଧ୍ୟକ୍ଷ ସେକ୍ ସମିଜ ପ୍ରମୁଖ ଯୋଗ ଦେଇ ଉତ୍ସବର ତାତ୍ପର୍ଯ୍ୟ ବିଷୟରେ ବକ୍ତବ୍ୟ ରଖିଥିଲେ। ଏହି ଉତ୍ସବରେ ଇନରହ୍ୱିଲ୍ କ୍ଲବ ମେଟ୍ରୋ ଏବଂ ଇନରହ୍ୱିଲ୍ କ୍ଲବ ଅଫ୍ ଇନ୍ଫୋସିଟି ତରଫରୁ ଦୃଷ୍ଟିହୀନ ବ୍ୟକ୍ତିମାନଙ୍କ ମଧ୍ୟରେ ୩୦୦ ଧଳାବାଡ଼ି ବଣ୍ଟନ କରାଯାଇଥିଲା। ପରିଶେଷରେ ସଂଘର ବରିଷ୍ଠ ସଭ୍ୟ ଯୁଗଳ କିଶୋର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories