www.samajalive.in
Friday, December 5, 2025
27.1 C
Bhubaneswar

ଦେଶର ସର୍ବପ୍ରଥମ ମଲ୍ଟି ମୋଡାଲ ଲଜିଷ୍ଟିକ୍ ପାର୍କର ଶିଳାନ୍ୟାସ କଲେ ନିତିନ ଗଡକରୀ

ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ଆଜି ଆସାମରେ ଦେଶର ପ୍ରଥମ ମଲ୍ଟି ମୋଡାଲ ଲଜିଷ୍ଟିକ୍ ପାର୍କର ଶିଳାନ୍ୟାସ କରିଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଏବଂ କେନ୍ଦ୍ର ମନ୍ତ୍ରୀ ଡଃ ଜିତେନ୍ଦ୍ର ସିଂ, ଜେନେରାଲ ଭି.କେ. ସିଂ ଏବଂ ରାମେଶ୍ୱର ତେଲି ଏବଂ ଆସାମର ଅନେକ ମନ୍ତ୍ରୀ ଏଥିରେ ଯୋଗ ଦେଇଥିଲେ। ଏହି ଅବସରରେ ଶ୍ରୀ ଗଡକରୀ କହିଛନ୍ତି ଯେ ରାଜ୍ୟରେ ଭିତ୍ତିଭୂମି ବିକାଶ ପାଇଁ ପଦକ୍ଷେପ ନିଆଯାଉଛି। ସେ କହିଛନ୍ତି ଯେ ଲଜିଷ୍ଟିକ୍ ପାର୍କ ଏହି ଅଞ୍ଚଳରେ ଚାକିରି ସୁଯୋଗ ସୃଷ୍ଟି କରିବ। ଡୋଏନର୍ ମନ୍ତ୍ରୀ ଡକ୍ଟର ସିଂ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ପଦକ୍ଷେପ ଯୋଗୁଁ ଗତ ୬ ବର୍ଷ ମଧ୍ୟରେ ଉତ୍ତର ପୂର୍ବର ସଡ଼କ ନେଟୱାର୍କରେ ବହୁତ ଉନ୍ନତି ହୋଇଛି।

- Advertisement -

ବଙ୍ଗାଇଗାଓଁ ଜିଲ୍ଲାରେ ସାତ ଶହ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଏହି ପାର୍କ ଆସାମ ତଥା ଉତ୍ତର ପୂର୍ବର ଅନ୍ୟାନ୍ୟ ଅଞ୍ଚଳକୁ ବିମାନ, ସଡକ, ରେଳ ଏବଂ ଜଳପଥ ସହିତ ସିଧାସଳଖ ସଂଯୋଗ କରିବ। ଏହା ମଧ୍ୟ ୨୦ ଲକ୍ଷ ଲୋକଙ୍କୁ ରୋଜଗାର ଯୋଗାଇ ଦେବା ବୋଲି ମନ୍ତ୍ରୀ କହିଛନ୍ତି। ଏହା କେନ୍ଦ୍ରର ଭାରତମାଲା ଯୋଜନା ଅଧୀନରେ ବିକଶିତ ହେବ। ମଲ୍ଟି-ମୋଡାଲ୍ ଲଜିଷ୍ଟିକ୍ ପାର୍କ ପାଇଁ ଆବଂଟିତ ପାଣ୍ଠି ସଡକ ଏବଂ ରେଳ ସଂଯୋଗ ତଥା ନିର୍ମାଣ ଓ ଭିତ୍ତିଭୂମି ବିକାଶ ଦିଗରେ ଖର୍ଚ୍ଚ କରାଯିବ। ଏ ନେଇ ଖୁବ ଶୀଘ୍ର ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହେବ ବୋଲି ଜଣାପଡିଛି।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories