www.samajalive.in
Friday, December 5, 2025
23.1 C
Bhubaneswar

କମଲ ନାଥଙ୍କ ‘ଆଇଟମ୍‌’ ମନ୍ତବ୍ୟକୁ ରାହୁଲଙ୍କ ନାପସନ୍ଦ, କହିଲେ ମୁଁ ଏଭଳି ଭାଷା ପସନ୍ଦ କରେ ନାହିଁ

ଭୋପାଳ : ବିଧାନସଭା ଉପନିର୍ବାଚନ ପ୍ରଚାର ଭାଷଣରେ ମଧ୍ୟପ୍ରଦେଶରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା କମଲ ନାଥ ବିଜେପି ନେତ୍ରୀ ଇମର୍ତ୍ତି ଦେବୀଙ୍କୁ ‘ଆଇଟମ୍‌’ ବୋଲି ସମ୍ବୋଧନକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ଏଭଳି ମନ୍ତବ୍ୟକୁ ନେଇ ପ୍ରବଳ ସମାଲୋଚନାର ଶିକାର ହୋଇଛନ୍ତି। ଏହାରି ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ କମଲ ନାଥଙ୍କ ଏଭଳି ମନ୍ତବ୍ୟକୁ ନାପସନ୍ଦ କରିଛନ୍ତି।


ଆଜି ସକାଳେ ୱାୟନାଡ଼ ଠାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ରାହୁଲ୍‌ ଗାନ୍ଧୀ କହିଛନ୍ତି, କମଲ୍‌ ନାଥଜୀ ମୋ ଦଳର, କିନ୍ତୁ ସେ ପ୍ରୟୋଗ କରିଥିବା ଏ ଭଳି ଭାଷାକୁ ବ୍ୟକ୍ତିଗତ ମୁଁ ଭାବେ ନାପସନ୍ଦ କରେ। ସେ ‌ଯିଏ ହୁଅନ୍ତୁ ନା କାହିଁକି, ମୁଁ ତାହାଙ୍କୁ ପ୍ରଶଂସା କରିବି ନାହିଁ। ଏହା ନଶ୍ଚିତ ଭାବେ ଦୁର୍ଭାଗ୍ୟଜନକ।

- Advertisement -

ଅନ୍ୟପଟେ ରାହୁଲଙ୍କ ମନ୍ତବ୍ୟପରେ କମଲ ନାଥ କହିଛନ୍ତି ଯେ ରାହୁଲ ଯାହା କହିଛନ୍ତି ତାହା ତାଙ୍କର ବ୍ୟକ୍ତିଗତ ମତ । ମୁଁ ଯେଉଁ ପ୍ରସଙ୍ଗରେ ‘ଆଇଟମ୍‌’ ଶବ୍ଦ ବ୍ୟବହାର କରିଥିଲି ତାହା ସ୍ପଷ୍ଟ କରିସାରିଛି । ମୁଁ କାହାକୁ ଅପମାନିତ କରିବା ଉଦେଶ୍ୟରେ କିଛି କହିନାହିଁ ଏଣୁ କାହିଁକି କ୍ଷମା ମାଗିବି? ଯଦି କହି ମୋ ମନ୍ତବ୍ୟକୁ ନେଇ ଅପମାନିତ ବୋଧ କରୁଛନ୍ତି ତେବେ ଏଥି ପାଇଁ ମୁଁ ଦୁଃଖ ପ୍ରକାଶ କରିସାରିଛି।


ସୂଚନାଯୋଗ୍ୟ ରବିବାର ମଧ୍ୟପଦେଶରର ଦାବ୍ରା ବିଧାନସଭା ଉପନିର୍ବାଚନ ପ୍ରଚାର ଭାଷଣ ଦେବା ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା କମଲ ନାଥ କଂଗ୍ରେସ ପ୍ରାର୍ଥୀ ସ‌ୁରେଶ ରାଜ‌େ ଓ ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥିନୀ ଇମର୍ତ୍ତି ଦେବୀଙ୍କ ନୈତିକତାର ତୁଳନା କରି ଏ ଭଳି ମନ୍ତବ୍ୟ ଦେଇଥିଲେ।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories