www.samajalive.in
Friday, December 5, 2025
20.1 C
Bhubaneswar

୨୦୨୪ ସୁଦ୍ଧା ଚନ୍ଦ୍ରରେ ବି କାର୍ଯ୍ୟକ୍ଷମ ହେବ ୪-ଜି ନେଟୱାର୍କ; ନାସା ପ୍ରକଳ୍ପରେ ନୋକିଆ ଅଂଶୀଦାର

ନୂଆଦିଲ୍ଲୀ: ବିଶ୍ଵର ଅନେକ ଅଞ୍ଚଳ ଏ​‌ବେ ଟେଲିକମ୍ ସୁବିଧାରୁ ବଞ୍ଚିତ ହୋଇଛି । ଅନେକ ବିକଶିତ ଓ ବିକାଶଶୀଳ ଦେଶରେ ଏମିତି ଅନେକ ଅଞ୍ଚଳ ଅଛି ଯେଉଁଠି ମୋବାଇଲ ସୁବିଧା ଉପଲବ୍ଧ ନୁହେଁ । କିନ୍ତୁ ଚନ୍ଦ୍ରରେ ୪ଜି ମୋବାଇଲ ସେବା କାର୍ଯ୍ୟକ୍ଷମ କରିବା ନିମନ୍ତେ ଅଣ୍ଟା ଭିଡ଼ିଛି ନାସା । କେବଳ ଅଣ୍ଟା ଭିଡ଼ିନାହିଁ ମାର୍କିନ ମହାକାଶ ସଂସ୍ଥା ନାସା ମୋବାଇଲ ପ୍ରସ୍ତୁତକାରୀ କମ୍ପାନୀକୁ ଏହି ପ୍ରକଳ୍ପରେ ଅଂଶୀଦାର କରିଛି ଏବଂ ପ୍ରାରମ୍ଭିକ ପର୍ଯ୍ୟାୟରେ ୧୪.୧ ନିୟୁତ ଡ଼ଲାର ଯୋଗାଇ ଦେବାକୁ ଘୋଷଣା କରିଛି । ୨୦୨୪ ସୁଦ୍ଧା ଚନ୍ଦ୍ରକୁ ଏକ ମାନବ ମିଶନ ପଠାଇବାକୁ ଯୋଜନା ପ୍ରସ୍ତୁତ କରିଛି ଏବଂ ଏହା ପୂର୍ବରୁ ଚନ୍ଦ୍ରରେ ମୋବାଇଲ ସେବା କାର୍ଯ୍ୟକ୍ରମ ଚୂଡ଼ାନ୍ତ କରାଯିବ ବୋଲି ନୋକିଆ ପକ୍ଷରୁ କୁହାଯାଇଛି ।

- Advertisement -

ମାର୍କିନ ମହାକାଶ ସଂସ୍ଥା ନାସା ବର୍ତମାନ ସୁଦ୍ଧା ଚନ୍ଦ୍ରରେ ୪ଜି ନେଟୱାର୍କ ଭିତ୍ତିଭୂମି ସ୍ଥାପନ ନିମନ୍ତେ ୧୪ଟି ଆମେରିକୀୟ କମ୍ପାନୀକୁ ବାଛିଛି । ଏହି ମିଶନ ନିମନ୍ତେ ୩୭୦ ନିୟୁତ ଡ଼ଲାର ପାଣ୍ଠି ନାସା ପ୍ରଦାନ କରିଛି । ତେବେ ଏହି ଯୋଜନା​‌ରେ ସବୁଠୁ ଆଗରେ ରହିଛି ନୋକିଆ । ମହାକାଶରେ ପ୍ରଥମ ବେତାର ବ୍ରଡ଼ବ୍ୟାଣ୍ଡ ଯୋଗାଯୋଗ ବ୍ୟସ୍ଥା ୨୦୨୨ ସୁଦ୍ଧା କାର୍ଯ୍ୟକ୍ଷମ ହେବ ବୋଲି ନୋକିଆ ଦୃଢ଼ୋକ୍ତି ପ୍ରକାଶ କରିଛି । ନୋକିଆର ଅନୁସନ୍ଧାନକାରୀ ସଂସ୍ଥା ବେଲ ଲ୍ୟାବ ଏହି ପ୍ରସଙ୍ଗରେ ଏକ ଟ୍ବିଟ୍ କରିଛି । ଚନ୍ଦ୍ରରେ ଟିପିଂ ପଏଣ୍ଟ ଟେକନୋଲୋଜିକୁ ଆଗକୁ ନେବା ନିମନ୍ତେ ନାସାର ଅଂଶୀଦାର ଭାବରେ ମନୋନୀତ ହୋଇଥିବାରୁ ଅତ୍ୟନ୍ତ ଉତ୍ସାହିତ ଥିବା ଉଲ୍ଲେଖ କରି ଚନ୍ଦ୍ର​‌ରେ ମନୁଷ୍ୟର ସ୍ଥାୟୀ ବସତି ଦିଗରେ ଏହା ବଡ଼ ପଦକ୍ଷେପ ବୋଲି କୁହାଯାଇଛି । ସେହିପରି ମୋବାଇଲ୍ ନେଟୱାର୍କ ଏପରି ଭାବରେ ପ୍ରସ୍ତୁତ କରାଯିବ ଯାହା ସହଜରେ ଅବତରଣ କରାଯାଇପାରିବ ଏବଂ ଶକ୍ତି ଅଭାବ ପୂରଣ ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାହେବ ବୋଲି ଏଥିରେ କୁହାଯାଇଛି । ଏହା ବ୍ୟତୀତ ଏହି କମ୍ପାନୀଗୁଡିକ ସର୍ଫେସ୍ ପାୱାର୍ ଜେନେରେସନ୍ ଏବଂ ରୋବୋଟିକ୍ସ ଟେକ୍ନୋଲୋଜି ମଧ୍ୟ ଚନ୍ଦ୍ରରେ ରଖିବେ। ଯାହାଫଳରେ ମୋବାଇଲ୍ ନେଟୱାର୍କ ନିମନ୍ତେ ନିରବଚ୍ଛିନ୍ନ ଶକ୍ତି ଯୋଗାଇ ପାରିବ ।

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories