www.samajalive.in
Tuesday, December 9, 2025
16.1 C
Bhubaneswar

ପଚାରିଲାନି ପାଳିତା କନ୍ୟା ; ସରକାରୀ କ୍ୱାର୍ଟରୁ ବୃଦ୍ଧ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର

ବଲାଙ୍ଗିର : ବଲାଙ୍ଗିର ସହର ଚନ୍ଦ୍ରଶେଖର ନଗରରେ ସୋମବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଥିଲା । ଏକ ପରିତ୍ୟକ୍ତ ସରକାରୀ କ୍ୱାର୍ଟରରୁ ବୃଦ୍ଧ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ବୃଦ୍ଧଙ୍କ ମୃତ୍ୟୁ ସ୍ୱାଭାବିକ ଲାଗୁଥିଲେ ମଧ୍ୟ ବୃଦ୍ଧାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ପ୍ରକାଶ ପାଇଥିଲା । ମୃତ୍ୟୁ ପରେ ଶବ ବ୍ୟବଚ୍ଛେଦ ମଧ୍ୟ କରାଗଲା କିନ୍ତୁ ମୃତଦେହକୁ ଗ୍ରହଣ କରିବାକୁ ଆସିଲେନି କେହି । ଏହି ବୃଦ୍ଧ ଦମ୍ପତ୍ତିଙ୍କ ପାଳିତ କନ୍ୟା ଶବ ନେବାକୁ ରୋକଠୋକ ମନା କରିଦେଇଥିବା ବେଳେ ଜୀବିତ ସମୟରେ ନିରାଶ୍ରୟ ଥିବା ଏହି ଦୁଇଜଣଙ୍କ ମୃତଦେହକୁ ଶେଷ ସମ୍ମାନ ଜଣାଇଛି ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ । ଏହି ସେଚ୍ଛାସେବୀ ସଙ୍ଗଠନର ସଭ୍ୟ ମାନେ ଉଭୟଙ୍କ ମୃତଦେହକୁ ଗ୍ରହଣ କରି ସ୍ଥାନୀୟ ବିଭୂତିପଡା ମଶାଣୀରେ ଶେଷକୃତ୍ୟ ସଂପନ୍ନ କରିଥିଲେ ।

ସୂଚନା ଅନୁସାରେ ବଲାଙ୍ଗିର ସଦର ବ୍ଲକ କୁଡାସିଂହା ଗାଁର ବୃନ୍ଦାବନ ସାହୁ ଓ ବିରାସ ସାହୁଙ୍କ କେହି ଉତ୍ତରାଧିକାରୀ ନଥିଲେ । ଫଳରେ ଶେଷ ସମୟରେ ମୁହଁରେ ପାଣି ବୁନ୍ଦାଏ ଦେବା ପାଇଁ ସେମାନେ ସଂପର୍କୀୟ ଝିଆରୀଙ୍କୁ ଝିଅ ଭାବେ ଗ୍ରହଣ କରିଥିଲେ । ସବୁତକ ସମ୍ପତ୍ତି ସେ ନେଇଯିବା ପରେ ଦୁଇ ବର୍ଷ ତଳେ ସେମାନଙ୍କୁ ଘରୁ ତଡିଦେଇଥିଲେ । ଫଳରେ ଏହି ବୃଦ୍ଧ ଦମ୍ପତ୍ତି ବଲାଙ୍ଗିର ସହର ଚନ୍ଦ୍ରଶେଖର ନଗରରେ ରହିଆସୁଥିଲେ । ଏମାନଙ୍କ ଦୁର୍ଦ୍ଦଶା ଦେଖି ପଡାର ଜଣେ ମହିଳା ଏକ ଝାଟିମାଟି ଘର ଦେଇଥିଲେ । ପରେ ତାହା ଭାଙ୍ଗିଯିବାରୁ ଏକ ସରକାରୀ କ୍ୱାର୍ଟରରେ ରହିବାର ବ୍ୟବସ୍ଥା କରାଇଥିଲେ । ସେମାନଙ୍କ ଦେଖାଶୁଣା ସେହି ମହିଳା ଜଣକ କରୁଥିଲେ । ସୋମବାର ଏହି ବୃଦ୍ଧ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର ହେବା ପରେ କିଏ ଏମାନଙ୍କ ଶେଷକୃତ୍ୟ କରିବ ତାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଉଭୟ ବୃଦ୍ଧବୃଦ୍ଧା ଅନ୍ୟଜାତିର ଘରେ ରହୁଥିବାରୁ ସେ ମୃତଦେହ ଗ୍ରହଣ କରିବେ ନାହିଁ ବୋଲି ରୋକଠୋକ ମନା କରିଦେଇଥିଲେ ସେମାନଙ୍କ ପାଳିତ କନ୍ୟା ମାଳତୀ ସାହୁ। ଆଉ କେହି ତାଙ୍କର ନଥିବାବେଳେ ମୃତ୍ୟୁପରେ ଶେଷ ସମ୍ମାନ ସେମାନଙ୍କୁ ମିଲିବ ନା ନାହିଁ ତାକୁ ନେଇ ଦ୍ୱନ୍ଦ ଦେଖାଦେଇଥିଲା । ଶେଷରେ ବଲାଙ୍ଗିରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ବିଙ୍ଗହ୍ୟୁମାନ ଫାଉଣ୍ଡେସନର ସଦସ୍ୟ ମାନେ ମଙ୍ଗଳବାର ଏହି ଦୁଇ ଶବକୁ କାନ୍ଧେଇଥିଲେ । ବିଭୂତିପଡାରେ ଥିବା ମଶାଣୀରେ ଉଭୟଙ୍କ ଦାହସଂସ୍କାର କରାଯାଇଥିଲା । ସଙ୍ଗଠନର ସମ୍ପାଦକ ବିବେକାନନ୍ଦ ପଟେଲଙ୍କ ନେତୃତ୍ୱରେ ତାପସ ରଞ୍ଜନ ମହାନ୍ତି, ରୋଶନ ସୁନା, ବାପିନା ମହାରଣା, ବୀରେନ ସାହୁ, କନ୍ଦର୍ପ ରଣା, ଶକ୍ତି ଅମାତ, ମଣ୍ଟୁ, ତିକି ରାଉତ ପ୍ରମୁଖଙ୍କ ସହାୟତାରେ ଏହି ଦାହସଂସ୍କାର କାର୍ଯ୍ୟ କରାଯାଇଥିଲା ।

Hot this week

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

କଟାମୁଣ୍ଡ ପାଇଁ ଲଙ୍କାକାଣ୍ଡ: ଏମଭି -୨୬ ଗାଁ ଛାରଖାର

ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟେରୁ ନଦୀର ଡୁଡାମେଟଲା...

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

Related Articles

Popular Categories