www.samajalive.in
Sunday, December 14, 2025
19.1 C
Bhubaneswar

ସ୍ୱାସ୍ଥ୍ୟ ସୁରକ୍ଷା ଉପଲକ୍ଷେ ରାଷ୍ଟ୍ରୀୟ ସହକାରୀ ବିକାଶ ନିଗମ ସମବାୟ ସଂସ୍ଥାମାନଙ୍କୁ ଆୟୁଷ୍ମାନ ସହକାର ପୁଞ୍ଜି ବିନିଯୋଗ

ଜାତୀୟ କୃଷି ଓ କୃଷକମଙ୍ଗଳ ମନ୍ତ୍ରାଳୟ ଅଧିନସ୍ଥ ଶୀର୍ଷ ସ୍ୱୟଂଚାଳିତ ଆର୍ଥିକ ସଂସ୍ଥା “ରାଷ୍ଟ୍ରୀୟ ସହକାରୀ ବିକାଶ ନିଗମ” ସମବାୟ ସଂସ୍ଥାମାନଙ୍କୁ ସହାୟତା ଓ ପ୍ରୋତ୍ସାହନ ଉଦ୍ଦେଶ୍ୟରେ ଏକ ଅଭିନବ ତଥା ଅନନ୍ୟ ଯୋଜନା ପ୍ରଣୟନ କରିଛନ୍ତି।
“ଆୟୁଷ୍ମାନ ସହକାର” ନାମଯୁକ୍ତ ଉକ୍ତ ଯୋଜନା କେନ୍ଦ୍ରୀୟ ରାଜ୍ୟ କୃଷି ମନ୍ତ୍ରୀ ପରୋଶତ୍ତମ ରୂପାଲାଙ୍କ ଦ୍ୱାରା ୧୯ ଅକ୍ଟୋବର ୨୦୨୦ ରେ ଉନ୍ମୋଚିତ ହୋଇଯାଇଛି। ଏହି ଉପଲକ୍ଷେ କୃଷି ମନ୍ତ୍ରୀ ରୂପାଲା ପ୍ରଗତିଶୀଳ ସହକାର ମାନଙ୍କୁ ଆଗାମୀ ବର୍ଷ ମାନଙ୍କରେ ୧୦,୦୦୦ କୋଟିର ସର୍ତମୂଳକ ମିଆଦୀ ଋଣ ପ୍ରଦାନ କରିବାର ଘୋଷଣା କରିଛନ୍ତି।
ତାଙ୍କ ମତରେ ସ୍‍ଂପ୍ରତିକ ବୈଶ୍ୱିକ ମହାମାରୀକୁ ଦୃଷ୍ଟିରେ ରଖି ଏହି ଯୋଜନା ପ୍ରଣୟନ କରାଯାଉଛି। “ରାଷ୍ଟ୍ରୀୟ ସହକାରୀ ବିକାଶ ନିଗମ” ଦ୍ୱାରା ପ୍ରଣୀତ ଉକ୍ତ ଯୋଜନା ନିଃସନ୍ଦେହରେ କୃଷକମାନଙ୍କ ସର୍ବାଙ୍ଗୀନ ମଙ୍ଗଳ ସାଧନ କରିବାରେ ସହାୟକ ହୋଇ ପାରିବ।
ନିଗମର ପରିଚାଳନା ନିର୍ଦ୍ଦେଶକ ସୁଦୀପ ନାୟକ ପ୍ରକାଶ କରିଛନ୍ତି ଯେ, ରାଷ୍ଟ୍ରୀୟ ସ୍ତରରେ ୫୨ କୋଟି ସ୍ୱାସ୍ଥ୍ୟ କେନ୍ଦ୍ର ଏ ଦିଗରେ କାର୍ଯ୍ୟ କରୁଛନ୍ତି। ସେ ଗୁଡ଼ିକର ଶଯ୍ୟା ସଂଖ୍ୟା ପ୍ରାୟ ୫,୦୦୦। ନିଗମ ପ୍ରଦତ୍ତ ଉକ୍ତ ପୁଞ୍ଜି କୃଷକ ମାନଙ୍କ ସ୍ୱାସ୍ଥନ୍ନୋତି ଦିଗରେ ନିଶ୍ଚିତ ଭାବେ ସହାୟକ ହୋଇପାରିବ।
ରାଷ୍ଟୀୟ ସହକାରୀ ବିକାଶ ନିଗମ ପ୍ରଣୀତ ଉକ୍ତ ଯୋଜନା ୨୦୧୭ ମସିହାର ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ଯୋଜନାର ଏକ ଅଂଶ ବିଶେଷ। ଏଥିରେ କୃଷକ ମାନଙ୍କ ସ୍ୱାସ୍ଥ୍ୟ ସଂପର୍କିତ ସମସ୍ତ ତଥ୍ୟ ଯଥା – ପୁଞ୍ଜି ବିନିଯୋଗ, ସ୍ୱାସ୍ଥ୍ୟ ସେବା ସହ ସଂପୃକ୍ତ ସଂସ୍ଥାରାଶି, କାରିଗରୀ ସୁଲଭତା, ମାନବ ସମ୍ବଳର ବିକାଶ, ଚିକିତ୍ସା ସୁବିଧା, କୃଷକମାନଙ୍କୁ ସୁଲଭ ମୂଲ୍ୟରେ ଚିକିତ୍ସା ସୁବିଧା ଆଦି ଏହାର ଅନ୍ତର୍ଭୁକ୍ତ।
ଏତଦ୍‍ ଭିନ୍ନ ଚାକିରୀ ପାଠ୍ୟକ୍ରମ, ସ୍ୱାସ୍ଥ୍ୟବୀମା ଆଦି ବିଭିନ୍ନ କ୍ଷେତ୍ରରେ ଏହି ପୁଞ୍ଜିର ସୁବିନିଯୋଗ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।
ପ୍ରଧାନମନ୍ତ୍ରୀଙ୍କ ୧୫ ଅଗଷ୍ଟ ୨୦୨୦ର ଡ଼ିଜିଟାଲ ସ୍ୱାସ୍ଥ୍ୟ ମିଶନ୍‍ ଅୁନସରଣରେ “ସହକାରୀ ବିକାଶ ନିଗମ” ମଧ୍ୟ ଗ୍ରାମାଞ୍ଚଳରେ ଏହାର ଶତପ୍ରତିଶତ ଉପଯୋଗ ଉପରେ ଗୁରୁତ୍ୱ ଆରୋପ କରିବ।
ଯେ କୌଣସି ସମବାୟ ସଂସ୍ଥା ନିଜ ନିୟମାବଳୀ ଅନୁରୂପ ସ୍ୱାସ୍ଥ୍ୟ ସୁରକ୍ଷା ସମ୍ପର୍କିତ କାର୍ଯ୍ୟକ୍ରମ ପାଇଁ ନିଗମକୁ ଅବଗତ କରାଇ ଉଦ୍ଦିଷ୍ଟ ପୁଞ୍ଜିର ସୁବିନିଯୋଗ କରିପାରିବେ।
“ଆୟୁଷ୍ମାନ ସହକାର” ମୁଖ୍ୟତଃ ପ୍ରତିଷ୍ଠାନ, ଆଧୁନିକୀକରଣ, ସଂପ୍ରସାରଣ, ପୁନଃନିର୍ମାଣ, ମରାମତି ଆଦି କୁ ପ୍ରୋତ୍ସାହନ ଦେବା ସହ ଶୈକ୍ଷିକ ଭିତ୍ତିଭୂମି ଉପରେ ଗୁରୁତ୍ୱ ଆରୋପ କରିଥାଏ।
୧. ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟଶିକ୍ଷା ସଂପର୍କିତ ପାଠ୍ୟକ୍ରମ
୨. ଯୋଗ ଶିକ୍ଷା କେନ୍ଦ୍ର
୩. ପାରଂପରିକ ସ୍ୱାସ୍ଥ୍ୟସେବା କେନ୍ଦ୍ର
୪. ବୟସ୍କ ମାନଙ୍କର ସ୍ୱାସ୍ଥ୍ୟ ସେବା
୫. ମାନସିକ ଅନଗ୍ରସରଙ୍କ ସ୍ୱାସ୍ଥ୍ୟ ସେବା
୬. ଆଶୁ ଚିକିତ୍ସା ସେବା କେନ୍ଦ୍ର
୭. ବ୍ୟାୟାମ କେନ୍ଦ୍ର
୮. ଭ୍ରାମ୍ୟମାଣ ଚିକିତ୍ସା ସେବା
୯. ସ୍ୱାସ୍ଥ୍ୟକ୍ଲବ୍‍ ଓ ବ୍ୟାୟାମଶାଳା
୧୦. ଆୟୁଷ ଔଷଧ ପ୍ରସ୍ତୁତି କେନ୍ଦ୍ର
୧୧. ଔଷଧ ପରୀକ୍ଷଣ ଗବେଷଣାଗାର
୧୨. ଦନ୍ତ ଚିକିତ୍ସା କେନ୍ଦ୍ର
୧୩. ଚକ୍ଷୁଯତ୍ନ କେନ୍ଦ୍ର
୧୪. ଗବେଷଣାଗାର ସେବା
୧୫. ନିଦାନ ନିରୂପଣ ସେବା
୧୬. ଋକ୍ତ ଭଣ୍ଡାର
୧୭. ଆୟୁଷ ଗବେଷଣା କେନ୍ଦ୍ର
୧୮. ୟୁନାନୀ ଗବେଷଣା କେନ୍ଦ୍ର
୧୯. ମାତୃମଙ୍ଗଳ ଓ ଶିଶୁଯତ୍ନ କେନ୍ଦ୍ର
୨୦. ପୁନଃ ଉତ୍ପାଦନ ଓ ଶିଶୁ ସ୍ୱାସ୍ଥ୍ର କେନ୍ଦ୍ର
୨୧. ନିଗମ ଦ୍ୱାରା ନିର୍ଦ୍ଧାରିତ ଅନ୍ୟ ଯେକୌଣସି ସଂପୃକ୍ତ କେନ୍ଦ୍ର।
୨୨. ଟେଲି ମେଡ଼ିସିନ
୨୩. ବିଭିନ୍ନ କାର୍ଯ୍ୟକ୍ରମ ପରିଚାଳନା ସମ୍ବନ୍ଧୀୟ ସ୍ୱାସ୍ଥ୍ର,ଯତ୍ନ ତଥା ଶିକ୍ଷା
୨୪. ସୂଚନା ଓ ପ୍ରସାରଣ ସଂପୃକ୍ତ, ସ୍ୱାସ୍ଥ୍ୟ କେନ୍ଦ୍ର
୨୫. ବୀମା ନିୟନ୍ତ୍ରଣ ସଂସ୍ଥା ଅନୁମୋଦିତ ସ୍ୱାସ୍ଥ୍ର ବିମା
ଉକ୍ତ ଯୋଜନା ଆବଶ୍ୟକତାନୁଯାୟୀ ସହକାରୀ ସଂସ୍ଥାମାନଙ୍କୁ ମୂଳଧନ ପ୍ରଦାନ କରିବା ସହ ମହିଳା ସଂସ୍ଥା ମାନଙ୍କୁ ଏକ ଶତାଂଶ କମ୍‍ ସୁଧରେ ପୁଞ୍ଜି ପ୍ରଦାନ କରିଥାଏ।
ଉକ୍ତ ନିଗମ ୧୯୬୩ ମସିହାରେ ସଂସଦୀୟ ଆଇନ୍‍ ଦ୍ୱାରା ଅନୁବନ୍ଧିତ ତଥା ଏଯାବତ୍‍ ୧.୬୦ ଲକ୍ଷ କୋଟି ପୁଞ୍ଜି ବିଭିନ୍ନ ସହକାରୀ ସଂସ୍ଥାମାନଙ୍କୁ ପ୍ରଦାନ କରିଆସିଛି।

Hot this week

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories