www.samajalive.in
Saturday, December 6, 2025
16.1 C
Bhubaneswar

ସୁଗନ୍ଧିତ ତୈଳପ୍ରକ୍ରିୟାକରଣ ପ୍ଲାଣ୍ଟ, ମୂଲ୍ୟଯୁକ୍ତ ପଦାର୍ଥ ତିଆରିରେ ସହାୟକ ହୋଇପାରିବ

ନବରଙ୍ଗପୁର : ଜିଲାରେ ପ୍ରଥମଥର ପାଇଁ କେନ୍ଦ୍ରୀୟ ସୁଗନ୍ଧିତ ଔଷଧୀୟ ଗୁଳ୍ମସଂସ୍ଥାନ, ଲକ୍ଷ୍ମୌ ଦ୍ୱାରା ନନ୍ଦାହାଣ୍ଡି ବ୍ଳକ ଅନ୍ତର୍ଗତ ସରୁଗୁଡା ଠାରେ ସ୍ଥାପିତ କରାଯାଇଛି। ଆଜି ସୁଗନ୍ଧିତ ତୈଳପ୍ରକ୍ରିୟାକରଣ ପ୍ଲାଣ୍ଟକୁ ଜିଲାପାଳ ଡ .ଅଜିତ୍‍ କୁମାର ମିଶ୍ର ଓ ନବରଙ୍ଗପୁରବିଧାୟକ ସଦାଶିବ ପ୍ରଧାନୀଙ୍କ ଦ୍ବାରା ଉଦ୍‌ଘାଟିତ ହୋଇଯାଇଛି। ଏହି ପ୍ଲାଣ୍ଟ ଦ୍ୱାରା ଜିଲାରେ ଚାଷକରାଯାଇଥିବା ସୁଗନ୍ଧିତ ଫସଲ ଲେମନ୍‍ଗ୍ରାସ ,ପାମାରୋଜା, ସିଟ୍ରୋନେଲା,ହଳଦି ଓ ତୁଳସୀ ଭଳି ଫସଲର ତୈଳ ଉତ୍ପାଦନ କରାଯାଇପାରିବ। ବିଧାୟକ ଶ୍ରୀ ପ୍ରଧାନୀ ଏହିପ୍ଲାଣ୍ଟ ପ୍ରତିଷ୍ଠା ଦ୍ୱାରା ନବରଙ୍ଗପୁର,ନନ୍ଦାହାଣ୍ଡି ଓ ତେନ୍ତୁଳିଖୁଣ୍ଟିବ୍ଳକରେ ରହିଥିବା ଡଙ୍ଗର ଜମିରେ ଲେମ୍ବୁ ଘାସଚାଷ କରାଯାଇ ପାରିବ ବୋଲି କହିଛନ୍ତି। ଜିଲାପାଳ ଡ.ମିଶ୍ର ଏହି ପ୍ଲାଣ୍ଟ ପ୍ରତିଷ୍ଠା ଦ୍ୱାରା ମୂଲ୍ୟଯୁକ୍ତ ପଦାର୍ଥ ତିଆରିରେ ସହାୟକ ହୋଇପାରିବ ବୋଲି କହିଛନ୍ତି।
ଏହି କାର୍ଯ୍ୟକ୍ରମରେ ଜିଲା ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ଡ.ପ୍ରଦୋଷ କୁମାର ପଣ୍ଡା, ଜିଲା ଶିଲ୍ପକେନ୍ଦ୍ରର ସାଧାରଣ ପରିଚାଳକ ବାଣେଶ୍ୱର ରାଓ ସୁବୁଦ୍ଧି, ଜିଲା କୃଷି ଅଧିକାରୀ ଦେବ ପ୍ରସାଦ ଦାସ ଓ ଓର୍‍ମାସର ଉପକାର୍ଯ୍ୟନିର୍ବାହୀ ଏ.ଉମା ମହେଶ. ଆତ୍ମାର ଡିପିଡି ଏମ୍‍.ଆନନ୍ଦ ରାଓ, ଲକ୍ଷ୍ମୀ ନାରାୟଣ ବକ୍ସି ଓ କୃଷ୍ଣଚନ୍ଦ୍ର ନାୟକ ପ୍ରମୁଖ ଯୋଗ ଦେଇଥିଲେ। ଜିଲାର ଅନେକଚାଷୀ ଉପସ୍ଥିତ ଥିଲେ।
ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ଏହି ପ୍ଲାଣ୍ଟ କରାଯାଇଥିବାବେଳେ ଏଥିପାଇଁ ପ୍ରାୟ ୪ଲକ୍ଷ ୫୦ ହଜାର ଟଙ୍କା ଖର୍ଚ୍ଚ କରାଯାଇଥିବାବେଳେ ଦୈନିକ ୨୦ ଲିଟର ତେଲ ବାହାରି ପାରିବ। ଏହିପ୍ଲାଣ୍ଟକୁ ଜିଲାର ଚାଷୀ ବ୍ୟବହାର କରିପାରିବେ। ଏହାକୁ ଫାରମରସ୍‍ ପ୍ରଡ୍ୟୁସର ସଂଗଠନ ପରିଚାଳନା କରିବ ବୋଲି ଜଣାଯାଇଛି। ଏହି ନୂତନ ପ୍ଲାଣ୍ଟନେଇ ଜିଲାର ଚାଷୀ ମଧ୍ୟରେ ଉତ୍ସାହ ଦେଖାଦେଇଛି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories