www.samajalive.in
Sunday, December 7, 2025
26.1 C
Bhubaneswar

ସରପଞ୍ଚଙ୍କ ବିରୋଧରେ ସମାଜସେବୀଙ୍କ ଏତଲା

କ.ନୂଆଗାଁ: କନ୍ଧମାଳ ଜିଲା କ.ନୁଆଗାଁ ବ୍ଳକର ବଣଗୁଡ଼ା ପଂଚାୟତର ସରପଞ୍ଚଙ୍କ ବିରୋଧରେ ଅଞ୍ଚଳର ଯୁବ ସମାଜସେବୀ ବିଜୟ ସାହୁ ଏକ ଏତଲା ଦେଇଛନ୍ତି।

ଖବର ପ୍ରକାରେ, ଉକ୍ତ ପଂଚାୟତର କପୁଗୁଡ଼ା ଓ ମଗଡ଼ିଗାଁକୁ ବସୁଧା ଯୋଜନାରେ ସାମିଲ କରାଯିବା ସହିତ କାମ ତ୍ୱରାନ୍ୱିତ ହେଉଥିଲା। ପୁନଃ ୨୦୨୦-୨୧ ଆର୍ଥିକ ବର୍ଷରେ ଉକ୍ତ ଗ୍ରାମରେ ୩ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟ ଅଟକଳରେ ସୋଲାଣ ପମ୍ପ ୱାଟର ସପ୍ଳାଇ ପାଇଁ ଅର୍ଥ ମଂଜୁର ହୋଇଥିବା ବେଳେ ଗୋଟିଏ ଗ୍ରାମର ୨ଟି ପ୍ରକଳ୍ପ ମଂଜୁର ନେଇ ସମାଜସେବୀ ଜଣକ ଏ ସଂପର୍କରେ କ.ନୂଆଗାଁ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କୁ ଅବଗତ କରିଥିଲେ। ବି.ଡ଼ି.ଓ ଏହା ଜାଣିବା ପରେ ସୋଲାର୍‍ ପମ୍ପ ୱାଟର ସପ୍ଳାଇ ପ୍ରକଳ୍ପ ବାବଦରେ ତଦନ୍ତ ଆରମ୍ଭ କରିଥିଲେ। ତେବେ ଏନେଇ ସରପଂଚ ଅସୋନ୍ତଷ ପ୍ରକାଶ କରିବା ସହିତ କେତେକ ଲୋକଙ୍କ ଉସୁକାଇ ନିଜେ ସରପଂଚଙ୍କ ନେତୃତ୍ୱରେ ତାଙ୍କ ଘରପାଖରେ ପହଞ୍ଚି ପାଟିତୁଣ୍ଡ କରିବା ସହିତ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଗାଳିଗୁଳଜ କରିବା ସହିତ ଜୀବନରେ ମାରିଦେବା ପାଇଁ ଧମକ ଦିଆଯାଇଥିବା ସମାଜସେବୀ ଜଣକ ଏତଲାରେ ଦର୍ଶାଇଛନ୍ତି। ଏନେଇ ସାରଙ୍ଗଡ଼ ଥାନାରେ ସେ ଲିଖିତ ଭାବେ ଏକ ଏତଲା ଦେଇଥିବାର ଜଣାଯାଇଛି। ତେବେ ସମାଜସେବୀଙ୍କ ଅଭିଯୋଗ ପ୍ରକାରେ, ପଂଚାୟତର ସରପଂଚ ସଙ୍ଗୀତା ନାୟକଙ୍କୁ ପଚାରିବାରେ ସେ କୌଣସି ପ୍ରକାର ଗଣ୍ଡୋଗୋଳ କରିନାହାନ୍ତି, କେବଳ ଘଟଣା ସଂପର୍କରେ ପଚାରିଥିବା ପ୍ରକାଶ କରିଛନ୍ତି। ସେ ସମସ୍ତ ପ୍ରକାର ତଦନ୍ତ ପାଇଁ ପ୍ରସ୍ତୁତ ଅଛନ୍ତି ଓ ପୁଲିସକୁ ସଂପୂର୍ଣ୍ଣଭାବେ ସହଯୋଗ କରିବି ବୋଲି ମଧ୍ୟ ସରପଂଚ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories