www.samajalive.in
Saturday, December 6, 2025
14.1 C
Bhubaneswar

ମହାକାଶବିଜ୍ଞାନୀ ପାଇଁ ନିରନ୍ତର ପ୍ରୟାସ ଓ ଦଳଗତ ପ୍ରଚେଷ୍ଟା ଦରକାର 

ନବରଙ୍ଗପୁର: ମହକାଶବିଜ୍ଞାନୀ ହେବା ପାଇଁ ନିରନ୍ତର ପ୍ରୟାସ ସହିତ ଦଳଗତଭାବେ କାର୍ଯ୍ୟକରିବା ଦରକାର ବୋଲି ଜାତୀୟ ମହାକାଶ ଗବେଷଣା ସଂସ୍ଥାର ବରିଷ୍ଠ ବୈଜ୍ଞାନିକ ତଥା ଇସ୍ରୋର ଅଧ୍ୟକ୍ଷଙ୍କର ବରିଷ୍ଠ ପରାମର୍ଶଦାତା ଡଃ.ତପନ ମିଶ୍ର ମତବ୍ୟକ୍ତ କରିଛନ୍ତି। “ମୁଁ ବି ସମର୍ଥ” କ୍ୟାରିୟର ବିକାଶ କାର୍ଯ୍ୟକ୍ରମରେ ଯୋଗଦେଇ ରସାୟନ ବିଜ୍ଞାନ ଓ ଖଣିଜ ବିଜ୍ଞାନ ଭଳି ଅନେକ ବୈଜ୍ଞାନିକ ଇସ୍ରୋରେ କାର୍ଯ୍ୟକରିଥାନ୍ତି। ତେଣୁ ଦଳଗତ ଉଦ୍ୟମ ଦ୍ୱାରା କଠିନରୁ ଅତିକଠିନ କାର୍ଯ୍ୟ ବି ହାଲୁକା ଭାବେ ସମ୍ପାଦନ ହୋଇ ପାରିବ ବୋଲି ଡଃ.ମିଶ୍ର ପ୍ରକାଶ କରିଛନ୍ତି। ଭିଡିଓ କନ୍‍ଫରେନ୍ସିଂରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡଃ.ମିଶ୍ର ତାଙ୍କର ଅଧ୍ୟବସାୟ ଓ ଅଭିଜ୍ଞତା ସଂପର୍କରେ ଉଲ୍ଲେଖ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ଅନେକ ଉପଦେଶ ଦେଇଥିଲେ। ସ୍ପେସ୍‍ ଆପ୍ଲିକେସନ କେନ୍ଦ୍ରର ବୈଜ୍ଞାନକି ସୁଶ୍ରୀ ଶ୍ରୀଜା ଭଟ୍ଟାଚାର୍ଯ୍ୟ ଯୋଗଦେଇ ଇସ୍ରୋ ଅଧିନରେ ଥିବା ବିଭିନ୍ନ ଅନୁଷ୍ଠାନରେ କିପରି କାର୍ଯ୍ୟକାରୀ କରିପାରିବେ ସେ ସଂପର୍କରେ ଅବଗତ କରାଇଥିିଲେ। ଓଡିଶାର ନବାଗତା ବୈଜ୍ଞାନକି ସୁଶ୍ରୀ ଦୀପିକା ସାହୁ ଫିଜିକାଲ ରିସର୍ଚ୍ଚ ଲ୍ୟାବରେଟୋରୀରେ କାର୍ଯ୍ୟସାଧ୍ୟ ଓ ପ୍ରବେଶ ସଂପର୍କରେ ଉଲ୍ଲେଖ କରିଥିଲେ। ଏହି କାର୍ଯ୍ୟକ୍ରମ ସଂଯୋଜକ ତଥା ଉପସ୍ଥାପକ ଲକ୍ଷ୍ମୀନାରାୟଣ ବକ୍ସି ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟ ତଥା ରାଜ୍ୟବାହାରର ଅନେକ ଶିକ୍ଷାର୍ଥୀ ଯୋଗ ଦେଇଥିଲେ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories