www.samajalive.in
Sunday, December 14, 2025
14.1 C
Bhubaneswar

କନ୍ଧମାଳ ଜିଲା ପରିଷଦର ନବମ ଅଧିବେଶନ ଗୁଗଲ୍‍ ମିଟ୍‍ ଜରିଆରେ ଅନୁଷ୍ଠିତ

ଫୁଲବାଣୀ: କୋଭିଡ଼୍‍ କଟକଣା ଯୋଗୁଁ କନ୍ଧମାଳ ଜିଲା ପରିଷଦର ନବମ ଅଧିବେଶନ ଗୁଗୁଲ୍‍ ମିଟ୍‍ ଜରିଆରେ ଜିଲା ପରିଷଦ ଅଧ୍ୟକ୍ଷା ଆକାଂକ୍ଷା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜିଲା ଫୁଲବାଣୀ ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜ୍ୟ ପଂଚମ ଅର୍ଥ କମିଶନ ଓ କେନ୍ଦ୍ରିୟ ଅର୍ଥ କମିଶନଙ୍କଠାରୁ ପ୍ରାୟ ଅନୁଦାନ ପାଣ୍ଠି ସଂପର୍କରେ ଆଲୋଚନା କରାଯାଇଥିଲା। ଚଳିତ ୨୦୨୦-୨୧ ଓ ୨୦୨୧-୨୨ ଆର୍ଥିକ ବର୍ଷ ନିମନ୍ତେ ପଂଚାଦଶ କେନ୍ଦ୍ରିୟ ଅର୍ଥ କମିଶନ ଅନୁଦାନର ସୁପାରିଶ୍‍ ଆଧାରଣରେ ପଂଚାୟତିରାଜ ଅନୁଷ୍ଠାନ ତଥା ଜିଲା ପରିଷଦ ନିମନ୍ତେ ମୌଳିକା ଉଦ୍ଦେଶ୍ୟ ସାଧନ ପାଇଁ ପାଣ୍ଠିର ବ୍ୟବହାର ସଂପର୍କରେ ଆଲୋଚନା ହୋଇଥିଲା। ସେହିପରି ରାଜ୍ୟ ପଂଚମ ଅର୍ଥ କମିଶନଙ୍କ ସୁପାରିଶ୍‍ ଆଧାରଣରେ ପଂଚାୟତିରାଜ ଅନୁଷ୍ଠାନ ତଥା ଜିଲା ପରିଷଦକୁ ଦିଆଯାଇଥିବା ହସ୍ତାନ୍ତର ପାଣ୍ଠିର ବିନିଯୋଗ ସଂପର୍କରେ ମଧ୍ୟ ଆଲୋଚନା କରଯାଇଥିଲା।

ଅନୁଷ୍ଠିତ ଗୁଗୁଲ୍‍ ମିଟରେ କନ୍ଧମାଳ ସଂସାଦ ଡ.ଅଚ୍ୟୁତ ସାମନ୍ତ ଭୁବନେଶ୍ୱରରେ ଥାଇ ତାଙ୍କ ଅଭିଭାଷଣ ରଖିଥିବା ବେଳେ ଘୁ.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ନିଜ କାର୍ଯ୍ୟାଳୟ ପ୍ରକୋଷ୍ଠରେ ତାଙ୍କ ଅଭିଭାଷଣ ରଖିଥିଲେ। ସେହିପରି ଜିଲାପାଳ ଡା.ବୃନ୍ଦା.ଡ଼ି କନ୍ଧମାଳ ଜିଲା ପରିଷଦର ସମସ୍ତ ସଦସ୍ୟ ଓ ସଦସ୍ୟ, ଜିଲାର ପଂଚାୟତ ସମିତି ଅଧ୍ୟକ୍ଷ ଓ ଅଧ୍ୟକ୍ଷାମାନେ ନିଜ ନିଜ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଉପସ୍ଥିତ ରହି ଆଲେଚାନରେ ଅଂଶ ଗ୍ରହଣ କରିଥିଲେ। ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ଜିଲା ପରିଷଦ ସଭାପତି, ଉପସଭାପତି ସାରତି ମଲିକ ପ୍ରମୁଖ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଉପସ୍ଥିିତ ରହି ନିଜ ନିଜ ଅଭିଭାଷଣ କରିଥିଲେ। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ୱନାଥ ବାରିକ ସମ୍ମିଳନୀ କକ୍ଷରେ ଉପସ୍ଥିତ ରହି ସମସ୍ତ ଆବଶ୍ୟକ ତଥ୍ୟ ପ୍ରଦାନ କରିଥିବା ବେଳେ ବି.ଡ଼ି.ଓ, ତହସିଲ୍‍ଦାର ଓ ଅନ୍ୟ ସଭ୍ୟ ସଭ୍ୟା ଓ ଅଧିକାରୀମାନେ ନିଜ ନିଜ କାର୍ଯ୍ୟାଳୟରେ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories