www.samajalive.in
Tuesday, December 9, 2025
16.1 C
Bhubaneswar

ବାଇକ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ ; ୭ଟି ଚୋରା ବାଇକ ସହ ୩ ଗିରଫ

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ପୁଲିସ ଏକ ବାଇକ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହେବା ସହ ପୂର୍ବରୁ ବିଭିନ୍ନ ଥାନା ଅଞ୍ଚଳରୁ ଚୋରି ହୋଇଥିବା ବାଇକ ମଧ୍ୟରୁ ୭ଟି ବାଇକ ଉଦ୍ଧାର କରିବା ସହ ଆଜି ୩ ଜଣ ଅଭିଯୁକ୍ତ କୋର୍ଟ ଚାଲାଣ କରାଯାଇଥିବା ନେଇ ସ୍ଥାନୀୟ ପୁଲିସ ଏକ ସାମ୍ବାଦିକ ସମ୍ମିଳନୀ ପ୍ରେସ ଇସ୍ତାହାର ସୂଚନା ଦେଇଛି। ଗିରଫ ହୋଇଥିବା ୩ ଜଣ ହେଲେ ତୁରେକେଲା ଥାନା ରାମୋଡ ଗ୍ରାମର ଶିବ ପ୍ରଧାନ(୨୪), କଣ୍ଟାବାଞ୍ଜି ଥାନା କୁକୁଡାହାଡ ଗ୍ରାମର ପ୍ରଭାତ ବେହେରା (୨୬), ହୀରାଲାଲ ପୁଟେଲ (୨୦) ଓ ଏହି ଗ୍ୟାଙ୍ଗ ସହ ବାଇକ ଚୋରୀରେ ସଂପୃକ୍ତ ସୁରଥ ପୁଟେଲ, ଅନ୍ୟ ଚୋରୀ ମାମଲାରେ ସଂପୃକ୍ତ ଥିବାରୁ ଗତ ୧୨ ତାରିଖ କୋର୍ଟଚାଲାଣ ହୋଇ ଜେଲରେ ରହିଛନ୍ତି।

ଖବର ଦାତା ସମ୍ମିଳନୀରେ ପୁଲିସ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ କଣ୍ଟାବାଞ୍ଜି ଥାନା ଅଞ୍ଚଳରେ ୨ଟି ବାଇକ, ମୁରିବାହାଲ ଥାନା ଅଞ୍ଚଳରେ ୨ଟି ବାଇକ, ବେଲପଡା ଥାନାର ଗୋଟିଏ, ତୁରେକେଲା ଥାନା ଅଞ୍ଚଳ ଗୋଟିଏ ବାଇକ୍ ଏବଂ ଛତିଗଡ ରାୟପୁର ଅଞ୍ଚଳର ଗୋଟିଏ ବାଇକ ସେମାନଙ୍କ ଠାରୁ ଉଦ୍ଧାର କରିଛି। କଣ୍ଟାବାଞ୍ଜି ଏସ.ଡି.ପି.ଓ. ସରୋଜ ମହାପାତ୍ରଙ୍କ ନେତୃତ୍ୱ ଏବଂ ଥାନାଧିକାରୀ ସତ୍ୟଜିତ କନ୍ଦଲକେଲଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବାଇକ ଲୁଟେରା ଗ୍ୟାଙ୍ଗର ସୁରାକ ମିଳିବା ପରେ ପୁଲିସ ସକ୍ଷମ ହୋଇଥିବା ଆଗାମୀ ଦିନରେ ଏହି ବାଇକ ଲୁଟେରା ଗ୍ୟାଙ୍ଗ ତରଫରୁ ଆହୁରି ଚୋରୀ ବାଇକ ମିଳିବା ସମ୍ଭାବନା ଥିବା ଏବଂ ଚୋରୀ ବାଇକ କିଣୁଥିବା ବ୍ୟକ୍ତିଙ୍କ ଠାବ କରିବା ପାଇଁ ପୁଲିସ ଅନସନ୍ଧାନ ଜାରୀ ରଖିଥିବା ଥାନା ଭାରପ୍ରାପ୍ତ ଅଧିକାରୀ ସୂଚନା ଦେଇଛନ୍ତି।

Hot this week

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

Related Articles

Popular Categories