www.samajalive.in
Sunday, December 7, 2025
23.1 C
Bhubaneswar

ଗୋଲାମୁଣ୍ଡା ପଥର ବ୍ଳାଷ୍ଟିଂ ଦୁର୍ଘଟଣା ମାମଲା; ୯ ଦିନ ପରେ ମାମଲା ରୁଜୁ କଲା ପୁଲିସ

ଧର୍ମଗଡ : ଗୋଲାମୁଣ୍ଡା ବ୍ଳକ ତୁମୁରାର ଏକ ପଥର କ୍ୱାରୀରେ ବ୍ଳାଷ୍ଟି କରୁଥିବା ସମୟରେ ଦୁର୍ଘଟଣା ଘଟି ଜଣେ ଶ୍ରମିକ ଗୋଡ ହରେଇବା ଘଟଣା ନୂଆ ମୋଡ ନେଇଛି। ଘଟଣାର ୯ ଦିନ ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଗୋଲାମୁଣ୍ଡା ତହସିଲ ପକ୍ଷରୁ ସଂପୃକ୍ତ କ୍ରସରକୁ ମଧ୍ୟ ସିଲ କରାଯାଇଛି। ଏହି ଘଟଣାକୁ ଚାପି ଦେବାକୁ ସବୁ ସ୍ତରରେ ଉଦ୍ୟମ ହୋଇଥିଲା। ଏନେଇ ‘ସମାଜ’ରେ ପ୍ରଥମେ ୧୬ା୧୦ରେ ପ୍ରକାଶିତ ହୋଇଥିଲା। ‘ସମାଜ’ରେ ପ୍ରକାଶିତ ହେବା ପରେ ସବୁ ଉଦ୍ୟମ ଭଣ୍ଡୁର ହୋଇଛି। ‘ସମାଜ’ରେ ଖବର ପ୍ରକାଶନ ପରେ ହଠାତ ପୁଲିସ ଓ ପ୍ରଶାସନ ତରଫରୁ ତତ୍ପରତା ପ୍ରକାଶ ପାଇଥିଲା। ୧୬ା୧୦ରେ ଗୋଲାମୁଣ୍ଡା ଆଇଆଇସି ଯୁଗଳ ଶବର ଓ ତହସିଲଦାର ସର୍ବେଶ୍ୱର ଜାଲ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ। କିନ୍ତୁ ଏନେଇ କୌଣସି ମାମଲା ରୁଜୁ କରିନଥିଲେ। ଏହି ଦୁର୍ଘଟଣା ମାମଲାରେ ପୁଲିସ ନିଜଆଡୁ ମାମଲା ରୁଜୁ କରିବା ପରିବର୍ତ୍ତେ ପୀଡିତ ପରିବାରକୁ ଅପେକ୍ଷା କରିଥିଲା। ଶେଷରେ ଗତ ୧୮ା୧୦ରେ ଆହତ ଶ୍ରମିକଙ୍କ ଭାଇ ହଂସରାଜ ଗଇତା ଥାନାରେ ଏତଲା ଦେବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୁଚନା ଅନୁଯାୟୀ, ଗତ ୧୧ା୧୦ରେ ଗୋଲାମୁଣ୍ଡା ବ୍ଳକ ତୁମୁରାରେ ଥିବା ଏକ କ୍ରସର ପାଇଁ ପଥର ଭାଙ୍ଗୁଥିବାବେଳେ ଡିନାମାଇଟ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣରେ ତିନି ଜଣ ଶ୍ରମିକ ଆହତ ହୋଇଥିଲେ। ତନ୍ମଧ୍ୟରୁ ଜଣେ ଶ୍ରମିକଙ୍କ ଅବସ୍ଥା ଗୁରତୁର ଥିଲା। ପରବର୍ତ୍ତି ସମୟରେ ତାଙ୍କ ଗୋଡ କଟାଯାଇଥିଲା। ଗୋଡ ହରାଇଥିବା ଶ୍ରମିକର ନାମ ଦୁର୍ବଳ ଗଇତା। ତାଙ୍କ ଘର ଧର୍ମଗଡ ବ୍ଳକ ଅନ୍ତର୍ଗତ ବେହେରା ପଂଚାୟତ ଗଇତାପଡା ବୋଲି ଜଣାପଡିଛି। ଏହି ଘଟଣାକୁ ଚାପି ଦେବାକୁ ସବୁ ସ୍ତରରେ ଉଦ୍ୟମ ହୋଇଥିଲା। ପରିବାର ବର୍ଗ ମଧ୍ୟ ଏନେଇ ମୁହଁ ଖୋଲିନଥିଲେ। ଘଟଣା ପରେ ପରେ ପରିବାରବର୍ଗଙ୍କୁ କ୍ରସର ମାଲିକ ହାତ କରିନେଇଥିଲେ। ଘଟଣାର ତିନ ଦିନ ପରେ ଏହା ଜଣାପଡିଥିଲା।ଗୋଲାମୁଣ୍ଡା ବ୍ଳକ ତୁମୁରାରେ ଥିବା ଏକ ପଥର ଖାଦାନରେ ଏହି ଦୁର୍ଘଟଣା ଘଟିଥିଲା। କ୍ରସରଟି ଜଣେ ପୂର୍ବତନ ବ୍ଳକ ଅଧ୍ୟକ୍ଷକଙ୍କ ବୋଲି ଜଣାପଡିଛି। ତାଙ୍କ ବ୍ୟକ୍ତିଗତ ଜମିରେ ଥିବା କ୍ୱାରୀରେ ବ୍ଳାଷ୍ଟିଂ ବେଳେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାଗ୍ରସ୍ତ ଶ୍ରମିକମାନେ ବି ସେହି କ୍ରସରର କର୍ମଚାରୀ ଥିଲେ। ଗୋଡ କଟାଯାଇଥିବା ଶ୍ରମିକ ଦୁର୍ବଳ ଗଇତାଙ୍କୁ ଭବାନିପାଟଣାସ୍ଥିତ ମାଣିକେଶ୍ୱରୀ ମଲଟି ହସପିଟାଲରେ ରଖାଯାଇଛି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେ ସ୍ଥିର ଥିବା ଗୋଲାମୁଣ୍ଡା ଥାନାଧିକାରୀ ଯୁଗଳ ଶବର ପ୍ରକାଶ କରିଛନ୍ତି।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories