www.samajalive.in
Friday, December 12, 2025
14.1 C
Bhubaneswar

ପୁଞ୍ଜିଗତ ବ୍ୟୟ ବୃଦ୍ଧି କରିବାର ଆବଶ୍ୟକତା ଉପରେ ଅର୍ଥମନ୍ତ୍ରୀଙ୍କ ଗୁରୁତ୍ୱାରୋପ

ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଅର୍ଥନୈତିକ ଅଭିବୃଦ୍ଧିର ମୁଖ୍ୟ ଆୟୁଧ ହେଉଛି ରାଷ୍ଟ୍ରାୟତ ଉଦ୍ୟୋଗଗୁଡିକର ଏବଂ ଏହାକୁ ୨୦୨୦-୨୧ ଏବଂ ୨୦୨୧-୨୨ ଆର୍ଥିକ ବର୍ଷରେ ବୃଦ୍ଧି କରିବା ଆବଶ୍ୟକ। ସେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ତଥା କୋଇଲା ମନ୍ତ୍ରଣାଳୟର ସଚିବଙ୍କ ସମେତ ୧୪ଟି ରାଷ୍ଟ୍ରାୟତ ଉଦ୍ୟୋଗଗୁଡିକର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକମାନଙ୍କୁ ଭିଡିଓ କନଫରେନସିଂ ଜରିଆରେ ସମ୍ବୋଧିତ କରିବା ଅବସରରେ ଏହା କହିଛନ୍ତି।

ସୀତାରାମଣ ଚଳିତ ଆର୍ଥିକ ବର୍ଷରେ ରାଷ୍ଟ୍ରାୟତ ଉଦ୍ୟୋଗର ପୁଞ୍ଜି ବ୍ୟୟ ସମୀକ୍ଷା କରିଥିଲେ। କୋଭିଡ -୧୯ ମହାମାରୀ ପରେ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ବିଭିନ୍ନ ଅଂଶୀଦାରଙ୍କ ସହ ଅର୍ଥମନ୍ତ୍ରୀଙ୍କ ଆଜି ଚତୁର୍ଥ ବୈଠକ ହୋଇଥିଲା। ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ରାଷ୍ଟ୍ରାୟତ ଉଦ୍ୟୋଗର ପୁଞ୍ଜି ବ୍ୟୟ ଲକ୍ଷ୍ୟ ହେଉଛି ଏକ ଲକ୍ଷ ୧୫ ହଜାର ୯୯୩ କୋଟି।

- Advertisement -

ରାଷ୍ଟ୍ରାୟତ ଉଦ୍ୟୋଗଗୁଡିକର କାର୍ଯ୍ୟକାରିତା ସମୀକ୍ଷା କରିବା ଅବସରରେ ଅର୍ଥମନ୍ତ୍ରୀ ସଚିବମାନଙ୍କୁ ସେଗୁଡିକର କାର୍ଯ୍ୟକାରିତା ଉପରେ ଦୃଷ୍ଟି ଦେବାକୁ କହିଛନ୍ତି ଯାହା ଫଳରେ ୨୦୨୦-୨୧ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକ ଶେଷ ସୁଦ୍ଧା ପୁଞ୍ଜି ବ୍ୟୟ ୭୫% ପର୍ଯ୍ୟନ୍ତ ସୁନିଶ୍ଚିତ କରାଯାଇପାରିବ। ଏ କ୍ଷେତ୍ରରେ ଲକ୍ଷ୍ୟ ହାସଲ ପାଇଁ ସେହି ଉଦ୍ୟୋଗଗୁଡିକର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଏବଂ ସଂପୃକ୍ତ ମନ୍ତ୍ରଣାଳୟର ସଚିବମାନଙ୍କ ମଧ୍ୟରେ ଅଧିକ ସମନ୍ୱୟ ଆବଶ୍ୟକ ବୋଲି ଅର୍ଥମନ୍ତ୍ରୀ ସୀତାରାମଣ କହିଛନ୍ତି।

ଦେଶର ଅର୍ଥନୀତିକୁ ତ୍ୱରାନ୍ୱିତ କରିବାରେ ରାଷ୍ଟ୍ରାୟତ ଉଦ୍ୟୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଲକ୍ଷ୍ୟ କରି ଅର୍ଥମନ୍ତ୍ରୀ ଉଦ୍ୟୋଗଗୁଡ଼ିକୁ ସେମାନଙ୍କ ଲକ୍ଷ୍ୟ ହାସଲ ପାଇଁ ଉନ୍ନତ ପ୍ରଦର୍ଶନ କରିବାକୁ ଉତ୍ସାହିତ କରିଛନ୍ତି। ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ପୁଞ୍ଜି ବ୍ୟୟ ଯେଭଳି ସମୟାନୁବର୍ତ୍ତୀ ହେବା ସେ ତାହା ନିଶ୍ଚିତ କରିବାକୁ କହିଛନ୍ତି। ଅର୍ଥମନ୍ତ୍ରୀ କହିଛନ୍ତି ଯେ ଏହି ପଦକ୍ଷେପଗୁଡ଼ିକର ଉନ୍ନତ ପ୍ରଦର୍ଶନ କୋଭିଡ -୧୯ ପ୍ରଭାବରୁ ଅର୍ଥନୀତିକୁ ପୁନରୁଦ୍ଧାର କରିବାରେ ସାହାଯ୍ୟ କରିବ।

Hot this week

କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା

ଭୁବନେଶ୍ବର : ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ରାଜ୍ୟ...

୧୮ ଯାଏ ଜାଡ଼

ଭୁବନେଶ୍ବର : ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ‌ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ...

ଲୋକସଭାରେ ଇ-ସିଗାରେଟ୍ ଟାଣିଲେ ଟିଏମ୍‌ସି ସଦସ୍ୟ

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର କେତେକ ମହିଳା ସଦସ୍ୟ ଲୋକସଭାରେ...

ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

Related Articles

Popular Categories