www.samajalive.in
Sunday, December 7, 2025
26.1 C
Bhubaneswar

ନବରାତ୍ରର ୩ୟ ଦିନ : ମା’ଚନ୍ଦ୍ରଘଣ୍ଟାଙ୍କର ପୂଜାର ବିଧି ଓ ମହତ୍ତ୍ୱ

ଅକ୍ଟୋବର ୧୯, ସୋମବାର ଆଶ୍ୱିନ ମାସ ଶୁକ୍ଳପକ୍ଷର ତିଥି। ଆଜି ନବରାତ୍ରର ୩ୟ ଦିନ। ମା’ ଦୁର୍ଗାଙ୍କର ସ୍ୱରୂପ ମା’ଚନ୍ଦ୍ରଘଣ୍ଟାଙ୍କର ବିଶେଷ ପୂଜାର୍ଚ୍ଚନା ଓ ଆରାଧନା କରାଯାଇଥାଏ। ନବରାତ୍ରରେ ହେଉଥିବାର ଏହି ପୂଜାର ଖୁବ ମହତ୍ତ୍ୱ ରହିଛି। ମା’ଦୁର୍ଗାଙ୍କ ୩ୟ ଶକ୍ତିଙ୍କ ନାମ ମା’ଚନ୍ଦ୍ରଘଣ୍ଟା। ମା’ଙ୍କର ଏହି ସ୍ୱରୂପ ଶାନ୍ତି ଓ କଲ୍ୟାଣର ପ୍ରତୀକ। ବ୍ୟାଘ୍ରରେ ବିରାଜମାନ ମା’ଚନ୍ଦ୍ରଘଣ୍ଟାଙ୍କ ଶରୀର ରଙ୍ଗ ସ୍ୱର୍ଣ୍ଣ ଭଳି ଚମକୁଥାଏ। ମା’ଙ୍କର ମସ୍ତକରେ ଘଣ୍ଟା ଆକାରର ଚନ୍ଦ୍ର ବିରାଜମାନ। ଏହି କାରଣରୁ ମା’ଙ୍କୁ ଚନ୍ଦ୍ରଘଣ୍ଟା କୁହାଯାଏ। ଦଶଭୂଜା ବିଶିଷ୍ଟ ମା’ଙ୍କ ସମସ୍ତ ହସ୍ତରରେ ଭିନ୍ନ ଭିନ୍ନ ଅସ୍ତ୍ର ବିଭୂଷିତ ହୋଇଥାଏ।
ମା’ଙ୍କ ଗଳାରେ ଧବଳ ପୁଷ୍ପର ମାଳା ଶୋଭା ପାଉଥାଏ। ମା’ ଅତ୍ୟାଚାରୀ ଦାନବ, ଦୈତ୍ୟ, ରାକ୍ଷସଙ୍କୁ ବିନାଶ କରିବା ପାଇଁ ସର୍ବଦା ଜାଗୃତ ରହିଥାଆନ୍ତି।
ସେହିପରି ମା’ଙ୍କ ଏହି ସ୍ୱରୂପ ଭକ୍ତ, ସର୍ବସାଧାରଣଙ୍କ ପାଇଁ ସର୍ବଦା ଅତ୍ୟନ୍ତ ସୌଭାଗ୍ୟ, ଶାନ୍ତିରେ ପରିପୂର୍ଣ୍ଣ ହୋଇ ରହିଥାଏ। ମା’ ସର୍ବଦା ସଭିଁଙ୍କ ଦୁଃଖ କଷ୍ଟକୁ ନିବାରଣ କରିଥାଆନ୍ତି।
ମା’ଙ୍କ ଘଣ୍ଟର ଧ୍ୱନି ସର୍ବଦା ନିଜ ଭକ୍ତଙ୍କୁ ସମସ୍ତ ବିପଦରୁ ଉଦ୍ଧାର କରିଥାଏ। ମା’ଙ୍କ ପୂଜାର୍ଚ୍ଚନା ଶ୍ରଦ୍ଧା ପୂର୍ବକ କରିବା ଦ୍ୱାରା ସମସ୍ତ ମନସ୍କାମନା ପୂରଣ କରିବା ସହ ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ।
ମା’ଙ୍କ ପୂଜାର୍ଚ୍ଚନା , ଆରାଧନା ଦ୍ୱାରା ସଭିଏଁ ଦୀର୍ଘାୟୁ, ଆରୋଗ୍ୟ, ସୁଖୀ ଓ ପ୍ରସନ୍ନ ହେବାର ବରଦାନ ପ୍ରାପ୍ତି ହୋଇଥାଏ। ମା’ଙ୍କ ଆରାଧନା ଦ୍ୱାରା ସଭିଁଙ୍କ ପାପ କ୍ଷୟ ହେବା ସହ ଜୀବନର ବାଧା ଦୂର ହୋଇଥାଏ। ଭକ୍ତ ସାହସୀ ହୋଇଥାଏ। ସଦଗୁଣ ଆସିଥାଏ।ଶୁଭବୁଦ୍ଧି ପ୍ରାପ୍ତି ହୋଇଥାଏ। କ୍ରୋଧ, ଛୋଟ ଛୋଟ କଥାରେ ବିଚଳିତ ହେବା, ଚିନ୍ତା ଆଦିରୁ ମୁକ୍ତି ମିଳିଥାଏ।
ମା’ଙ୍କୁ ଶୁଦ୍ଧଜଳ, ପଞ୍ଚାମୃତରେ ସ୍ନାନ କରାଯାଇଥାଏ। ଏହାସହ ଭିନ୍ନ ଭିନ୍ନ ଫୁଲ, ଅକ୍ଷତ, କୁଙ୍କୁମ, ସିନ୍ଦୂର ଅର୍ପଣ କରାଯାଇଥାଏ। କେସର ମିଶ୍ରିତ ଖିରରେ ପ୍ରସ୍ତୁତ ମିଠା, ଖିରୀ ଭୋଗ କରାଯାଏ। ମା’ଙ୍କ ନିକଟରେ ସଠିକ ମନ୍ତ୍ରର ଜପ କରିବା ସହ ଶ୍ରଦ୍ଧାପୂର୍ବକ ପ୍ରାର୍ଥନା କରନ୍ତୁ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories