www.samajalive.in
Saturday, December 6, 2025
16.1 C
Bhubaneswar

ସର୍ବଭାରତୀୟ ସ୍ତରରେ ଓଡିଆଙ୍କ ଦବଦବା, ଦେଶର ୧୦ ସୁପରକ୍ରାଟ ମଧ୍ୟରେ ୩ ଜଣ ଓଡିଆ

ସମ୍ବଲପୁର: ଦେଶର ପ୍ରମୁଖ ମାଗାଜିନମାନଙ୍କ ପକ୍ଷରୁ ବିଭିନ୍ନ ସମୟରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ କ୍ଷମତାଶାଳୀ ବ୍ୟକ୍ତିତ୍ୱମାନଙ୍କର ତାଲିକା ପ୍ରସ୍ତୁତ କରାଯାଇଥାଏ। ଏଭଳି କ୍ରମରେ ଇଣ୍ଡିଆ ଟୁଡେ ମାଗାଜିନ ପକ୍ଷରୁ ଚଳିତ ବର୍ଷ ପାୱାର ଲିଷ୍ଟ ୨୦୨୦ ଶିର୍ଷକ ଏକ ବିଶେଷ ଅଙ୍କ ଆଗାମୀ ୨୬ ଅକ୍ଟୋବରରେ ପ୍ରକାଶିତ ହେବ। ମାଗାଜିନର ବିଶେଷ ଅଙ୍କର ପୃଷ୍ଠା ସଂଖ୍ୟା ୬୬ରେ ଦେଶର ସୁପରକ୍ରାଟ୍ସ ମାନଙ୍କର ତାଲିକାରେ ସର୍ବ ପ୍ରଥମ ୧୦ ଜଣ ଉଚ୍ଚ କ୍ଷମତାଶାଳୀ ଅଧିକାରୀମାନଙ୍କ ମଧ୍ୟରେ ୩ ଜଣ ଓଡିଆ ଅଧିକାରୀ ରହିଛନ୍ତି। ଯାହାକି ସାରା ରାଜ୍ୟ ପାଇଁ ଗର୍ବ ଓ ଗୌରବର ବିଷୟ। ମାଗାଜିନ ପକ୍ଷରୁ ଜାରି ତାଲିକାନୁଯାୟୀ ପ୍ରଥମ ସ୍ଥାନରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ପ୍ରମୋଦ କୁମାର ମିଶ୍ର, ତୃତୀୟ ସ୍ଥାନରେ ରିର୍ଜଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ସପ୍ତମ ସ୍ଥାନରେ କଣ୍ଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ ଗିରିଶି ଚନ୍ଦ୍ର ମୁର୍ମୁ ରହିଛନ୍ତି।

- Advertisement -

ମାଗାଜିନ ପକ୍ଷରୁ ପ୍ରଥମ ସ୍ଥାନରେ ରହିଥିବା ଡ. ପି.କେ. ମିଶ୍ର ଅମଲାତନ୍ତ୍ର, ବିଶେଷଜ୍ଞ ଓ ରାଜନେତା ମାନଙ୍କୁ ପ୍ରଶାସନିକ ପଦବୀରେ ନିଯୁକ୍ତ କରିବାର ଦାୟିତ୍ୱ ନିର୍ବାହ କରିଥାନ୍ତି ବୋଲି ଉଲ୍ଲେଖ୍ୟ କରାଯାଇଛି। ଅତୀତ ବର୍ଷ ମାନଙ୍କରେ ପ୍ରଧାନମନ୍ତ୍ରୀଙ୍କ କୌଣସି ମୁଖ୍ୟ ସଚିବ ଡ. ମିଶ୍ରଙ୍କ ଭଳି କୋଭିଡ-୧୯ର ମୁକାବିଲା ଓ ପରିଚାଳନା ପାଇଁ ୧୧ ଜଣିଆ ସଶକ୍ତ ବିଶେଷଜ୍ଞ ଗୋଷ୍ଠୀ, ବିଭିନ୍ନ ନିଯୁକ୍ତ, ବିଭିନ୍ନ କୃଷି ଆଇନ ଗଠନ ପରି ବିଭିନ୍ନ ପ୍ରକାରର ଦାୟିତ୍ୱ ଓ ଭୂମିକା ଏକ ସଙ୍ଗରେ ଗ୍ରହଣ କରିନାହାନ୍ତି। ତାଙ୍କର ପରିଶ୍ରମ, ଅମଲାତନ୍ତ୍ର ଓ ବିଭିନ୍ନ ପଲିସି ସର୍ମ୍ପକରେ ଗଭୀର ଜ୍ଞାନ ପାଇଁ ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆଖି ଓ କାନ ବୋଲି କୁହାଯାଇଥାଏ। ଏଥି ପାଇଁ ସରକାରୀ କାର୍ଯ୍ୟ ଓ ଯୋଜନା ଗୁଡିକୁ ପ୍ରଭାବୀ ଢ଼ଙ୍ଗରେ କାର୍ଯ୍ୟକାରୀ କରିବା ପାଇଁ ମିଡଲମ୍ୟାନମାନଙ୍କୁ ହଟାଇବା ଦ୍ୱାରା ଯୋଜନା ଗୁଡିକର ଲାଭ ଜନତାଙ୍କ ନିକଟକୁ ସିଧାସଳଖ ପହଞ୍ଚି ପାରୁଛି। ଏହା ସହିତ ସେ ଆପଦା ପ୍ରବନ୍ଧକ ବିଶେଷଜ୍ଞ ଭାବରେ ବନ୍ୟା ଓ ମରୁଡିର ସମ୍ମୁଖୀନ ହୋଇଥିଭା ସମ୍ପ୍ରଦାୟର ସ୍ଥାଣୁତାକୁ ଉନ୍ନତ କରିବା ପାଇଁ ଗତ ୨୦୧୯ ମେ ମାସରେ ଜାତିସଂଘ ଦ୍ୱାରା ସାସାକ୍ସ ପୁରସ୍କାର ସାରା ବିଶ୍ୱରେ ତିନି ଜଣଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ସେଥି ମଧ୍ୟରେ ଡ. ମିଶ୍ର ମଧ୍ୟ ସାମିଲ ଥିଲେ ବୋଲି ମ୍ୟାଗାଜିନ ପକ୍ଷରୁ ଉଲ୍ଲେଖ୍ୟ କରାଯାଇଛି।

ସେହିଭଳି ତୃତୀୟ ସ୍ଥାନ ଅଧିକାର କରିଥିବା ରିର୍ଜଭ ବ୍ୟାଙ୍କ ଗଭର୍ଣ୍ଣର ଶଶିକାନ୍ତ ଦାଶ ଭାରତୀୟ ଅର୍ଥନୀତିକୁ ଟ୍ରାକକୁ ଫେରାଇ ଆଣିବା ପାଇଁ ଗତ ମାର୍ଚ୍ଚ ଠାରୁ ଏ ପର୍ଯ୍ୟନ୍ତ ୮ ଲକ୍ଷ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପଦକ୍ଷେପ ଘୋଷଣା କରି ଉଦ୍ୟମର ଅଗ୍ରଭାଗରେ ରହିଛନ୍ତି। ସେ ଆରବିଆଇର ମୁଦ୍ରା ନୀତି କମିଟିର ଅଧ୍ୟକ୍ଷ ରହିଛନ୍ତି, ଯାହାକୁ ବ୍ୟାଙ୍କ ମାନଙ୍କର ରେପୋ ରେଟକୁ ନିର୍ଦ୍ଧାରିତ କରିଥାଏ। ଲକ ଡାଉନ ସମୟରେ ଅର୍ଥନୀତିରେ ତରଳତା ବୃଦ୍ଧି କରିବା ପାଇଁ ସେ ଏ ପର୍ଯ୍ୟନ୍ତ ୧୧୫ ଆଧାର ପଏଣ୍ଟ ହ୍ରାସ କରିଛନ୍ତି। ଆରବିଆଇ ଦ୍ୱାରା ନିର୍ଦ୍ଦେଶିତ ୬ ମାସର ଋଣ ପରିଶୋଧରେ କୋହଳତା ଲକ୍ଷ ଲକ୍ଷ ଜନତାଙ୍କୁ ଲକ ଡାଉନ ସମୟରେ ସହାୟତା କରିଥିଲା। ସେ ତାମିଲନାଡି କ୍ୟାଡରର ଜଣେ ଆଇଏଏସ ଅଧିକାରୀ ଭାବରେ ଦେଶର ବିଭିନ୍ନ ସ୍ଥାନରେ ଓ କେନ୍ଦ୍ରରେ ବିଭିନ୍ନ ଉଚ୍ଚ ପଦବୀରେ କାର୍ଯ୍ୟ କରିଥିବାରୁ ତାଙ୍କର ବିଶାଳ ଅନୁଭବ ରହିଛି ବୋଲି ମ୍ୟାଗାଜିନରେ ଉଲ୍ଲେଖ୍ୟ କରାଯାଇଛି।

ସେହିପରି ସପ୍ତମ ସ୍ଥାନରେ ରହିଥିବା ଗିରିଶି ଚନ୍ଦ୍ର ମୁର୍ମୁ, କଣ୍ଟ୍ରୋଲଲ ଆଣ୍ଡ ଅଡିଟର ଜେନେରାଲ ଭାବରେ ସେ ସରକାରୀ ଅପବ୍ୟୟ ଓ ଅନିୟମିତତା ଉପରେ ତୀକ୍ଷ୍ଣଣ ନଜର ରଖିଥାନ୍ତି। ସେ ଜାମ୍ମୁ ଓ କାଶ୍ମୀରର ଲୁଟନାନ୍ଟ ଗର୍ଭନର ଭାବରେ ସଙ୍କଟଜନକ ପରିସ୍ଥିତିରେ କାର୍ଯ୍ୟ କରିଛନ୍ତି। ଏହା ପୂର୍ବରୁ ସେ ସଚିବ, ଯୁଗ୍ମ ସଚିବ ଭାବରେ ବିଭିନ୍ନ ବିଭାଗରେ କାର୍ଯ୍ୟ କରିଛନ୍ତି। ସେ ୨୦୦୨ ଗୁଜରାଟ ଦଙ୍ଗାର ତଦନ୍ତ ସମୟରୁ ଉଭୟ ପ୍ରଧାନମନ୍ତ୍ରୀ ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହା ଙ୍କ ଅତ୍ୟନ୍ତ ବିଶ୍ୱାସୀ ରହିଛନ୍ତି। ସେ ଫିଟନେସ ଉପରେ ବିଶେଷ ଧ୍ୟାନ ଦେଉଥିବା ବେଳେ ନିଜର ଘରେ ଜିମ ରହିଛି। ସେ ଇତିହାସର ମଧ୍ୟ ପ୍ରଶଂସକ ଅଟନ୍ତି ଏବଂ ଏବେ ୱିଲିୟମ ଡାଲ୍ରିମ୍ପଲ ଙ୍କ ‘ଦି ଆନାରକୀ, ଅନ ଇଷ୍ଟ ଇଣ୍ଡିଆ କମ୍ପାନୀସ ପିଲ୍ଲେଜ ଅଫ ଇଣ୍ଡିଆ’ ପଢ଼ୁଛନ୍ତି ବୋଲି ମ୍ୟାଗାଜିନରେ ଉଲ୍ଲେଖ୍ୟ କରାଯାଇଛି।

ବିଗତ ୩ ବର୍ଷ ହେବ ଇଣ୍ଡିଆ ଟୁଡେ ଦ୍ୱାରା କ୍ଷମତାଶାଳୀ ବ୍ୟୁରୋକ୍ରାଟ ମାନଙ୍କ ମଧ୍ୟରେ ଡ. ପ୍ରମୋଦ ମିଶ୍ରଙ୍କୁ ପ୍ରଥମ ୩ ଜଣଙ୍କ ମଧ୍ୟରେ ରଖାଯାଇଥିବା ବେଳେ ଏବେ ତାଙ୍କୁ ପ୍ରଥମ ସ୍ଥାନରେ ରଖାଯାଇଛି। ଏହା ସହିତ ପତ୍ରିକା ପକ୍ଷରୁ ପ୍ରକାଶିତ ତାଲିକାରେ ପ୍ରଥମ ଥର ପାଇଁ ଓଡିଶାରୁ ୩ ଜଣଙ୍କୁ ସେମାନଙ୍କର ଦକ୍ଷତା, ଦାୟିତ୍ୱ ଓ କାର୍ଯ୍ୟ ଅନୁଯାୟୀ ବିଭିନ୍ନ କ୍ରମରେ ରଖାଯାଇଛି। ଏଥିରୁ ସ୍ପଷ୍ଟ ହେଉଛି ଯେ ପ୍ରଧାନମନ୍ତ୍ରୀଙ୍କ ମୋଦୀଙ୍କ କାର୍ଯ୍ୟକାଳ ସମୟରେ ଓଡିଆ ମାନେ ସେମାନଙ୍କ ମଧ୍ୟରେ ରହିଥିବା ଲୁକ୍କାୟିତ ପ୍ରତିଭାକୁ ପ୍ରଦର୍ଶନ କରିବାରେ ସୁଯୋଗ ପାଇ ସଫଳ ହେଉଛନ୍ତି। ଯାହାକି ଓଡିଶାର ଯୁବ ପିଢ଼ି ଙ୍କ ପାଇଁ ଏକ ପ୍ରେରଣା ସ୍ରୋତ ହେବା ସହିତ ଓଡିଶାବାସୀଙ୍କ ପାଇଁ ଅତ୍ୟନ୍ତ ଖୁସିର ଖବର ଅଟେ। ମ୍ୟାଗାଜିନର ତାଲିକାରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଦ୍ୱିତୀୟ, ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ପି.କେ. ସିହ୍ନା ଚତୁର୍ଥ, ଚିଫ ଅଫ ଡିଫେନ୍ସ ଷ୍ଟାଫ ବିପିନ ରାୱତ ପଞ୍ଚମ, କ୍ୟାବିନେଟ ସଚିବ ରାଜୀବ ଗୌବା, ଅର୍ଥନୀତି ବିଭାଗର ସଚିବ ତରୁଣ ବଜାଜ ଅଷ୍ଟମ, ଏନଫୋର୍ସମେଣ୍ଟ ନିର୍ଦ୍ଦେଶକ ସଞ୍ଜୟ କୁମାର ମିଶ୍ର ନବମ ଏବଂ ସୂଚନା ଓ ପ୍ରସାରଣ, ଉଚ୍ଚ ଶିକ୍ଷା ମନ୍ତ୍ରାଳୟର ସଚିବ ଅମିତ ଖରେ ଦଶମ ସ୍ଥାନରେ ରହିଛନ୍ତି।

ଉପସ୍ଥାପନା : ବିରାଜ ମିଶ୍ର

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories