www.samajalive.in
Saturday, December 6, 2025
15.1 C
Bhubaneswar

ଓକିଲଗୁଡ଼ା ଖାଦାନ ବିସ୍ଫୋରଣ; ତହସିଲଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସୁପାରିସ

ରାୟଗଡ଼ା: ଶୁକ୍ରବାର ଦିନ ଓକିଲଗୁଡ଼ା ପଥର ଖାଦାନରେ ବାରୁଦ ବିସ୍ଫୋରଣ ଘଟି କାମ କରୁଥିବା ବେଳେ ୩ ଜଣ ଶ୍ରମିକଙ୍କ ମୃତ୍ୟୁବରଣ କରିବା ଘଟଣାରେ ରାୟଗଡ଼ା ଜିଲ୍ଲାପାଳ ଆଜି ଜଣେ ଆରଆଇ, ଦୁଇଜଣ ଏଆରଆଇଙ୍କ ବିରୋଧରେ ପଦକ୍ଷେପ ଗ୍ରହଣ କରିଛନ୍ତି । ସେହିପରି ଗୁଣୁପୁର ତହସିଲଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସରକାରଙ୍କୁ ସୁପାରିସ କରିଛନ୍ତି ।  ପଥର ଖାଦାନକୁ ସରକାରୀଙ୍କ ବିନା ଅନୁମତିରେ ବିସ୍ଫୋରଣ ସାଙ୍ଗକୁ ଲିଜ ଅନୁମତି କିପରି ରାଜସ୍ବ ବିଭାଗ ପକ୍ଷରୁ ମିଳିଥିଲା ତା’ର ତଦନ୍ତ ଆରମ୍ଭ ହୋଇଛି ।  ରାୟଗଡ଼ା ଏଡ଼ିଏମ ଏବଂ ଗୁଣପୁର ଉପଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ରାୟଗଡା ଜିଲାପାଳ ପ୍ରମୋଦ କୁମାର ବେହେରା ରବିବାର ସନ୍ଧ୍ୟାରେ ଗୁଣପୁର ତହସିଲଦାର ଲକ୍ଷ୍ଣୀନାରାୟଣ ସାବତଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ରାଜ୍ୟସରକାରଙ୍କୁ ସୁପାରିସ କରିଛନ୍ତି । ସେହିଭଳି ସଦର ଆରଆଇ ସନ୍ତୋଷ କୁମାର ପଣ୍ଡା, ଏଆରଆଇ ସନ୍ତୋଷ କୁମାର ଦାଶ ଠିକାରେ ଚାକିରୀ କରୁଥିବାରୁ ଏମାନଙ୍କୁ ଚାକିରୀରୁ କାହିଁକି ବହିଷ୍କାର କରାଯିବ ନାହିଁ ସେନେଇ ୩ଦିନ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ଅନ୍ୟପକ୍ଷରେ ଗୁଣୁପୁରର ଜଣେ ଏଆରଆଇ ଅନୁପ ମାର୍ଥାଙ୍କୁ କାର୍ଯରୁ ନିଲମ୍ବିତ କରାଯାଇଥିବା ମଧ୍ୟ ସୂଚନା ମିଳିଛି ।

ଗତ ଶୁକ୍ରବାରଦିନ  ଓକିଲଗୁଡ଼ା ପଥର ଖାଦାନରେ ବିସ୍ଫୋରଣ ଘଟି ଜୋମେସ ଶବର, କୂଳବତୀ ଶବର ଓ ଡୁଡି ଶବରଙ୍କ ମୃତ୍ୟୁ ହୋଇଥିଲା ଓ ୬ ଜଣ ଆହତ ହୋଇଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories