www.samajalive.in
Saturday, December 6, 2025
17.1 C
Bhubaneswar

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କଲା ବିଜେଡି

ନୂଆଦିଲ୍ଲୀ: ବିଜେଡି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା  ଦାବି କରିଛି । ନୂଆଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ବିଜେଡି ସାସଂଦ ପ୍ରତାପ ଦେବ ଧର୍ମେନ୍ଦ୍ରଙ୍କର ଇସ୍ତଫା ଦାବି କରିଛନ୍ତି ।  ଗ୍ୟାଙ୍ଗଷ୍ଟର ଟିଟୋକୁ କ୍ରାଇମବ୍ରାଞ୍ଚ ଗିରଫ କରିବା ସହ  ଏହି ଘଟଣାର ତଦନ୍ତ କରୁଛି । ତେବେ ଅପରାଧୀ ହେବା ସତ୍ତ୍ୱେ ତାକୁ କିପରି ପେଟ୍ରୋଲ ପମ୍ପ ମିଳିଲା ସେ ବିଷୟରେ ପ୍ରତାପ ଦେବ ପ୍ରଶ୍ନ କରିଛନ୍ତି । ଗୋଟିଏ ପେଟ୍ରୋଲ ପମ୍ପ କାହିଁକି , ୨୦୧୪ରୁ ୨୦୧୮ ମଧ୍ୟରେ ଦିଆଯାଇଥିବା ସମସ୍ତ ପେଟ୍ରୋଲ ପମ୍ପର ସିବିଆଇ ତଦନ୍ତ ହେବା ପାଇଁ ସେ ଦାବି କରିଛନ୍ତି । ଆଓସିଏଲ୍‌ ଟିଟୋକୁ ପେଟ୍ରାଲ ପମ୍ପ ଦେବା ସମୟରେ ଓ ଆଜି ପର୍ଯ୍ୟନ୍ତ କିପରି ତୃଟି  ବିଷୟରେ ଜାଣି ପାରିଲା ନାହିଁ  ବୋଲି ପ୍ରଶ୍ନ କରିଛନ୍ତି। ଏବେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଚାଲିଥିବା ବେଳେ ସିବିଆଇ ତଦନ୍ତ ପାଇଁ ସୁପାରିଶ କରାଯାଇଛି ବୋଲି ସେ କହିଛନ୍ତି ।

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୂର୍ବରୁ କଟକର ଅପରାଧୀ ଧଳସାମନ୍ତଙ୍କ ସହ ଫଟୋ ଉଠାଉଥିଲେ ,ତାଙ୍କର ଅପରାଧିଙ୍କ ସହ ସମ୍ପର୍କ ଅଛି ବୋଲି ଅଭିଯୋଗ କରିବା ସହ ପେଟ୍ରୋଲିୟମ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ବିଜେଡି ସାଂସଦ ତଥା ମୁଖପାତ୍ର ପ୍ରତାପ ଦେବ ଦାବି କରିଛନ୍ତି । ଏହା   ଲୁଚିଛି ନା ଗୋଡ ଦିଇଟା ଦିଶୁଛି ପରି କଥା ବୋଲି ପ୍ରତାପ ଦେବ କହିଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories