www.samajalive.in
Friday, December 5, 2025
20.1 C
Bhubaneswar

ପୁରୀ ବ୍ଲୁଫ୍ଲାଗ ବିଚ୍‍’ରେ ଯୋଗାଭ୍ୟାସ, ୨ଶହ କରୋନା ଆରୋଗ୍ୟଙ୍କୁ ଦିଆଗଲା ଯୋଗ ଶିକ୍ଷା

ପୁରୀ ବେଳାଭୂମିରେ ଆୟୋଜିତ ବ୍ଲୁଫ୍ଲାଗ ବିଚରେ କରୋନା ସଂକ୍ରମଣରୁ ସୁସ୍ଥ ହୋଇଥିବା ୨ ଶହ ଜଣଙ୍କୁ ଯୋଗ ଶିକ୍ଷା ଦିଆଯାଇଛି। କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ମଧ୍ୟ ଏଥିରେ ସାମିଲ ହୋଇ ଆଜି ଯୋଗାଭ୍ୟାସ କରିଛନ୍ତି। ଭାରତ ସରକାରଙ୍କ ଆୟୁଷ ବିଭାଗ ଓ ରାଜ୍ୟ ପ୍ରଶାସନର ନିର୍ଦ୍ଦେଶାବଳୀ ଅନୁଯାୟୀ ଜିଲ୍ଲା ପ୍ରଶାସନ ଶନିବାର ଓ ରବିବାର ଦୁଇଦିନ ଧରି ଏହି ଶିବିର ଆୟୋଜନ କରିଥିଲା।

ପୁରୀ ଜିଲ୍ଲାପାଳ ବଲବନ୍ତ ସିଂ କହିଛନ୍ତି ଯେ କରୋନା ରୋଗକୁ ପ୍ରତିରୋଧ କରିବା ପାଇଁ ଯୋଗ ମହୌଷଧି ଭଳି କାମ ଦେବ। ଏହି ଶିବିରରେ ୧୦ଟି ପେଣ୍ଡାଲ କାଠରେ କରାଯାଇଥିଲା। ପ୍ରତି ପେଣ୍ଡାଲରେ ଜଣେ ଯୋଗ ଶିକ୍ଷକ ୨୦ ଜଣ ଶିକ୍ଷାର୍ଥୀଙ୍କୁ ଯୋଗ ଶିକ୍ଷା ଦେଇଥିଲେ। ପ୍ରାଣାୟମ, ଓଲମ ବିଲମ, କପାଳ ଭାତୀ ଆଦି ୨୫ ପ୍ରକାର ଯୋଗ ଶିକ୍ଷା ଦିଆଯାଇଥିଲା। ଏହି ଯୋଗ ଶିବିରରେ ସେବାୟତ, ପୁଲିସ, ସରକାରୀ କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି ଓ ସାଧାରଣ ଜନତା ଯୋଗ ଦେଇଥିଲେ।

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories