www.samajalive.in
Saturday, December 6, 2025
16.1 C
Bhubaneswar

ଆଇପିଏଲ୍‌ରେ ସୁପର ଓଭର, ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ବିପକ୍ଷରେ ଜିତିଲା କଲକାତା ନାଇଟ୍‌ ରାଇଡର୍ସ

ଆବୁଧାବି: ଆଜିର ଆଇପିଏଲ ମ୍ୟାଚରେ ଦେଖିବାକୁ ମିଳିଛି ସୁପର ଓଭର। ଏଥିରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି କୋଲକାତା ନାଇଟ ରାଇଡର୍ସ। ଇଣ୍ଡିଆନ୍‌ ପ୍ରିମିୟର ଲିଗ(ଆଇପିଏଲ୍‌)-୧୩ର ୩୫ତମ ମ୍ୟାଚ୍‌କୁ ସୁପର ଓଭରରେ ବିଜୟ ଲାଭ କରିଛି କୋଲକାତା ନାଇଟ୍‌ ରାଇଡର୍ସ। ଆବୁଧାବିର ଶେଖ ଜୟେଦ୍‌ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ୧୬୪ ରନ୍‌ ବିଜୟ ଲକ୍ଷ୍ୟ ନେଇ ଦ୍ବିତୀୟ ଇନିଂସରେ ବ୍ୟାଟିଂ କରିଥିଲା। ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ୨୦ ଓଭରରେ ୬ ୱିକେଟ୍‌ ବିନିମୟରେ ୧୬୩ ରନ୍‌ କରିପାରିଥିଲା। ଏହାପରେ ସୁପର ଓଭର ଖେଳାଯାଇଥିଲା। ଏଥିରେ କଲକାତା ନାଇଟ୍‌ ରାଇଜର୍ସ ବିଜୟୀ ହୋଇଥିଲା। ଫଳରେ କଲକାତା ନାଇଟ୍‌ ରାଇଡର୍ସ ଦୁଇ ପଏଣ୍ଟ ହାସଲ କରି ପଏଣ୍ଟ ଟେବୁଲରେ ନିଜ ସ୍ଥାନ ସୁରକ୍ଷିତ ରଖିଛି।
ରବିବାର ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। କଲକାତାର ଇନିଂସ ଆରମ୍ଭ କରିଥିଲେ ଶୁଭମନ୍‌ ଗିଲ୍‌ ଓ ରାହୁଲ ତ୍ରିପାଠୀ। ଉଭୟ ଖେଳାଳି ଆରମ୍ଭରୁ ଭଲ ବ୍ୟାଟିଂ କରିଥିଲେ। କଲକାତା ନାଇଟ୍‌ ରାଇଡର୍ସ ୪୬ ରନ୍‌ରେ ନିଜର ପ୍ରଥମ ୱିକେଟ୍‌ ଭାବେ ରାହୁଲ ତ୍ରିପାଠୀଙ୍କୁ ହରାଇଥିଲା। ରାହୁଲ୍‌ ୧୬ଟି ବଲ୍‌ରେ ୨ଟି ଚୌକା ଓ ଗୋଟିଏ ଛକା ମାରିବା ସହ ୪୬ ରନ୍‌ କରିଥିଲେ। ଏହାପରେ ଶୁଭମାନ୍‌ ଗିଲ ୩୭ବଲ୍‌ରେ ୫ଟି ଚୌକା ସହ ୩୬ ରନ୍‌ କରି ଆଉଟ୍‌ ହୋଇଥିଲେ। ୧୧.୪ ଓଭରରେ ଗିଲ୍‌ ଆଉଟ ହୋଇଯିବା ପରେ ଦଳର ସ୍କୋର ମନ୍ଥର ଗତିରେ ଚାଲିଥିଲା। ନିତିଶ ରାଣା ୨୦ଟି ବଲ୍‌ ଖେଳି ୨୯ ରନ୍‌ ସଂଗ୍ରହ କରିଥିଲେ। ସେହିପରି ଆନ୍ଦ୍ରେ ରସେଲ ୧୧ଟି ବଲ୍‌ର ସମ୍ମୁଖୀନ ହୋଇ ଟିମ୍‌ ପାଇଁ ବ୍ୟକ୍ତିଗତ ଭାବେ ମାତ୍ର ୯ ରନ୍‌ ଯୋଡ଼ିପାରିଥିଲେ। ଅଧିନାୟକ ଇଅନ୍‌ ମୋର୍ଗାନ ୩୪ ରନ୍‌ ଓ ଦିନେଶ କାର୍ତ୍ତିକ ଅପରାଜିତ ୨୯ ରନ୍‌ କରିଥିଲେ। ପ୍ରଥମ ଇନିଂସରେ କଲକାତା ନାଇଟ୍‌ ରାଇଡର୍ସ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍‌ ହରାଇ ୧୬୩ ରନ୍‌ କରିଥିଲା।
କଲକାତା ୮୭ ରନ୍‌ରେ ଦ୍ବିତୀୟ ୱିକେଟ, ୮୮ ରନ୍‌ରେ ତୃତୀୟ ୱିକେଟ ଓ ୧୦୫ ରନ୍‌ରେ ଚତୁର୍ଥ ୱିକେଟ ହରାଇଥିଲା। ହାଇଦ୍ରାବାଦର ଟି.ନଟରାଜନଙ୍କୁ ୨ଟି, ବିଜୟ ଶଙ୍କର ଓ ରସିଦ ଖାନ୍‌ଙ୍କୁ ଗୋଟିଏ ଲେଖାଏଁ ୱିକେଟ୍‌ ମିଳିଥିଲା।
ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ୧୬୪ ରନ୍‌ ବିଜୟ ଲକ୍ଷ୍ୟ ନେଇ ଦ୍ବିତୀୟ ଇନିଂସ ବ୍ୟାଟିଂ କରିଥିଲା। ଆବୁଧାବିର ଶେଖ ଜୟେଦ୍‌ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ୨୦ ଓଭରରେ ୬ଟି ୱିକେଟ୍‌ ହରାଇ ୧୬୩ ରନ୍‌ କରିବା ପରେ ସୁପର ଓଭର ଖେଳାଯାଇଥିଲା।
ହାଇଦ୍ରାବାଦ ଆରମ୍ଭରୁ ଭଲ ବ୍ୟାଟିଂ କରିଥିଲା। ପ୍ରଥମ ୱିକେଟରେ ୫୭ ରନ୍‌ ସଂଗ୍ରହ କରିଥିଲା। କେନ୍‌ ଓ୍ଵିଲିୟମସନ୍‌ (୨୯) ଆଉଟ୍‌ ହେବା ପରେ ଜନି ବେୟାରଷ୍ଟୋ (୩୬) ଓ ପ୍ରିୟମ୍‌ ଗର୍ଗ (୪)ଅଳ୍ପ କିଛି ସମୟ ପଡ଼ିଆରେ ତିଷ୍ଟି ରହି ଆଉଟ୍‌ ହୋଇଯାଇଥିଲେ। ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ୭୦ ରନ୍‌ରେ ୨ଟି ଓ୍ଵିକେଟ୍‌ ହରାଇଥିଲା। କଲକାତା ନାଇଟ୍‌ ରାଇଡର୍ସର ବୋଲରଙ୍କ ଧୂଅଁାଧାର ବୋଲିଂ ଯୋଗୁଁ ଡେଭିଡ ୱାର୍ଣ୍ଣର (୪୭ ରନ୍‌)ଙ୍କ ବ୍ୟତୀତ ଅନ୍ୟ ଖେଳାଳିମାନେ ଉତ୍ସାହଜନକ ପ୍ରଦର୍ଶନ କରିପାରି ନଥିଲେ। ମନୀଷ ପାଣ୍ଡେ ୬ ରନ୍‌ ଓ ବିଜୟ ଶଙ୍କର ୭ ରନ୍‌ କରିଥିଲେ। ଫଳରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ୨୦ ଓଭରରେ ୧୬୩ ରନ କରି ମ୍ୟାଚକୁ ଡ୍ର କରିଥିଲା। ଏହାପରେ ସୁପର ଓଭର ଖେଳାଯାଇଥିଲା ଏବଂ କଲକାତା ନାଇଟ୍‌ ରାଇଡର୍ସ ମ୍ୟାଚରେ ବିଜୟୀ ହୋଇଥିଲା ।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories