www.samajalive.in
Sunday, December 7, 2025
16.1 C
Bhubaneswar

ବଜେଟ୍‌ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କଲା ଅର୍ଥ ମନ୍ତ୍ରାଳୟ

ନୂଆଦିଲ୍ଲୀ : କରୋନା ମହାମାରୀରେ ଚାପଗ୍ରସ୍ତ ଦେଶର ଆର୍ଥିକ ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବା ପାଇଁ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଆରମ୍ଭ କରିଛି ୨୦୨୧-୨୨ ଆର୍ଥିକବର୍ଷ ପାଇଁ ବଜେଟ୍‌ ପ୍ରସ୍ତୁତି ପ୍ରକ୍ରିୟା। ​କୋଭିଡ୍‌ ଯୋଗୁ ରାଜସ୍ବ ସଂଗ୍ରହ, ରପ୍ତାନି, ପୁଞ୍ଜି ପ୍ରତ୍ୟାହାର, ବ୍ୟୟ ଏବଂ ଖାଦ୍ୟ ସାମଗ୍ରୀ ମୂଲ୍ୟ ଭଳି ଅର୍ଥନୀତିର ସମସ୍ତ କ୍ଷେତ୍ର ପ୍ରଭାବିତ ହୋଇଛି। ଏଥିପାଇଁ ଆସନ୍ତା ବଜେଟ୍‌ ଦେଶର ଅର୍ଥନୀତି ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ଚଳିତ ଆର୍ଥକବର୍ଷ ଅର୍ଥନୀତିରେ ୧୦.୩% ହ୍ରାସ ଆକଳନ କରିଥିବାବେଳେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)୯.୫% ହ୍ରାସ ଅନୁମାନ କରିଛି। ଅର୍ଥ ମନ୍ତ୍ରାଳୟ ପକ୍ଷରୁ ରଖାଯାଇଥିବା କାର୍ୟ୍ୟକ୍ରମ ଅନୁଯାୟୀ, ୨୦୨୦-୨୧ ପାଇଁ ସଂଶୋଧିତ ଆକଳନ ଏବଂ ୨୦୨୧-୨୨ ଲାଗି ବ​ଜେଟ୍‌ ‌ ଆକଳନ କାର୍ୟ୍ୟ ପାଖାପାଖି ୧ ମାସ ସମୟ ଲାଗିବ। ଏ ନେଇ ବୈଠକ ଚଳିତମାସ ୧୨ରେ ଶେଷ ହୋଇଛି। ଏହି ବୈଠକରେ ଆର୍ଥିକ ସେବା ବିଭାଗ, ଏମ୍‌ଏସ୍‌ଏମ୍‌ଇ, ଗୃହ ନିର୍ମାଣ, ଇସ୍ପାତ ଏବଂ ଶକ୍ତି ଆଦି ମନ୍ତ୍ରାଳୟରୁ ମନ୍ତ୍ରୀମାନେ ଯୋଗଦେଇଥିଲେ। ମୋଦୀ ୨.୦ ସରକାରର ଏବଂ ଅର୍ଥ ମନ୍ତ୍ରୀ ଭାବେ ନିର୍ମଳା ସୀତାରମଣଙ୍କର ଏହା ହେବ ତୃତୀୟ ବଜେଟ୍‌। ୨୦୨୧-୨୨ ଆର୍ଥିକବର୍ଷ ନିମନ୍ତେ ସାଧାରଣ ବ​ଜେଟ୍‌ ଆସନ୍ତାବର୍ଷ ଫେବୃଆରୀ ପହିଲାରେ ଉପସ୍ଥାପନ କରାଯାଇପାରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ସରକାର ପ୍ରଥମ ଥର ପାଇଁ ବହୁ କାଳରୁ ପ୍ରଚଳିତ ଫେବୃଆରୀ ଶେଷ​ରେ ବଜେଟ୍‌ ଆଗତ ପରମ୍ପରାକୁ ବନ୍ଦ କରିଥିଲେ। ଚଳିତଥର କୋଭିଡ୍‌କୁ ଦୃଷ୍ଟିରେ ରଖି ପ୍ରାକ୍‌ ବଜେଟ୍‌ ​ବୈଠକ ନିମନ୍ତେ କେତେକ ନିୟମ ଅନୁପାଳନ କରାଯାଉଛି। ସେଗୁଡିକ ହେଉଛି ସାମାଜିକ ଦୂରତା ବଜାୟ ରଖିବା ଏବଂ ଗୋଟିଏ ମନ୍ତ୍ରାଳୟ କିମ୍ବା ବିଭାଗରୁ ସର୍ବାଧିକ ୫ ଅଧିକାରୀ (ଅତିକମ୍‌ରେ ନିର୍ଦେଶକ କିମ୍ବା ଉପ-ସଚିବ ପାହ୍ୟାର ହୋଇଥିବା ଆବଶ୍ୟକ)ଙ୍କ ଯୋଗଦାନ। ଏ ସମ୍ପର୍କରେ ଅର୍ଥ ମନ୍ତ୍ରାଳୟର ବଜେଟ୍‌ ବିଭାଗ ପକ୍ଷରୁ କୁହାଯାଇଛି। ୨୦୧୭ରେ ମୋଦୀ ସରକାରରେ ପ୍ରଥମ କରି ଅର୍ଥ ମନ୍ତ୍ରୀ ଭାବେ ଅରୁଣ ଜେଟ୍‌ଲୀ ବ​ଜେଟ୍‌ ଉପସ୍ଥାପନ କରିଥିଲେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories