www.samajalive.in
Sunday, December 7, 2025
14.1 C
Bhubaneswar

ଏମିତି ଚାଲିଛି ସମବାୟ ବିଭାଗ ; ପଦୋନ୍ନତି ପାଇଁ ବାରମ୍ବାର ଚିଠି ପରେ ବି ମୁଖିଆଙ୍କ ଅଣଦେଖା

ବଲାଙ୍ଗିର : ସମବାୟ ବିଭାଗ ଅନ୍ତର୍ଗତ ବିଭିନ୍ନ ବ୍ୟାଙ୍କରେ କାର୍ଯ୍ୟରତ ତଥା ସେମାନଙ୍କ ପଦୋନ୍ନତି ଅବଧି ହୋଇ ସାରିଥିଲେ ମଧ୍ୟ ସେମାନଙ୍କୁ ପଦୋନ୍ନତି ମିଳି ପାରି ନାହିଁ। ଏସଂପର୍କରେ ରାଜ୍ୟ ସମବାୟ ବିଭାଗ ରେଜିଷ୍ଟ୍ରରଙ୍କ କାର୍ଯ୍ୟାଳୟରୁ ବିଭିନ୍ନ ସମୟରେ ପତ୍ର କରାଯାଉଥିଲେ ବି ଏହାକୁ ବାରମ୍ବାର ଅଣଦେଖା କରାଯାଉଛି। ଯାହାକୁ ନେଇ ପଦୋନ୍ନତି ପାଇବାକୁ ଆଶାୟୀ ଥିବା କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ କୁହୁଳିବାରେ ଲାଗିଛି। କାରଣ ପଦୋନ୍ନତି ପାଇଁ ଯୋଗ୍ୟତା ଥିଲେ ବି ସେମାନେ ବଞ୍ଚିତ ହେଉଛନ୍ତି। ଯାହାକୁ ନେଇ କର୍ମଚାରୀ ମହଲରେ କ୍ଷୋଭ ପ୍ରକାଶ ପାଇଲାଣି। ଏସଂପର୍କରେ ଉପରିସ୍ଥ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରୁ ନଥିବାରୁ ମାମଲା ସ୍ପଷ୍ଟ ହୋଇ ପାରୁ ନାହିଁ।

ସୂଚନା ଅନୁସାରେ ଗତ ୨୦୨୦ ଜାନୁଆରୀ ୩୧ ତାରିଖରେ କୃଷି ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ପଦୋନ୍ନତି ଅଦାଲତ ଅନୁଷ୍ଠିତ ହୋଇଥିଲା। ରାଜ୍ୟରେ ଥିବା ସମବାୟ ସମିତି ବ୍ୟାଙ୍କଗୁଡ଼ିକରେ ପଦୋନ୍ନତି ନେଇ ଆଲୋଚନା କରାଯାଇଥିଲା। ଏହି ବୈଠକରେ ଅଧ୍ୟକ୍ଷତା କରିଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିଜର ଅସନ୍ତୋଷ ଜାହିର କରିଥିଲେ। ବିଭିନ୍ନ ଜିଲାରେ ଥିବା ବ୍ୟାଙ୍କରେ କାର୍ଯ୍ୟରତ ଓ ପଦୋନ୍ନତି ପାଇବାକୁ ଥିବା କର୍ମଚାରୀଙ୍କୁ ତୁରନ୍ତ ପଦୋନ୍ନତି ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା ସରକାରୀ ନିୟମ ଅନୁସାରେ। ଏସଂପର୍କରେ ଅନ୍ୟ ଜିଲା ସହ ବଲାଙ୍ଗିର ଜିଲାର କେନ୍ଦ୍ର ସମବାୟ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ମଧ୍ୟ ୨୦୨୦ ଫେବୃଆରି ୪ ତାରିଖରେ ଚିଠି ସଂଖ୍ୟା ୩୪୭୬ ଜରିଆରେ ପଦୋନ୍ନତି ପାଇଁ ପ୍ରକ୍ରିୟା କରିବା ପାଇଁ ପରାମର୍ଶ ଦିଆଯାଇଥିଲା ସମବାୟ ବିଭାଗର ରେଜିଷ୍ଟ୍ରର ଚିଠି କରି ଜଣାଇଥିଲେ। କେବଳ ସେତିକି ନୁହେଁ, ଏହି ଚିଠି ଦେବା ପରେ ବାରମ୍ବାର ଏନେଇ ପୁନଃ ଚିଠି ବି କରାଯାଇଛି।

- Advertisement -

ଗତ ୨୦୨୦ ମେ ୧୬ ତାରିଖରେ ଚିଠି ସଂଖ୍ୟା ୧୬୯୨୦ରେ ବଲାଙ୍ଗିର କେନ୍ଦ୍ର ସମବାୟ ବ୍ୟାଙ୍କର ସଂପାଦକଙ୍କୁ ମଧ୍ୟ ସ୍ୱତନ୍ତ୍ର ଭାବେ ଚିଠି କରାଯାଇଥିଲା। ତା’ପରେ ବି କୌଣସି ପଦକ୍ଷେପ ନିଆଯାଇ ନାହିଁ। ଏଥିସହିତ ରେଜିଷ୍ଟ୍ରରଙ୍କ ପକ୍ଷରୁ ୩୦ ଜୁନ୍ ଓ ୨୯ ଜୁଲାଇରେ ଅନୁରୂପ ଭାବେ ମଧ୍ୟ ଆଉ ୨ଟି ଚିଠି କରାଯାଇଛି ବିଭିନ୍ନ ବ୍ୟାଙ୍କର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଉଦ୍ଦେଶ୍ୟରେ। ପଦୋନ୍ନତି ଅଦାଲତ ଶୀର୍ଷକରେ ବାରମ୍ବାର ଚିଠି କରାଯାଉଥିଲେ ବି କେଉଁ ଉଦ୍ଦେଶ୍ୟରେ ମାସ ମାସ ଧରି ଗଡାଇ ଦିଆଯାଉଛି ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି । ଏସଂପର୍କରେ ବଲାଙ୍ଗିର ଜିଲା ସମବାୟ ନିବନ୍ଧକ ପ୍ରଶାନ୍ତ କୁମାର ମହାନ୍ତିଙ୍କୁ ପ୍ରତିକ୍ରିୟା ପାଇଁ ଯୋଗାଯୋଗ କରାଯାଇଥିଲେ ବି ତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ତେବେ ପଦୋନ୍ନତି ଅଦାଲତର ଆଦେଶ କେବେ କାର୍ଯ୍ୟକାରୀ ହେବ ଓ ପଦୋନ୍ନତି ପାଇବାକୁ ଥିବା ହକଦାରମାନେ ନ୍ୟାୟ ପାଇବେ ତାକୁ ନେଇ ପ୍ରଶ୍ନ ଉଠିଛି। ଏଭଳିକି କିଛି କର୍ମଚାରୀ ଅବସର ନେବା ସମୟ ହେଲାଣି। ସେମାନେ ଅବସର ନେଲେ ପଦୋନ୍ନତି ପାଇବାରୁ ବଞ୍ଚିତ ହେବା ସ୍ୱାଭାବିକ। ତେଣୁ ଏଥିପ୍ରତି ସମବାୟ ରେଜିଷ୍ଟ୍ରର ଦୃଷ୍ଟି ଦେଇ ଗୁରୁତର ନିଷ୍ପତ୍ତି ନେଲେ ଯାଇ କିଛି ହୋଇପାରିବ ନଚେତ ପଦୋନ୍ନତି ଅଦାଲତର ନିଷ୍ପତ୍ତି ଚିଠିରେ ହିଁ ସୀମିତ ରହିଯିବ ବୋଲି କିଛି ଆଶାୟୀ ମତପ୍ରକାଶ କରିଛନ୍ତି।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories