www.samajalive.in
Saturday, December 13, 2025
27.1 C
Bhubaneswar

ହିରୋ ମୋଟୋକର୍ପ ପକ୍ଷରୁ ଗ୍ଲାମର ବ୍ଲେଜ୍‍ର ବଜାର ପ୍ରବେଶ

ଭୁବନେଶ୍ୱର: ବିଶ୍ୱର ବୃହତ ମୋଟରସାଇକେଲ ଓ ସ୍କୁଟର ନିର୍ମାତା ହିରୋ ମୋଟୋକର୍ପ ପକ୍ଷରୁ ପାର୍ବଣ ଋତୁରେ କାରବାର ବୃଦ୍ଧି ନିମନ୍ତେ ଗ୍ଲାମର ବ୍ଲେଜ୍‍ର ନୂଆ ସ୍ପେଶାଲ ଏଡିସନ ବଜାର ପ୍ରବେଶ କରାଯାଇଛି। ଏହି ୧୨୫ ସିସି ମୋଟରସାଇକେଲରେ ୟୁଏସବି ଚାର୍ଜର ହ୍ୟାଣ୍ଡଲ ବାର୍‍ରେ ରହିଛି। ଏହାର ଆକର୍ଷଣୀୟ ଷ୍ଟାଇଲ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ସକ୍ଷମ ହେବ। ଏହି ମୋଟରସାଇକେଲ ନୂଆ ମ୍ୟାଟ୍‍ ଭର୍ନିୟର ଗ୍ରେ ଏବଂ ଫଙ୍କ୍‍ ଲାଇମ ୟେଲୋ ଗ୍ରାଫିକ୍ସରେ ଉପଲବ୍ଧ ହେଉଛି। ଦିଲ୍ଲୀରେ ଏହାର ଏକ୍ସ ସୋ ରୁମ୍‍ ମୂଲ୍ୟ ୭୨,୨୦୦ ଟଙ୍କା ରହିଛି। ଏହି ଅବସରରେ ହିରୋ ମୋଟୋକର୍ପର ସେଲ୍‍ସ ଆଣ୍ଡ ଆଫ୍ଟର ସେଲ୍‍ସ ମୁଖ୍ୟ ନବୀନ ଚୌହାନ କହିଛନ୍ତି, ଗ୍ଲାମର ଦେଶର ଏକ ଲୋକପ୍ରିୟ ବ୍ରାଣ୍ଡ୍‍। ଏହାର ଷ୍ଟାଇଲ ଏବଂ ପ୍ରଦର୍ଶନ କ୍ଷମତା ଗ୍ରାହକଙ୍କୁ ବେଶ୍‍ ଆକର୍ଷିତ କରିପାରିଛି। ଏହାର ବ୍ଲେଜ୍‍ ଏଡିସନ ଯୁବବର୍ଗଙ୍କ ପାଇଁ ଉପଯୋଗୀ ବିବେଚିତ ହୋଇପାରିବ।

Hot this week

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

Related Articles

Popular Categories