www.samajalive.in
Wednesday, December 10, 2025
18.1 C
Bhubaneswar

ଟମାଟୋ ସୁପରେ ଅଳ୍ପ ଗୋଲମରିଚ ମିଶାଇ ପିଅନ୍ତୁ

ଭେଜର ବିଭିନ୍ନ ସୁପ ମଧ୍ୟରେ ଟମାଟୋ ସୁପ ବହୁ ଲୋକପ୍ରିୟ। ଏହି ସୁପ ଯେତେ ସୁଆଦିଆ ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ଉପକାରୀ। ଏହା ଆମ ଶରୀରର ବହୁ ସମସ୍ୟା ଦୂର କରିଥାଏ। ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ୟ୍ୟନ୍ତ ସଭିଁଙ୍କୁ ସୁପ ପିଇବାକୁ ଖୁବ ଭଲ ଲାଗେ। ଜାଣନ୍ତୁ ଟମାଟୋ ସୁପର ଉପକାରିତା ଗୁଣ ବିଷୟରେ…..

ଟମାଟୋ ସୁପରେ ଥିବା ସିଲେନିୟମ ଯୋଗୁ ଶରୀରରେ ରକ୍ତ ସଞ୍ଚାଳନ ସୂଚାରୁ ରୂପେ ହୋଇଥାଏ।

- Advertisement -

ଟମାଟୋ ସୁପରେ ଭିଟାମିନ ବି ଓ ପୋଟାସିୟମ ରହିଛି। ଯାହା ଆମ ହୃତପିଣ୍ଡକୁ ସୁସ୍ଥ ରଖିଥାଏ।

ଗର୍ଭବତୀ ମହିଳାଙ୍କ ପାଇଁ ଟମାଟୋ ସୁପ ବେଶ ହିତକାରକ। ଏଥିରେ ଥିବା ପୋଷକ ତତ୍ତ୍ୱ ଗର୍ଭବତୀ ମହିଳା ଓ ଗର୍ଭସ୍ଥ ଶିଶୁ ଉଭୟଙ୍କ ଉପରେ ଭଲ ପ୍ରଭାବ ପକାଇଥାଏ।

ସପ୍ତାହକୁ ୪ ରୁ ୫ ଥର ଟମାଟୋ ସୁପ ପିଇବା ଦ୍ୱାରା କର୍କଟ ଭଳି ମାରାତ୍ମକ ରୋଗ ହେବାର ଆଶଙ୍କା କମ ଥାଏ।
ବିଶେଷଜ୍ଞଙ୍କ ମତାନୁଯାୟୀ, ପିଲାମାନେ ଟମାଟୋ ସୁପ ପିଇବା ଦ୍ୱାରା ତାଙ୍କ ପେଟରେ ଥିବା କୃମି ଜନିତ ସମସ୍ୟା ଦୂର ହୋଇଥାଏ।
ପ୍ରତିଦିନ ପିଲାଙ୍କୁ ଟମାଟୋ ସୁପରେ ଅଳ୍ପ ଗୋଲମରିଚ ମିଶାଇ ପିଇବାକୁ ଦିଅନ୍ତୁ। ଏହା ଖୁବ ଉପକାରୀ।

ନିୟମିତ ଟମାଟୋ ସୁପ ପିଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଥାଏ।

 

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories