www.samajalive.in
Friday, December 12, 2025
15.1 C
Bhubaneswar

ଶିଶୁ ପୁତ୍ରକୁ ବଞ୍ଚାଇଲା ମୃତ ମା’

ପରିବାରରେ କଥାକଥାରେ ମା’ମାନେ ପିଲାଙ୍କୁ କହିଦିଅନ୍ତି, ଆରେ ତୁ ମୋ ଋଣ କେବେ ଶୁଝିପାରିବୁ? ପ୍ରକୃତରେ ଏହା ବାସ୍ତବ ସତ୍ୟ। ମା’ର ମାତୃତ୍ବ ସବୁଠୁ ଉପରେ। ନିକଟରେ କଲମ୍ବିଆର ସାଣ୍ଟାମାର୍ଟାସ୍ଥିତ ଅଞ୍ଚଳର ଦୁର୍ଘଟଣାଟି ମୃତ ମା’ର ଦୁଃସାହସିକତା ବାବଦରେ ଅବଗତ କରାଇଛି।

ସ୍ଥାନୀୟ ଅଞ୍ଚଳ ନିବାସୀ ହେଲେ ଦମ୍ପତି ଫାବିଓ ଗ୍ରାଣ୍ଡାସ୍ ଓ ମାଏରଲି ଡିଆଜ୍ ରୋଜାସ୍। ବର୍ଷକର ଶିଶୁପୁତ୍ରକୁ ନେଇ ସେମାନଙ୍କ ହସଖୁସିର ସଂସାର ଚାଲିଥିଲା। କରୋନା ମହାମାରୀ କାରଣରୁ ୬ ମାସ ହେବ, ସେମାନେ କେଉଁଆଡ଼େ ଯାତ୍ରା କରିପାରିନଥିଲେ। କଲମ୍ବିଆର ଅନ୍ୟ ଏକ ସହରରେ ଫାବିଓଙ୍କ ବାପା-ମା’ ରହୁଥିଲେ। ନାତିକୁ ଦେଖିବାକୁ ସେମାନେ ଖୁବ୍ ବ୍ୟଗ୍ର ହେଉଥିଲେ। ଲକ୍-ଡାଉନ୍ କୋହଳ ପରେ ଫାବିଓ ଓ ତାଙ୍କ ପତ୍ନୀ ଯୋଜନା କଲେ ଶିଶୁ ପୁତ୍ରକୁ ନେଇ ଜେଜେବାପା-ଜେଜେମା’ଙ୍କୁ ଭେଟିଯିବା ନିମନ୍ତେ।

- Advertisement -

ପ୍ରାଇଭେଟ୍ ଜେଟରେ ଦମ୍ପତି, ସେମାନଙ୍କ ଶିଶୁ ପୁତ୍ର ଓ ନ୍ୟାନି ନୁରିସ୍ ମାଜାଙ୍କ ସହ ଯାତ୍ରା କଲେ। ବିମାନ ଉଡ଼ାଣର କିଛି ସମୟ ପରେ କୌଣସି କାରଣରୁ ଦୁର୍ଘଟଣାଗ୍ରସ୍ତ ହେଲା। ବିମାନର ପାଇଲଟ୍, ଫାବିଓ ଦମ୍ପତି ଓ ନ୍ୟାନି ସମସ୍ତେ ପ୍ରାଣ ହରାଇଥିବାବେଳେ ଶିଶୁ ପୁତ୍ରଟି କିନ୍ତୁ ଜୀବିତ ଅଛି। ବୋଧହୁଏ ଦୁର୍ଘଟଣାର ଆଭାସ୍ କିଛି ସମୟ ପୂର୍ବରୁ ମାଏରଲି ପାଇଥିଲେ। ସେଥିପାଇଁ ପୁଅକୁ ସେ କୋଳରେ ଏଭଳି ଭାବେ କୋଳେଇ ନେଇଥିଲେ ଯେ ପିଲାଟି ଜୀବିତ ରହିପାରିଛି। ଫାବିଓଙ୍କ ମା’ ଘଟଣାସ୍ଥଳରେ ପହଞ୍ଚି ଏଭଳି ଦୁର୍ଦଶା ଦେଖି ଭୋଭୋ ହୋଇ କାନ୍ଦିଥିଲେ। ତାଙ୍କ ଇଚ୍ଛା ପାଇଁ ଯେ ପୁଅ-ବୋହୂଙ୍କ ପ୍ରାଣ ଚାଲିଯିବ, ଏହା ସେ ସ୍ବପ୍ନରେ ସୁଦ୍ଧା କଳ୍ପନା କରିନଥିଲେ। ଏବେ ନାତି ହିଁ ତାଙ୍କ ଜୀବନର ସବୁକିଛି ବୋଲି ସେ କହିଛନ୍ତି। ସ୍ଥାନୀୟ ଅଞ୍ଚଳର ବିମାନ କର୍ତ୍ତୃପକ୍ଷ ମଧ୍ୟ କହିଛନ୍ତି, କେବଳ ମା’ର କୋଳେଇ ନେବା କାରଣରୁ ହିଁ ଶିଶୁପୁତ୍ରର ଜୀବନ ରକ୍ଷା ହୋଇପାରିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories