www.samajalive.in
Tuesday, December 9, 2025
15.1 C
Bhubaneswar

ଶନିବାର ରାଶିଫଳ ୧୭ ଅକ୍ଟୋବର ୨୦୨୦

ମେଷ: ବନ୍ଧୁ ମିଳନ ଘଟିପାରେ। ଶୁଭକର୍ମ ପାଇଁ ବାତାବରଣ ସ୍ୱଚ୍ଛ ଓ ନିର୍ମଳ ରହିଛି। କର୍ମତତ୍ପରତା ପ୍ରକାଶ ପାଇବ। ମୂଲ୍ୟବାନ୍‍ ଦ୍ରବ୍ୟ ପ୍ରାପ୍ତିର ସୂଚନା ମିଳୁଛି। ଅର୍ଥାଗମ ହେବ। ପରିଶ୍ରମ ଅଧିକ ହେବ। ସ୍ୱଭାବ କଠିନ ହୋଇପାରେ।
ବୃଷ: ପୁଣ୍ୟ କାର୍ଯ୍ୟରେ ମନୋନିବେଶ କରିବେ। ସ୍ୱକର୍ମ ଆନନ୍ଦଦାୟକ ହେବ। ଶତ୍ରୁ ବିନାଶ କରି ଆତ୍ମତୃପ୍ତି ଲାଭ କରିବେ। ଯାନବାହନ ସୁଖ ମିଳିପାରେ। ଗୃହ ପରିବେଶ ଉତ୍ତମ ରହିବ। ଦେବପୂଜା ନିରତ ହେବେ। ନିତ୍ୟାନନ୍ଦ ଭୋଗ କରିବେ।
ମିଥୁନ: ପର ପାଇଁ ସମ୍ବେଦନଶୀଳ ହେବେ। ମନରେ ସରସତା ଉଦ୍ରେକ ହେବ। ଗୃହରେ ମଙ୍ଗଳ କାର୍ଯ୍ୟ ସାଧିତ ହୋଇପାରେ। ସତ୍‍ସଙ୍ଗୀ ହେବେ। ସୁଖ ଶାନ୍ତିରେ ସମୟ ଅତିବାହିତ ହେବ। ଉନ୍ନତିକର କାର୍ଯ୍ୟରେ ସଫଳତା ପାଇ ଉତ୍‍ଫୁଲ୍ଲିତ ହେବେ।
କର୍କଟ: ପରଧନରେ ଧନୀ ହୋଇପାରନ୍ତି। ମହିଳାମାନଙ୍କର ମନୋରଞ୍ଜନକାରୀ ହେବେ। ରସିକତାରୁ ବାଚାଳତା ଉପୁଜି ପାରେ। ବ୍ୟବସାୟ ଲାଭଜନକ ହେବ। ସରକାରୀ ସ୍ତରରେ ସମ୍ମାନିତ ହୋଇପାରନ୍ତି। ବିଜୟୀ ହେବେ। ମାନସିକ ଅଶାନ୍ତି ଦୂର ହେବ।
ସିଂହ: ଘଟିଥିବା କ୍ଷୟକ୍ଷତି‌େର ସୁଧାର ଆଣିପାରନ୍ତି। ଉଚ୍ଚ ସମ୍ମାନ ଲାଭ କରିବେ। ସତ୍‍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ସର୍ବାଙ୍ଗୀନ ଉନ୍ନତି ଆଶା କରାଯାଏ। କର୍ମଚଞ୍ଚଳ ରହିବେ। ଭାଗ୍ୟଶାଳୀ ହେବେ। ନିର୍ଭୟରେ କାର୍ଯ୍ୟ କରିବେ। ସାଧୁ ସେବା କରିବେ।
କନ୍ୟା: ଦେବାଦେବୀଙ୍କ କାର୍ଯ୍ୟରେ ମନୋନିବେଶ କରିପାରନ୍ତି। ଆଶାବାଦୀ ହେବେ। ଚିନ୍ତାମୁକ୍ତ ହେବେ। କାର୍ଯ୍ୟରେ ସିଦ୍ଧିପ୍ରାପ୍ତିର ସୂଚନା ମିଳୁଛି। ମୂଲ୍ୟବାନ୍‍ ଦ୍ରବ୍ୟ ଲାଭ ହେବ। ଶତ୍ରୁନାଶ କରିପାରନ୍ତି। ଐଶ୍ୱର୍ୟ୍ୟପ୍ରାପ୍ତ ହେବେ। ତେଜୀୟାନ୍‍ ହୋଇପାରନ୍ତି।
ତୁଳା: ଶ୍ରୀଚନ୍ଦ୍ର ଭୋଗ ହେତୁ ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଦୃଢ଼ ସଂକଳ୍ପ ନେଇ କାର୍ଯ୍ୟ ସଂପାଦନ କରିପାରନ୍ତି। ଧନବୃଦ୍ଧିର ସୂଚନା ମିଳୁଛି। ସୁଖ, ସନ୍ତୋଷ ମିଳିବ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ସ୍ୱାସ୍ଥ୍ୟ ଅତୁଟ ରହିବ।
ବିଛା: ମିଳିଥିବା ସୁଯୋଗର ଉପଯୋଗ କରିପାରନ୍ତି। ଅର୍ଥ ଲଗାଣ କଲେ ଆୟ ବୃଦ୍ଧି ହେବ। ସହଯୋଗୀମାନଙ୍କ ପାଇଁ ଅଧିକ ବ୍ୟୟ କରିପାରନ୍ତି। ଅଧିକ ପରିଶ୍ରମର ସମ୍ମୁଖୀନ ହୋଇପାରନ୍ତି। ସୌଭାଗ୍ୟଯୁକ୍ତ ଓ ସମ୍ମାନିତ ହେବେ।
ଧନୁ: ଆୟ ବୃଦ୍ଧିର ସୁଯୋଗ ଅଛି। ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ଭବ୍ୟ ସମ୍ବର୍ଦ୍ଧନା ମିିଳିପାରେ। ସତ୍ୟାନୁରାଗୀ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ବହୁ ବନ୍ଧୁଙ୍କ ସାନ୍ନିଧ୍ୟ ମିଳିବ। ନାନାବିଧ ସମ୍ମାନର ଅଧିକାରୀ ହେବେ। ପ୍ରସନ୍ନ ରହିବେ।
ମକର: କାର୍ଯ୍ୟ କଷ୍ଟସାଧ୍ୟ ହେବ। ଶ୍ରମ ସାର୍ଥକ ହୋଇପାରେ। ଭବିଷ୍ୟତ ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିପାରନ୍ତି। ବନ୍ଧୁ ମିଳିନ ଘଟିବ। ନାନା ବିଭବରେ ମଣ୍ଡିତ ହୋଇପାରନ୍ତି। ବହୁ ଗୌରବର ଅଧିକାରୀ ହେବେ। କଷ୍ଟଦୂର ହେବ।
କୁମ୍ଭ: ଯାହା ଆଶା କରୁଥିବେ; ତାହା ନିଶ୍ଚିତ ମିଳିବ। ସେବା ମନୋଭାବର ହୋଇପାରନ୍ତି। କାର୍ଯ୍ୟର ସଫଳତା ମିଳିବ। ପାରିବାରିକ ସୁଖ ଶାନ୍ତି ଅବ୍ୟାହତ ରହିବ। ଉନ୍ନୟନ କାର୍ୟ୍ୟ ପ୍ରତି ବିଶେଷ ଧ୍ୟାନ ଦେବେ। ଆଦର୍ଶବାଦୀ ହେବେ।
ମୀନ: ଚାଲୁ ରହିଥିବା କାର୍ଯ୍ୟ ଅଧାପନ୍ତରିଆ ଅବସ୍ଥାରେ ଅଟକି ଯାଇପାରେ। ସାମାନ୍ୟ ମାତ୍ରାର ଶାରୀରିକ କ୍ଳେଶ ଅନୁଭବ କରିପାରନ୍ତି। ଆୟ ଭଲ ହେବ; ମାତ୍ର ବ୍ୟୟ ତତୋଧିକ ହୋଇପାରେ। ଅଷ୍ଟମଚନ୍ଦ୍ର ଯୋଗୁଁ ସତର୍କରେ ଚଳିବେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories