www.samajalive.in
Saturday, December 6, 2025
23.1 C
Bhubaneswar

ଅପହରଣ ପରେ ଯୁବତୀଙ୍କ ଦୁର୍ବ୍ୟବହାର, ନାବାଳକ ସମେତ ୩ ଗିରଫ

ଫୁଲବାଣୀ : ନିଜ ସଂପର୍କୀୟ ଘରକୁ ଆସିଥିବା ଜନୈକା ଯୁବତୀକୁ ଜଣେ ନାବାଳକ ସମେତ ୩ ଜଣ ଜୋର ଜବରଦସ୍ତ ଅପହରଣ କରିନେଇ ଦୁର୍ବ୍ୟହବାର କରିବା ଅଭିଯୋଗରେ ଗୋଛାପଡ଼ା ପୁଲିସ୍ ୩ ଜଣକୁ ଗିରଫ କରିଛି। ନାବାଳକୁ ଜୁଭେନାଲ୍ ବୋର୍ଡ଼କୁ ପଠାଇବା ପାଇଁ ପଦକ୍ଷେପ ନିଆଯାଇଥିବା ବେଳେ ଅନ୍ୟ ୨ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ତୃପ୍ତି ରଂଜନ ନାୟକ ସୂଚନା ଦେଇଛନ୍ତି।

ଖବର ପ୍ରକାରେ, ଗୋଛପଡ଼ା ଥାନା ଅନ୍ତର୍ଗତ ବାଲନ୍ଦାପଡ଼ା ପଂଚାୟତ ଏକ ଗ୍ରାମର ଜନୈକା ଯୁବତୀ କ୍ରାଣ୍ଡିବାଲିକୁ ତାହାର ଏକ ସଂପର୍କୀୟ ଘରକୁ ବୁଲିବାକୁ ଆସିଥିଲା। ବୁଧବାର ଦିନ ଯୁବତୀ ଜଣକ ସଂପର୍କୀୟଙ୍କ ଧାନବିଲରେ କିଛି କାମ କରୁଥିବା ବେଳେ ସେହି ସମୟରେ ନାବାଳକ ସମେତ ଅନ୍ୟ ୨ ଜଣ ଏକ ବାଇକ୍ ରେ ଆସି ଉକ୍ତ ଯୁବତୀଙ୍କୁ ଜୋର ଜବରଦସ୍ତ ସେଠାରୁ ଅପହରଣ କରିନେଇ କିଛି ଦୂରରେ ଦୁର୍ବ୍ୟବହାର କରିଥିଲେ। ଯୁବତୀ ଜଣକ ଚିତ୍କାର  କରିବାରୁ ପାଟିଶୁଣି ଯୁବତୀଙ୍କ ଅନ୍ୟଜଣେ ଭଉଣୀ ସେଠାରେ ପହଁଚିଯିବା ପରେ ଯୁବକ ମାନେ ଫେରାର୍ ହୋଇଯାଇଥିଲେ। ଏସଂପର୍କରେ ଯୁବତୀ ଜଣକ ଗୋଛାପଡ଼ା ଥାନାରେ ଲିଖିତ ଭାବେ ଏତଲା ଦେବାପରେ ପୁଲିସ୍ କେସ ନଂ ୭୧/୨୦ରେ ଏକ ମାମଲା ରୁଜୁକରି ଫେରାର୍ ୨ ଯୁବକ ଖଜୁରିଗାଁର ବରୁଣ ଦିଗାଲ (୧୯) ଓ କଟାପଙ୍ଗା ଗ୍ରାମର ଶୁଶିଳ ଦିଗାଲ (୨୧)କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ନାବାଳକୁ ଜୁଭେନାଲ୍ କୋର୍ଟକୁ ଚାଲାଣ ପାଇଁ ପଦକ୍ଷେପ ନିଆଯାଇଥିବା ପ୍ରକାଶ। ଏହି ଘଟଣା ସଂପୃକ୍ତ ଅଞ୍ଚଳରେ ଆଲୋଚ୍ୟର ବିଷୟ ହୋଇଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories